puri crime: ପୁରୀ: ପୁରୀ ନିମାପଡା ଥାନା ଅଞ୍ଚଳରେ ଘରୋଇ ହିଂସାରୁ ଅଘଟଣ। ନିଶାଗ୍ରସ୍ତ ଅବସ୍ଥାରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛି ନିଶାଡି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସବୁଦିନ ପରି ଗତକାଲି ବି ରାତିରେ ମଦପିଇ ଘରକୁ ଫେରିଥିଲା ନିମାପଡାର ଇରଫାନ ଖାଁ। ସେହି ସମୟରେ ସ୍ତ୍ରୀ ତାହାରୁନ ବିବି ଏକବର୍ଷର ଛୁଆକୁ ଧରି ଗୋଟିଏ ଘରେ ଶୋଇଥାଏ। ଅନ୍ଯ ଘରେ ପରିବାରର ଅନ୍ଯମାନେ ଶୋଇଥାନ୍ତି। ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ସହିତ ଝଗଡା କରିଥିଲା ଇର୍ଫାନ। ସ୍ତ୍ରୀ ପ୍ରତିବାଦ କରିବାରୁ ପ୍ରଥମେ ତାକୁ ଜୋରରେ ମାଡିବସି ବ୍ଲେଡରେ ବେକକୁ କାଟି ପକାଇଥିଲା। 


COMMERCIAL BREAK
SCROLL TO CONTINUE READING

କେବଳ ବ୍ଲେଡ ନୁହେଁ ଧାରୁଆ ଛୁରୀରେ ମଧ୍ୟ ଗଳା କାଟି ଦେଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାହାରୁନ ବିବିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏତେସବୁ ପରେ ବି  ଘରେ ରହିଥିଲା ସ୍ତ୍ରୀ ହନ୍ତା ଇରଫାନ ଖାଁ। ସକାଳୁ ଘଟଣା ଦେଖି ଘରେ କାନ୍ଦ ବୋବାଳି ଛୁଟିଲା। ଗାଁ ଲୋକେ ତୁରନ୍ତ ନିମାପଡା ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ଶବ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ଘଟଣାର ଛାନବିନ କରୁଥିବା ବେଳେ ସାଇନଣ୍ଟିଫିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଟିକନିକ ତଥ୍ୟ ସଂଗ୍ରହ କରିଛି। ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ ହତ୍ୟାକାଣ୍ଡ ପଛରେ କଣ ରହିଛି ପ୍ରକୃତ ରହସ୍ଯ। ସେପଟେ ମାଆର ମୃତ୍ୟୁ ପରେ ମାଆ ଛେଉଣ୍ଡ ହୋଇଯାଇଛନ୍ତି ତିନି ଛୁଆ। ମଦ୍ଯପ ବାପ ପାଖରେ କେମିତି ବଞ୍ଚିବେ। ସେପଟେ ଏଭଳି ନୃସଂଶ ହତ୍ଯାକାଣ୍ଡକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ।