ନକଲି ଟଙ୍କତୋରାଣି! ଶ୍ରୀମନ୍ଦିର ବାହାରେ ହେଉଛି ବିକ୍ରି
ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ନିଷେଧ କରାଯାଇଥିବା ବେଳେ ବାହାର ବେଢାରେ ଏହା କିଭଳି ବିକ୍ରି ହେଉଛି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି।
ସଞ୍ଜୟ ମହାପାତ୍ର, ପୁରୀ: ତେଜିଲା ଶ୍ରୀମନ୍ଦିର ବାହାର ବେଢାରେ ବିକ୍ରି ହେଉଥିବା ଟଙ୍କତୋରାଣି ପ୍ରସଙ୍ଗ। ଦୀର୍ଘ ଚାରିବର୍ଷ ହେବ ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ନିଷେଧ ହୋଇଛି। କିନ୍ତୁ ଏବେ ମନ୍ଦିର ବାହାର ବେଢାରେ ମହାପ୍ରଭୁଙ୍କ ଟଙ୍କତୋରାଣି ବିକ୍ରି ହେଉଛି। ସେପଟେ ସବୁଜାଣି ଶ୍ରୀମନ୍ଦିର ପ୍ରଶାସନ ଚୁପ ଥିବା ଅଭିଯୋଗ ଆସିଛି।
ଶ୍ରୀମନ୍ଦିର (Puri Jagannath Temple) ପରମ୍ପରା ମୁତାବକ ସ୍ନାନବେଦୀ ପଛରେ ଥିବା ନିମ୍ବକାଠରେ ପ୍ରସ୍ତୁତ ଡଙ୍ଗାର ପବିତ୍ର ଜଳ ଓ ମହାପ୍ରସାଦ (Mahaprasad) ରେ ଟଙ୍କତୋରାଣି ପ୍ରସ୍ତୁତ ହୋଇଥାଏ। ଏମିତିକି ଟଙ୍କତୋରାଣି ନିଶୁଳ୍କ ଭାବେ କେବଳ ଭକ୍ତଙ୍କୁ ବଣ୍ଟନ କରାଯାଇଥାଏ। କିନ୍ତୁ ତୋରାଣିର ମାନକୁ ନେଇ ୪ ବର୍ଷ ତଳେ ଏହାର ସେବନ ଓ ବିକ୍ରି ଉପରେ ରୋକ ଲଗାଯାଇଛି। ତଥାପି କିଛି ଅସାଧୁ ବେପାରୀ ଟଙ୍କୋତୋରାଣି ନାଁରେ ଦହିପାଣି ବିକ୍ରି କରୁଛନ୍ତି।
Also Read: ପୁରୀରେ ପୁଣି Covid Test; ନମୂନା ଦେବାକୁ ନାରାଜ ଶ୍ରୀମନ୍ଦିର ସେବାୟତ
ଆନନ୍ଦ ବଜାର (Anand Bazar)ରେ ନୁହେଁ ବଡଦାଣ୍ଡରେ ମିଳୁଛି ମହାପ୍ରଭୁ (Lord Jagannath) ଙ୍କ ଟଙ୍କତୋରାଣି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରି କିଛି ଅସାଧୁ ବ୍ଯବସାୟୀ ଦହୀପାଣିକୁ ଟଙ୍କତୋରାଣି (Tankatorani) ର ରୂପ ଦେଇ ବେଆଇନ ବ୍ଯବସାୟ ଚଳାଉଛନ୍ତି। ସେପଟେ କାଳିଆ ନାଁରେ ସେମାନେ ନିରିହ ଭକ୍ତଙ୍କୁ ଠକି ଚାଲିଛନ୍ତି। ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ନିଷେଧ କରାଯାଇଥିବା ବେଳେ ବାହାର ବେଢାରେ ଏହା କିଭଳି ବିକ୍ରି ହେଉଛି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି।
ନକଲି ଟଙ୍କତୋରାଣି ବିକ୍ରି କରି ବାପାରୀମାନେ ମହାପ୍ରଭୁଙ୍କ ଅପମାନ କରୁଛନ୍ତି। ଟଙ୍କତୋରାଣିକୁ ବ୍ଯବସାୟକରଣ କରିବା ଓ ବିକ୍ରି କରିବା ଉଚିତ ନୁହେଁ ମହାପ୍ରଭୁଙ୍କ ମହାପ୍ରସାଦର ଅସମ୍ମାନ। ମହାପ୍ରଭୁଙ୍କ ଟଙ୍କତୋରାଣି ନାଁରେ ବାହାରେ ବିକ୍ରି ହେଉଥିବା ଅପମିଶ୍ରିତ ଦହୀପାଣିକୁ ରୋକ ଲଗାଇବାକୁ ଭକ୍ତ ମହଲରେ ଦାବି ହେଉଛି। ସେପଟେ ବାହାରେ ଟଙ୍କତୋରାଣି ବିକ୍ରି ବନ୍ଦ କରିବା ନେଇ ଖାଦ୍ଯ ନିରିକ୍ଷକଙ୍କୁ ଚିଠି ଲେଖିବାକୁ ଶ୍ରୀମନ୍ଦିର ପ୍ରଶାସନ କହିଛି।