କେନ୍ଦୁଝରରେ ହଳଦୀଆ ତରଭୁଜ, ଖାଇଲେ ମିଳିବ ପ୍ରଚୁର ଲାଭ...

ହଳଦିଆ ତରଭୁଜ ଖାଇବାକୁ ଅତି ମିଠା ଲାଗୁଥିବା ବେଳେ ଏହାର ହଳଦିଆ ରଙ୍ଗ ମନକୁ କିଣିନିଏ । ଏପରି ନିଆରା କିସମର ତରଭୂଜ ଚାଷ କରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଇଚିଣ୍ଡା ଗାଁର ପ୍ରମୋଦ କୁମାର ମହାନ୍ତ ସମଗ୍ର ଜିଲ୍ଲା ପାଇଁ ଉଦାହରଣ ପାଲଟିଛନ୍ତି ।

ଅଭୟ ମହାନ୍ତି Wed, 04 May 2022-3:17 pm,
1/4

ଖରାଦିନେ ତରଭୂଜ ସମସ୍ତଙ୍କର ପ୍ରଥମ ପସନ୍ଦ। ଲାଲ୍ ତରଭୁଜର ମଜା ସମସ୍ତେ ନେଇଛନ୍ତି । ହେଲେ, କେବେ ହଳଦିଆ ତରଭୁଜ ଦେଖିଛନ୍ତି କି? ଲାଲ୍ ତରଭୂଜ ଠାରୁ ହଳଦିଆ ତରଭୂଜର ସ୍ବାଦିଷ୍ଟ ଓ ବାସ୍ନା ସ୍ବତନ୍ତ୍ର । ହଳଦିଆ ତରଭୁଜ ଖାଇବାକୁ ଅତି ମିଠା ଲାଗୁଥିବା ବେଳେ ଏହାର ହଳଦିଆ ରଙ୍ଗ ମନକୁ କିଣିନିଏ । ଏପରି ନିଆରା କିସମର ତରଭୂଜ ଚାଷ କରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଇଚିଣ୍ଡା ଗାଁର ପ୍ରମୋଦ କୁମାର ମହାନ୍ତ ସମଗ୍ର ଜିଲ୍ଲା ପାଇଁ ଉଦାହରଣ ପାଲଟିଛନ୍ତି । 

2/4

ପ୍ରମୋଦ କୁମାର ମହାନ୍ତଙ୍କ ବଗିଚାର ଏହି ସବୁ ତରଭୁଜ ଉପର ସବୁଜ ଥିବା ବେଳେ, ଭିତର କିନ୍ତୁ ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର । ପ୍ରମୋଦ କୁମାର ମହାନ୍ତ ଦିନେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିଲେ, ହେଲେ ଚାଷର ମୋହ ତାଙ୍କୁ ନିଜ ଗାଁକୁ ଫେରାଇ ଆଣିଥିଲା । କିଛି ନିଆରା ଚାଷ କରିବା ଲକ୍ଷ୍ୟ ନେଇ ସେ ସ୍ବତନ୍ତ୍ର କିସମର ହଳଦିଆ ତରଭୁଜ ଚାଷ କରିବା ଆରମ୍ଭ କରିଥିଲେ । ଯେଉଁ ଲାଭ ଲକ୍ଷ୍ୟ ନେଇ ସେ ଚାଷ ଆରମ୍ଭ କରିଥିଲେ, ତାହା ପୂରଣ ହେବା ସହ ଅଞ୍ଚଳରେ ଖ୍ୟାତି ମଧ୍ୟ ପାଇ ପାରିଛନ୍ତି । ଆଉ ଏହାର ନିଆରା ସ୍ବାଦ ଆଖପାଖ ଅଞ୍ଚଳର ଲୋକଙ୍କୁ ବେଶ୍ ଆକୃଷ୍ଟ କରିପାରୁଛି । 

3/4

ଲାଲ୍ ତରଭୁଜ ଠାରୁ ହଳଦିଆ ତରଭୁଜର ଚାହିଦା ଗ୍ରାହକମାନଙ୍କ ମଧ୍ୟରେ ବେଶ୍ ଅଧିକ । ଏହାର ଦାମ ମଧ୍ୟ ଅଧିକ ମିଳିଥାଏ । ଯାହା ଫଳରେ, ଚାଷୀ ଓ ବେପାରୀ ଭଲ ଦିପଇସା ରୋଜଗାର କରିପାରୁଛନ୍ତି । ଏହା ତରଭୂଜ ରାଜ୍ୟ ଓ ରାଜ୍ୟ ବାହାରକୁ ରପ୍ତାନୀ ହୋଇ ପାରୁଛି । ରାଜ୍ୟ ସରକାରଙ୍କ ଉଠାଜଳସେଚନ ବିଭାଗର ବିକେୱାଇ ଡିବିଏସକେ ଯୋଜନାରେ ପ୍ରମୋଦ ୩ ଲକ୍ଷ ୮୮ ହାଜାର ଟଙ୍କା ପାଇ ନିଜ ଚାଷକୁ ଜଳସେଚିତ କରି ପାରିଛନ୍ତି ।

4/4

 ଆଉ ଏହି ତରଭୁଜ ଚାଷ  କରି ପ୍ରମାଦ କରି ବେଶ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । ଏହି ନୂଆ ଓ ହଳଦିଆ ତରଭୁଜର ସ୍ୱାଦ ଚାଖିବା ଓ ଏହାକୁ ଦେଖିବାକୁ ଲୋକେ ପ୍ରମୋଦଙ୍କ ବଗିଚାକୁ ଆସୁଛିନ୍ତି । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link