ଭୁବନେଶ୍ୱର: Odisha Weather Update: ଆଉ ତିନି ଦିନ କାଳବୈଶାଖୀ କଣ୍ଟା, ୨୪ ଘଣ୍ଟା ରେ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ପୂର୍ବ ଉତ୍ତର ପ୍ରଦେଶ ଓ ଆଖପାଖ ବିହାର ଏବଂ ଗାଙ୍ଗେୟଟିକ୍ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଝାଡଖଣ୍ଡ-ବିହାର ମଧ୍ୟରେ ଗୋଟିଏ ଲେଖାଏଁ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନରୁ ଲମ୍ୱିଛି । ଏହାସହ ଏକ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୭,୬୬୪ କୋରୋନା ଆକ୍ରାନ୍ତ


ଏସବୁର ପ୍ରଭାବରେ ଆସନ୍ତା ୧୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୨୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୂରଭଂଜ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କୋରାପୁଟରେ ଘଡଘଡି ବର୍ଷା ଓ ବଜ୍ରପାତ ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କେବଳ କେଉଁଝର, ମୟୂରଭଂଜ, ଯାଜପୁର, ଭଦ୍ରକ, ଓ ବାଲେଶ୍ବର ଜିଲ୍ଲାରେ କୁଆ ପଥର ବୃଷ୍ଟି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।


ଅଧିକ ପଢ଼ନ୍ତୁ:-ଅବସର ନେଉଛନ୍ତି ତ ଆପଣଙ୍କ ପାଇଁ ଏହା ଜରୁରୀ ଖବର, ମୋଦି ସରକାର କରିଛନ୍ତି ବିଶେଷ ବ୍ୟବସ୍ଥା


ସେହିପରି ଆସନ୍ତାକାଲି ୨୦ ଜିଲ୍ଲା ଓ ୧୦ ତାରିଖରେ ୧୨ ଜିଲ୍ଲାକୁ ଏପରି କାଳବୈଶାଖୀ ଜନିତ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାସହ ଆସନ୍ତା ଦୁଇ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ଅଧିକାଂଶ ସ୍ଥାନରେ ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ କେନ୍ଦ୍ର ଆକଳନ କରିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।