Gajapati News: ପ୍ରେମାନନ୍ଦ ପୂଜାରୀ- ଆଧୁନିକତା ର ସଭ୍ୟ ସମାଜରେ ଏବେ ବି ବଞ୍ଚିରହିଛି କୁସଂସ୍କାର ଓ ବାସନ୍ଦ ଭଳି ବ୍ୟବସ୍ଥା , ନିତି ନିୟମ କୁ ସମ୍ମାନ ଦେଇ ଚାଲୁଥିବା ସମାଜରେ ସାମାନ୍ୟ ଭୁଲ୍ ର ସୀମା ଉଲଂଘନ କରିବା ଦ୍ବାରା ଭିଟାମାଟି ଓ ଚାଷ ଜମିକୁ ଛାଡ଼ିବାକୁ ପଡ଼ିଛି ଦୁଇ ଦମ୍ପତିଙ୍କୁ । ଭଲ ପାଇ ବିବାହ କରିଲେ ବୋଲି ଦମ୍ପତିଙ୍କୁ ଦୀର୍ଘ ୨୦ ବର୍ଷ ଗାଁରୁ ବାସନ୍ଦ କରିଛନ୍ତି ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା କିର୍ତିଙ୍ଗ ଗ୍ରାମରେ।


COMMERCIAL BREAK
SCROLL TO CONTINUE READING

ସୁଚନା ଅନୁଯାୟୀ କିର୍ତ୍ତିଙ୍ଗ ଗାଁ ର ଜର୍ଜ ପାଇକ ଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁ ବରଣ କରିବା ପରେ ସେହି ଗାଁ ର ଅନିତା ପାଇକ ଙ୍କ ସହ କ୍ରମଶଃ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଶେଷରେ ଉଭୟେ ନିଷ୍ପତି ନେଇଥିଲେ ବିବାହ କରିବା ପାଇଁ । ହେଲେ ଝିଅଘର ସହ ଗ୍ରାମର କିଛି ଲୋକେ ତାଙ୍କୁ ବିରୋଧ କରିଥିଲେ । ପ୍ରେମ ସମ୍ପର୍କ ଏତେ ବଢିଥିଲା ଯେ ପାରିପାର୍ଶ୍ବିକ ପରିସ୍ଥିତିର ଚାପ ଓ ଝିଅ ଘର ପରିବାର ର ବିରୋଧ ଯୋଗୁଁ ଗାଁ ଛାଡି ରାୟଗଡ଼ା ଜିଲ୍ଲାର (Rayagada District) ଅଲୋଡା ଗାଁ ରେ କିଛି ମାସ ଆଶ୍ରୟ ନେଇଥିଲେ । ଉଭୟଙ୍କ ବୟସ ବିବାହ ଉପଯୋଗୀ ଥିବା ହେତୁ ସେଠାରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତା ରେ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ । 


ଜର୍ଜ ର ପ୍ରଥମ ସ୍ତ୍ରୀର କୌଣସି ସନ୍ତାନ ଜନ୍ମ ହୋଇନଥିବା ବେଳେ ଦ୍ବିତୀୟ ବିବାହ ପରେ ତିନୋଟି ସନ୍ତାନ କୁ ନେଇ ଚାଲିଛି ସଂସାର । ହେଲେ ଉଭୟେ ନିଜ ଭିଟାମାଟି କିର୍ତ୍ତିଙ୍ଗ ଗାଁ କୁ ଯିବାପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ପରିବାର ଲୋକଙ୍କ ବିରୋଧ କରିବା ସହ ଗାଁ ରେ ତାଙ୍କୁ ମାଡ଼ ମାରିଥିଲେ ,ଏହା ସହିତ ଗାଁ ରୁ ୨୦ ବର୍ଷ ହେବ ବାସନ୍ଦ ହୋଇ ରହିଛନ୍ତି । ଯାହା ଫଳରେ ଉଭୟ ଆଜି ଗୋଟେ ଗାଁ ରେ ରହୁଥିବା ବେଳେ କାଲି ଅନ୍ୟ ଏକ ଗାଁ ରେ ବିଭିନ୍ନ ବୃତ୍ତି କରି ଜୀବନ ଜାପନ କରୁଛନ୍ତି ୫ ପ୍ରାଣୀ କୁଟୁମ୍ବ । 


ଜର୍ଜ୍ ଙ୍କ ଦୁଇଟି ଝିଅ ସହିତ ଗୋଟିଏ ପୁଅ ମଧ୍ୟ ଅଛନ୍ତି। ସେମାନେ କଣ ଜାଣି ନାହାଁନ୍ତି ତାଙ୍କରି କୋଉଟା ନିଜ ଭିଟାମାଟି ଗାଁ । ଜର୍ଜ ନିଜ ଭିଟାମାଟି ଗାଁ କୁ ଗଲେ ଜୀବନରେ ମାରିଦେବାକୁ ଧମକ ଦେଉଥିବା ବେଳେ ନିଜର ଖାଉଟି ସାମଗ୍ରୀ ଆଣିବାକୁ ହେଲେ ଲୁଚି ଲୁଚି ପଞ୍ଚାୟତ କୁ ଜାଇ ଆଣିବାକୁ ପଡୁଛି । ଏମିତି କି ରାସନ୍ କାର୍ଡ, ଆଧାର କାର୍ଡ (Aadhar Card)  ସେହି ଗାଁ ରୁ କାଟିଦେବାକୁ କିଛି ଲୋକ ଧମକ ମଧ୍ୟ ଦେଇଥିବା କହିଛନ୍ତି ଜର୍ଜ ପାଇକ । ଏହିଭଳି ସେ ଦୀର୍ଘ ୨୦ ବର୍ଷ କାଳ ଗାଁ ରୁ ବାସନ୍ଦ ରହିଥିବା ବେଳେ ତାଙ୍କରି ଜମି ମଧ୍ୟ ଜୋର୍ ଜବରଦସ୍ତ ରେ ଗାଁ ର କିଛି ଲୋକ ଚାଷ କରି ଖାଉଥିବା ବେଳେ ଘର ମଧ୍ୟ କରିଦେଇଥିବା କହିଛନ୍ତି । 


ଏ ନେଇ ଅନେକ ଥର ଗାଁ ର ବେହେରା ଓ ୱାର୍ଡ ମେମ୍ବର ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ନିସ୍କର୍ଷ ନବାହାରି ପାରିବାରୁ ସେ ଅନେକ ଥର ମୋହନା ପୋଲିସ୍ ଓ ତହସିଲଦାର ଙ୍କ ପାଖରେ ଦ୍ଵାରସ୍ଥ ହେଇ ଗୁହାରି ଜଣାଇ ଆସୁଛନ୍ତି । ଦୀର୍ଘ ୨୦ ବର୍ଷ ମଧ୍ୟରେ ଅନେକ ତହସିଲଦାର ଓ ଥାନା ଅଧିକାରୀ ବଦଳି ହୋଇ ଚାଲିଯାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଫଳ ଶୂନ। ଏନେଇ ଆମେ ମୋହନା ତହସିଲଦାର ହିମାଂଶୁ ଭୁଷଣ ପଲାଇ ଙ୍କୁ ପଚାରି ବୁଝିବାରୁ ଘଟଣା ର ତଦନ୍ତ କରି ଅତି ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।


Also Read: Odisha Education Calender: ଜାଣନ୍ତୁ କେତେ ଦିନ ହେବ ପାଠପଢା , କେତେ ଦିନ ରହିବ ସ୍କୁଲ୍ ଛୁଟି?