ଦରମା ପାଇଁ ଧାରଣାରେ ବସିଲେ କଲେଜ ଅଧ୍ୟାପକ ଓ ଅଧ୍ୟାପିକା
Advertisement
Article Detail0/zeeodisha/odisha1168152

ଦରମା ପାଇଁ ଧାରଣାରେ ବସିଲେ କଲେଜ ଅଧ୍ୟାପକ ଓ ଅଧ୍ୟାପିକା

ବର୍ତ୍ତମାନ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଶାନ୍ତି ପୂର୍ଣ୍ଣ ଭାବରେ ପରୀକ୍ଷାରେ ସହଯୋଗ କରିବା ସହିତ ଧାରଣା ଦେଇ ପ୍ରତିବାଦ କରୁଥିବା କହିଛନ୍ତି ଏହି କର୍ମଚାରୀ ମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଅଧ୍ୟାପକ ମାନେ କହୁଥିବା ବେଳେ ପିଲା ମାନଙ୍କ ପାଠପଢା, ଏବଂ ପରୀକ୍ଷା କିପରି ହେବ ତାହା ସନ୍ଦେହ ସୃଷ୍ଟି ହୋଇଛି । 

ଦରମା ପାଇଁ ଧାରଣାରେ ବସିଲେ କଲେଜ ଅଧ୍ୟାପକ ଓ ଅଧ୍ୟାପିକା

ଦେବେନ୍ଦ୍ର ନାୟକ, ସୋରୋ: ରାଜ୍ୟ ରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ   ବେସରକାରୀ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ପ୍ରତି ସରକାର ଓ ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ୱାରା ଅଣଦେଖା କରା ଯାଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିବା ବେଳେ  ନିୟମିତ ଅଧ୍ୟାପକ, ଅଧ୍ୟାପିକା ଓ  କର୍ମଚାରୀ ମାନେ ଠିକ ସମୟରେ ତାଙ୍କ ଦରମା ପାଉଥିବା ବେଳେ ବେସରକାରୀ କର୍ମଚାରୀ ମାନଙ୍କୁ ଅଣଦେଖା ହୋଇ ଆସୁଥିବା ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ ବହୁ କଷ୍ଟରେ ମହାବିଦ୍ୟାଳୟ ର ପରିଚାଳନା କମିଟିଙ୍କ ଦୟା ଉପରେ ନିର୍ଭର ରହିବାକୁ ପଡ଼ୁଛି ତଥା ଦରମା ବୃଦ୍ଧି କରାଯାଉନାହିଁ । ଏହି ଭଳି ଘଟଣାରୁ ଅସନ୍ତୋଷ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମହାବିଦ୍ୟାଳୟରେ । 

ଯେଉଁଠାରେ ମହାବିଦ୍ୟାଳୟର  ଅଧକ୍ଷଙ୍କ କାର୍ଯ୍ୟାଳୟ ଆଗରେ ବେସରକାରୀ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ଧାରଣାରେ ବସି ରହିଛନ୍ତି  । ବେସରକାରୀ କର୍ମଚାରୀ ମାନଙ୍କୁ  ମହାବିଦ୍ୟାଳୟର ପରିଚାଳନା କମିଟି ତରଫରୁ ଦରମା ପ୍ରଦାନ କରାଯାଉ ଥିବା ବେଳେ ଦୀର୍ଘ ବର୍ଷ ପରେ ମଧ୍ୟ ଦରମା ବୃଦ୍ଧି ନକରିବାକୁ ପ୍ରତିବାଦ କରି ଦରମା ବୃଦ୍ଧି କରିବାକୁ ଅଧକ୍ଷ ଓ ପରିଚାଳନା କମିଟିର ସଭାପତି ତଥା ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ  ପତ୍ର ମାଧ୍ୟମରେ ଜଣାଇ ଥିଲେ କିନ୍ତୁ କୌଣସି ସମାଧାନ ନହେବାରୁ ୧୪ ଜଣ ବେସରକାରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗୋପାଳପୁର ମହାବିଦ୍ୟାଳୟ ଅଧକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ଏହା ବି ପଢ଼ନ୍ତୁ:-ଜମାକାରୀଙ୍କ ଟଙ୍କା ଫେରାଇବ ସାହାରା ଇଣ୍ଡିଆ! କୋର୍ଟିଙ୍କ ବଡ଼ ନିଷ୍ପତ୍ତି

ବର୍ତ୍ତମାନ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଶାନ୍ତି ପୂର୍ଣ୍ଣ ଭାବରେ ପରୀକ୍ଷାରେ ସହଯୋଗ କରିବା ସହିତ ଧାରଣା ଦେଇ ପ୍ରତିବାଦ କରୁଥିବା କହିଛନ୍ତି ଏହି କର୍ମଚାରୀ ମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଅଧ୍ୟାପକ ମାନେ କହୁଥିବା ବେଳେ ପିଲା ମାନଙ୍କ ପାଠପଢା, ଏବଂ ପରୀକ୍ଷା କିପରି ହେବ ତାହା ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ବାବଦରେ ମହାବିଦ୍ୟାଳୟର ଅଧକ୍ଷ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ଉଚିତ ନ୍ୟାୟ ସହିତ ଦରମା ପାଇବାର ହକଦାର ଥିବାରୁ କେବେ ମହାବିଦ୍ୟାଳୟ ପରିଚାଳନା କମିଟି ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ କରୁଛନ୍ତି ଦେଖିବାକୁ ବାକି ରହିଛି ।