ଆଉ ମାସେ ଜଗା ଦର୍ଶନ ବନ୍ଦ
ରାଜ୍ୟରେ କୋରୋନା (Coronavirus) ସଂକ୍ରମଣ ବଢିବା ସହ ଭକ୍ତ ଓ ଭଗବାନ ମଧ୍ୟରେ ଦୂରତା ମଧ୍ୟ ବୃଦ୍ଧି ପାଉଛି। ପ୍ରଥମେ ୨୦ ଦିନ ଆଉ ଏବେ ମାସେ ପାଇଁ ଶ୍ରୀମନ୍ଦିର (Srimandir) ରେ ଭକ୍ତଙ୍କ ପ୍ରବେଶ ନିଷିଧ କରାଯାଇଛି।
ପୁରୀ: ଭକ୍ତ ଓ ଭାଗବାନଙ୍କ ମଧ୍ୟରେ ବାଡ ସାଜିଛି ମହାମାରୀ କୋରୋନା। ଏପ୍ରିଲ ୨୬ରୁ ଶ୍ରୀମନ୍ଦିରଡରେ ଭାକ୍ତଙ୍କ ପ୍ରବେଶ ମନା ଅଛି। ତେବେ ଏହି ଅବଧିକୁ ଆଜିଠାରୁ ଆଉ ମାସେ ବୃଦ୍ଧି କରାଯାଇଛି। ରାଜ୍ୟରେ ଲଗାତାର ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବଡଦେଉଳରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।
ରାଜ୍ୟରେ କୋରୋନା (Coronavirus) ସଂକ୍ରମଣ ବଢିବା ସହ ଭକ୍ତ ଓ ଭଗବାନ ମଧ୍ୟରେ ଦୂରତା ମଧ୍ୟ ବୃଦ୍ଧି ପାଉଛି। ପ୍ରଥମେ ୨୦ ଦିନ ଆଉ ଏବେ ମାସେ ପାଇଁ ଶ୍ରୀମନ୍ଦିର (Srimandir) ରେ ଭକ୍ତଙ୍କ ପ୍ରବେଶ ନିଷିଧ କରାଯାଇଛି। ଜୁନ ୧୫ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ମନ୍ଦିରରେ କେବଳ ନୀତିକାନ୍ତି ହେବ। ସ୍ୱଳ୍ପ ସଂଖ୍ୟକ ସେବାୟତରେ ନୀତି ଅନୁଷ୍ଠିତ ହେବ ବୋଲି ରାଜ୍ୟ ସରକାର କହିଛନ୍ତି।
Also Read: ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ସ୍ୱର୍ଗଦ୍ୱାରରେ କୋରୋନାର ପହରା
ବିନାଭକ୍ତରେ ମହାପ୍ରଭୁ (Lord Jagannath) ଙ୍କ ଜଳକ୍ରୀଡା ଆୟୋଜନ ହୋଇଥିବା ବେଳେ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କୋରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ ଚାଲୁଛି। ରଛ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ଗତକାଲିଠୁ କ୍ୱାରେଣ୍ଟିନ୍ କରାଯାଇଛି। ଏବେବି ଅନେକ ସେବାୟତ (Sevayat) ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ କୋରୋନା ପଜିଟିଭ୍ ଅଛନ୍ତି।