ବୌଦ୍ଧ: ଜିଲ୍ଲାରେ ଅବାଧରେ ବନ୍ୟଜନ୍ତୁ ଶିକାର ଚାଲିଛି। ବନ୍ୟଜନ୍ତୁର ସୁରକ୍ଷା କଥା ତେଣେ ଥାଉ ଶିକାରୀମାନଙ୍କୁ କାବୁ କରିବାରେ ବୌଦ୍ଧ ବନ ବିଭାଗ ବିଫଳ ହୋଇଛି। ଜିଲ୍ଲାରୁ କେତେବେଳେ ବଜ୍ରକାପ୍ତା, ବାଘଛାଲ ତ କେତେବେଳେ ହାତୀ ଦାନ୍ତ ଜବତ କରିବାରେ ଏସଟିଏଫ ସଫଳ ହେଉଛି। ଏପରି କି ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି। ଅନ୍ୟପଟେ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ବନ ବିଭାଗ ହେତାପଜରୁ ଗାଏବ ହୋଇଯାଉଛି। ଏସବୁ ଘଟଣାକୁ ଦେଖି ବନ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଜନସାଧାରଣ ପ୍ରଶ୍ନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୁଇ ଦିନ ତଳେ ଭୁବନେଶ୍ୱରସ୍ଥିତ ଏସଟିଫ ଟିମ ୧୩ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା (pangolin) କୁ ଜବତ କରି ବୌଦ୍ଧ ବନ ବିଭାଗ (Forest Dept) କୁ ହସ୍ତାନ୍ତର କରିଥିଲା। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ବୌଦ୍ଧ ବନ ବିଭାଗର କର୍ମଚାରୀଙ୍କ ହେପାଜତରେ ଥିବା ଜୀବନ୍ତ ବଜ୍ରକାପ୍ତା ସେମାନଙ୍କ ଆଖି ସାମ୍ନାରୁ ଫେରାର ମାରିଲା। ଏ ବାବଦରେ ବନ ବିଭାଗର କର୍ମଚାରୀ ଓ ଅଧିକାରୀ ବି ଜାଣି ପାରିଲେ ନାହିଁ। ଜୀବନ୍ତ ବଜ୍ରକାପ୍ତାଟି ବୌଦ୍ଧ ମହାନଦୀରେ ବୁଲୁଥିବା ଦେଖିବା ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରୁ ସେହି ବଜ୍ରକାପ୍ତାକୁ ଉଦ୍ଧାର କରିବାରେ ବନ ବିଭାଗ କର୍ମଚାରୀମାନେ ସକ୍ଷମ ହୋଇଥିଲେ।


Also Read: ସରକାରୀ ସ୍କୁଲ ଉପରେ ବୁଲଡୋଜର ଚଢିବା ଘଟଣା: ପ୍ରଶାସନର ଅନ୍ଧାରୀ ଶାସନକୁ ବିରୋଧ, NH -59 ବନ୍ଦ


ସୂଚନାମତେ ପୋଲିସର ସ୍ୱତନ୍ତ୍ର ଟାସ୍କ ଫାର୍ସ (Special Task Force) ଗତ ସୋମବାର ବୌଦ୍ଧ (Boudh) ଜିଲ୍ଲା ସାମ୍ପୋଚ ପଞ୍ଚାୟତର ଜଗନ୍ନାଥ ସଡକର ବଘାରପାଲି ଛକରୁ ୧୩ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା। ବଜ୍ରକାପ୍ତା ବିକ୍ରି ପାଇଁ ଏକ ଜରି ବ୍ୟାଗ ଭିତରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ମଙ୍ଗଳପୁର ଗ୍ରାମର ପ୍ରକାଶ ମହାକୁଡକୁ ଗିରଫ କରି ବୌଦ୍ଧ ବନ ବିଭାଗକୁ ଏସଟିଏଫ୍ ହସ୍ତାନ୍ତର କରିଥିଲା। ଉଦ୍ଧାର ବଜ୍ରକାପ୍ତାକୁ ମଧ୍ୟ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବନବିଭାଗକୁ ହସ୍ତାନ୍ତର କରିଥିଲା।


ପୂର୍ବରୁ ବି ବୌଦ୍ଧ ଜିଲ୍ଲାରୁ ଚାରି ଚାରି ଥର ବାଘ ଛାଲ, ହାତୀ ଦାନ୍ତ ଜବତ କରିବା ସହିତ ଚାଲାଣକାରୀଙ୍କୁ ଏସଟିଏଫ୍ ଗିରଫ କରିଛି। ଜିଲ୍ଲାର ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ DFO, Rengers, Foresters, Forest Guards, ଭଳି ଅନେକ କର୍ମଚାରୀ ନିଯୁକ୍ତି ହୋଇଛନ୍ତ। ଏଥିପାଇଁ ସେମାନେ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି। କିନ୍ତୁ ନିଜ ହେପାଜତରୁ ଜଙ୍ଗଲୀ ଜନ୍ତୁ ଫେରାର ହେଇଯାଉଛି ସେ ବାବଦରେ କିଭଳି ଜାଣି ପାରୁ ନାହାନ୍ତି। ପାରଦର୍ଶିତାର ଅଭାବ ନା ଏ ସବୁ ଚାଲାଣ ପଛରେ ବିଭାଗ ରାକେଟ ହୋଇ କାମ କରୁଛି ତାହା ଏବେ କେବଳ ସାଧାରଣ ଲୋକମାନେ ନୁହଁ ପରିବେଶବିତମାନେ ମଧ୍ୟ ପ୍ରଶ୍ନ କରିବା ଆରମ୍ଭ କଲେଣି।


Also Read: ଦରମା ପାଇଁ ଧାରଣାରେ ବସିଲେ କଲେଜ ଅଧ୍ୟାପକ ଓ ଅଧ୍ୟାପିକା


ଏସଟିଏଫ ଜିମା ଦେଇଥିବା ବଜ୍ରକାପ୍ତାକୁ ଜାଣି ଶୁଣି ବୌଦ୍ଧ ବନ ବିଭାଗ ଛାଡି ଦେଇଥିଲା ନା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ। ଉଦ୍ଧାର ବଜ୍ରକାପ୍ତାକୁ ଜଙ୍ଗଲରେ ନଛାଡି ଏତେ ଦିନ ନିଜ ପାଖରେ ବନ ବିଭାଗ କାହିଁକି ରଖିଥିଲା, ତାହା ମଧ୍ୟ ଜଣାପଡିନାହିଁ। ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପିସିସିଏଫ, ବିଭାଗୀୟ ସଚିବ, ଜଙ୍ଗଲ ମନ୍ତ୍ରୀ ଜାଣି ପାରୁଛନ୍ତି ନା ଜାଣିଶୁଣି ବୌଦ୍ଧ ବନାଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି? ବନବିଭାଗର ଦାୟିତ୍ୱହୀନତା ଘଟଣା ସାମ୍ନାକୁ ଆସିବା ପରେ ଏବେ କୈଫତମାଗିବେ କି? ଦୋଷୀଙ୍କ ବୁରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ କି? ତାହା ସମୟ ହିଁ କହିବ।