କୋରାପୁଟ: ରାଜ୍ୟବ୍ୟାପୀ ବନ୍ୟା ବିଭିଷିକାର ଦୃଶ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ଅନେକ ନଦୀକୂଳିଆ ଗ୍ରାମ ଜଳମଗ୍ନ ହୋଇଯାଇଛି। ଏହାରି ମଧ୍ୟରେ କୋରାପୁଟରୁ ଏକ ଚିନ୍ତାଜନକ ଖବର ସାମନକୁ ଆସିଛି। ବିନା ବର୍ଷା ଓ ପାଣି ସୁଅ ନଥିବା ବେଳେ ମଙ୍ଗଳବାର ନଦୀ ଉପର ପୋଲ ଭୁଶୁଡି ପଡିଛି। ଫଳରେ କୋରାପୁଟ ଓ ରାୟଗଡାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।


COMMERCIAL BREAK
SCROLL TO CONTINUE READING

ଲେନ୍ଦିରି ମାଳିଗୁଡା ନିକଟରେ ଚାବେରୀ ନଦୀ ଉପରେ ନିର୍ମିତ ହୋଇଥିବା ପୋଲ ଭୁଶୁଡ଼ିଛି। ଫଳରେ କୋରାପୁଟ-ରାୟଗଡା ୩୨୬ ନମ୍ବର ରାଜ୍ୟ ରାଜପଥରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଘଟଣାଟି କୋରାପୁଟ ଜିଲ୍ଲା ମୁଖ୍ୟାଳୟ ଠାରୁ ୧୫ କିମି ଦୂରରେ ଘଟିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପୋଲ ହଠାତ ଭୁଷୁଡି ଯାଇଥିଲା। ସୌଭାଗ୍ୟ ବଶତଃ ସେତେବେଳେ ବ୍ରିଜ ଉପରେ କୌଣସି ଗାଡି ଯାତାୟାତ ହେଉ ନ ଥିଲା। ତେଣୁ କୌଣସି ଧନ ଜୀବନ ହାନୀ ହୋଇନାହିଁ।


Aldo Read: ଡରାଇଲାଣି ମହାନଦୀ, ବୌଦ୍ଧରେ ଡେଇଁଲା ବିପଦ ସଂକେତ


ବଙ୍ଗଳାଗୁଡା ନିକଟରେ ପୋଲ ଭୁଷୁଡିବା ଫଳରେ କାକିରିଗୁମ୍ମା ଭାୟା ଦାମନଯୋଡି ଦେଇ ବର୍ତ୍ତମାନ ଗାଡି ଚଳାଚଳ କରୁଛି। ୬୦ ଫୁଟ ଲମ୍ବର ବ୍ରିଜ୍ ଭାଙ୍ଗି ୨୦ ଫୁଟ ତଳକୁ ଦବିଥିବା କୁହାଯାଉଛି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ସ୍ଥିତି ତଦାରଖ କରିଛି। ତେବେ ବିନା ବର୍ଷା ଓ ପାଣି ସୁଅରେ ବ୍ରିଜ୍ କିଭଳି ଭାଙ୍ଗିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ନିମ୍ନମାନର କାମ ହୋଇଥିବାରୁ ବ୍ରିଜ୍ ଖସିପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।