Train Derail At Puri: ପୁରୀ ରେଳ ଷ୍ଟେସନ ଠାରେ ପୁଣି ଲାଇନଚ୍ଯୁତ ହୋଇଛି ଏକ ଟ୍ରେନ। ପୁରୀ-ଗୁଣପୁର ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ଯୁତ ହୋଇଥିବା ଜଣାପଡ଼ିଛି। ସଂଟିଂ କଲାବେଳେ ପୁରୀ-ଗୁଣୁପୁର ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟ ବଶତଃ ସଂଟିଂ ହେଉଥିବାରୁ ଏହି ଏକ୍ସପ୍ରେସରେ କୌଣସି ଯାତ୍ରୀ ନଥିଲେ। ଯାହା ଫଳରେ ଏକ ବଡ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି।


COMMERCIAL BREAK
SCROLL TO CONTINUE READING

୩ ନମ୍ବର ସଂଟିଂ ଲାଇନ ଠାରେ ବଗି ଦୁଇଟି ଲାଇନଚ୍ୟୁତ ହୋଇଥିଲା। ଅଘଟଣ କାରଣରୁ ଟ୍ରାକ ତଳେ ରହିଥିବା ୨୮ ସ୍ଲିପର କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ତୁରନ୍ତ ପରିବର୍ତ୍ତନ କରାଯାଉଛି। ପୁରୀ-ଗୁଣୁପୁର ଟ୍ରେନ ଆସନ୍ତାକାଲି ଯାତ୍ରା କରିଥାନ୍ତା। ଆଜି ପ୍ଲେସମେଣ୍ଟ ପାଇଁ ସଂଟିଂ ବେଳେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ଘଟିବା ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହି ଅଘଟଣର ଯାଞ୍ଚ କରୁଛନ୍ତି। ଖୋର୍ଦ୍ଧାରୁ ଆକ୍ସିଡେଣ୍ଟ ରିଲିଭ ଟୁଲ ପହଁଞ୍ଚିଥିବା ବେଳେ, ଏଥିରେ ରହିଥିବା ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ତୁରନ୍ତ ଏହି ଏକ୍ସପ୍ରେସକୁ ଲାଇନକୁ ଆଣିବାକୁ ଚେଷ୍ଟା ଜାରି ରହିଛି। ଏହି ଅଘଟଣ ପରେ ଟ୍ରେନ ଚଳାଚଳ ସ୍ବାଭାବିକ ରହିଥିବା ବେଳେ କେବଳ ଏହି ସଂଟିଂ ଲାଇନ ବନ୍ଦ ରଖାଯାଇଛି ।