ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ସ୍ୱର୍ଗଦ୍ୱାରରେ କୋରୋନାର ପହରା
Advertisement
Article Detail0/zeeodisha/odisha890515

ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ସ୍ୱର୍ଗଦ୍ୱାରରେ କୋରୋନାର ପହରା

ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ, ଶ୍ରାଦ୍ଧ ଓ ପିଣ୍ଡଦାନ ଉପରେ ବି ଲାଗିଲା କଟକଣା।

ଡିଜାଇନ ଫଟୋ

ପୁରୀ: ମହାପ୍ରଭୂଙ୍କ ନୀତିକାନ୍ତିକୁ କୋରୋନା ଡର। ଆଗକୁ ଚନ୍ଦନ ଯାତ୍ରା ସହ ରଥ ଅନୁକୁଳ। ସେଥିପାଇଁ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ, ଶ୍ରାଦ୍ଧ ଓ ପିଣ୍ଡଦାନ ଉପରେ ବି ଲାଗିଲା କଟକଣା।

ଶ୍ରୀମନ୍ଦିର (Srimandir) ରେ ଲାଗୁ ହେଲା ନୂଆ କୋରୋନା SOP। ଆଜିଠାରୁ ଭକ୍ତ ଓ ଶ୍ରୀଜୀଉ ମଧ୍ୟରେ ୨୦ ଦିନ ପାଇଁ ପଡିଲା କୋରୋନା ବାଡ। ପରମ୍ପରା ଅନୁସାରେ ମହାପ୍ରଭୁ (Lord Jagannath) ଙ୍କ ନିତୀକାନ୍ତି ଚାଲିବ, କିନ୍ତୁ ଭିତରେ କୌଣସି ଭକ୍ତ ପ୍ରବେଶ ଦିଆଯିବ ନାହିଁ। ଆଗକୁ ଚନ୍ଦନ ଯାତ୍ରା ଓ ରଥ ଅନୁକୁଳ ଥିବାରୁ ସେବାୟତଙ୍କ ସୁରକ୍ଷା ଓ ଚତୁର୍ଦ୍ଧାମୁର୍ତ୍ତିଙ୍କ ନୀତିରେ ବ୍ୟାଘତ ନ ଉପୁଜିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

Also Read: Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

ସେପେଟେ ସ୍ୱର୍ଗଦ୍ୱାର (Swargadwara) ରେ କଠୋର କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୁରୀ (Puri) ବାହାରୁ ଆସୁଥିବା ମୃତଦେହର ଦାହସଂସ୍କାର ବନ୍ଦ ରହିବ। ମହଦୋଧିରେ କୋଭିଡ ମୃତକଙ୍କର ଅସ୍ଥି ବିସର୍ଜନ ହେବ ନାହିଁ। ଏହା ସହ ଜିଲ୍ଲା ବାହାର ଲୋକଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ (Last Rites Rituals) ବାରଣ କରାଯାଉଛି। ଏବେ ସ୍ୱର୍ଗଦ୍ୱାରରେ କେବଳ ପୁରୀବାସୀଙ୍କ ସଂସ୍କାର ହେବ। କିନ୍ତୁ କୋଭିଡରେ ମୃତ୍ୟୁ ହୋଇଥିଲେ ସେଠାରେ ସ୍ଥାନ ମିଳିବ ନାହିଁ।

ଅପରପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର କୋଭିଡ ଟେଷ୍ଟରେ ଆଉ ୪୭ ସେବାୟତ ପଜିଟିଭ (Covid Positive) ଚିହ୍ନଟ ହୋଇଛନ୍ତି। ଯେଉଥିରେ କୁମ୍ଭମେଳାରୁ ଫେରିଥିବା ୫ ସେବାୟତ ଓ ୩୪ ଜଣ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଅଛନ୍ତି। ସେପଟେ ପୁରୀ (Puri) ରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ବନଖଣ୍ଡରୁ ଆସିଛି ୧୭ ଖଣ୍ଡ ଧଉରା ଓ ଅସନ କାଠ ଆସିଛି। ମେ ୧୫ ତାରିଖ, ଅକ୍ଷୟ ତୃତୀୟାରେ ରଥ (Ratha) ନିର୍ମାଣ କାମ ଆରମ୍ଭ ହେବ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଲାଗିପଡିଛନ୍ତି।