ଭୁବନେଶ୍ୱର: Odisha Weather Update: ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକାରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଆଜି (ମଙ୍ଗଳବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଆସନ୍ତା ତିନି ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି ।


COMMERCIAL BREAK
SCROLL TO CONTINUE READING

ସେପଟେ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୫ ତାରିଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଯାହାର ପ୍ରଭାବରେ ରାଜ୍ୟରେ ୨୬ ତାରିଖରୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏହାସହ ଗାଙ୍ଗଟିକ ପଶ୍ଚିମବଙ୍ଗରେ ସୃଷ୍ଟ ଲଘୁଚାପ ଓ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ହେତୁ ବର୍ତ୍ତମାନ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।


ଆସନ୍ତା ୨୪ ଘଣ୍ଟାରେ ଢେଙ୍କାନାଳ, କେଉଁଝର, ମୟୂରଭଂଜ, ବାଲେଶ୍ୱରରେ ଅତି ପ୍ରବଳ ବର୍ଷା (Heavy Rain) ଓ ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଝାରସୁଗୁଡାରେ ପ୍ରବଳ ବର୍ଷା ଏବଂ ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ ଓ ବୌଦ୍ଧ ଜିଲ୍ଲାରେ ବଜୁଳ ଘଡଘଡି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 


ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଜୁନ ୧ ତାରିଖ ଠାରୁ ଆଜି ସୁଦ୍ଧା ୧୧% କମ୍ ବର୍ଷା ରେକର୍ଡ ହୋଇଛି । ୮ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ଲାଗି ରହିଥିବା ବେଳେ ବାକି ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । 


ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ: ଆସନ୍ତା ବର୍ଷ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ବେତନରେ ହେବ ଭଲ ବୃଦ୍ଧି, କମ୍ପାନୀଗୁଡିକ ଦେଲେ ସଙ୍କେତ


ଅଧିକ ପଢ଼ନ୍ତୁ:-ଭସ୍ମାସୁର ପାଲଟିଲା ତାଲିବାନ; ନିଜର ସର୍ବୋଚ୍ଚ ନେତା ଅଖୁନ୍ଦଜାଦାକୁ କଲା ହତ୍ୟା, ଉପ-ପ୍ରଧାନମନ୍ତ୍ରୀ ବରାଦର ବନ୍ଧକ


ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କାର କଏନ୍ ତ ରାତାରାତି ହୋଇପାରିବେ କୋଟିପତି? ଜାଣନ୍ତୁ କ'ଣ କହିଲା RBI


ଅଧିକ ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ଓ RCକୁ ନେଇ ଆସିଲା ବହୁତ ବଡ଼ ଖବର, ସରକାର ନିୟମରେ କଲା ଏହି ପରିବର୍ତ୍ତନ