କଳାହାଣ୍ଡି : କେତେବେଳେ ଯେ ମୃତ୍ୟ ଆସିବ, ତାହା ସମସ୍ତଙ୍କୁ ଅଜଣା । ଏମିତି କିଛି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ ଛତରଙ୍ଗ ଗାଁର ଭଗ ମାଝୀ ଆଜି ସକାଳୁ ବସ୍ ଯୋଗେ  କାଣିଗୁମା ଗାଁର ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ପରିଜନଙ୍କ ସହ ସମୟ ବିତାଇ ସାରିବା ପରେ ଭଗ ନିଜ ଘରକୁ ଫେରିବାକୁ ବାହାରି ଥିଲେ ହେଲେ ସେତିକି ବେଳକୁ ବସ୍ ପାଇଁ ନଥିଲେ । ପରେ ନିଜ ଗାଁକୁ ଚାଲି ଚାଲି ଯିବା ସମୟରେ ଅମଠାଗୁଡାଗାଁ  ନିକଟରେ  ହାଲିଆ ହୋଇ ରାସ୍ତା କଡ଼ରେ ଥିବା ପୋଲ ଉପରେ ବସି ଥିଲେ ଏବଂ ହଟାଠ ସେହି ସମୟରେ ସେ ପୋଲ ତଳକୁ ଖସି ପଡ଼ିଥିଲେ ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । ଦୀର୍ଘ ସମୟ ପରେ କିଛି ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିବାରକୁ ଖବର ଦେଇ ଥିଲା । ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।