Top 10 News: ଜାନୁଆରୀ ୧୫ ପରେ ମିଳିବ 'ସୁଭଦ୍ରା'ଟଙ୍କା, ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2587964

Top 10 News: ଜାନୁଆରୀ ୧୫ ପରେ ମିଳିବ 'ସୁଭଦ୍ରା'ଟଙ୍କା, ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ। ଏନେଇ ଆଇଆଇଟି ମାଡ୍ରାସ୍ ସହ ଚୁକ୍ତି ହୋଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines

Top 10 News Headlines 4 January 2025: H1. Pravati Parida On Subhadra scheme: ଜାନୁଆରୀ ୧୫ ପରେ ମିଳିବ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଆବେଦନକାରୀଙ୍କ ନାଁରେ ଜମି ୫ଏକର ଅଛି କି ନାହିଁ ଏହାର ସର୍ଭେ ଜାନୁଆରୀ ୧୫ରେ ସରିବା ପରେ ଟଙ୍କା ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

H2. CM Call For 'Safe Journey': ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ।

H3. Smart devices to be installed in buses: ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ। ଏନେଇ ଆଇଆଇଟି ମାଡ୍ରାସ୍ ସହ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ପଡ଼ିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ। ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। ଏହି ଡିଭାଇସ ଦ୍ବାରା ରୋଡ ହିପ୍ନୋଟିଜିମକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। 

H4. PM Narendra Modi to visit Odisha: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୮ ତାରିଖରେ ପୁଣି ଓଡ଼ିଶା ଆସିବେ। ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ଏହି ସମୟରେ  ସେ ୨୮ରେ ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେବେ। ୨ ଦିନ ଧରି ଚାଲିବ ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ ସେସନ। ଏବଂ ଏହ ସମୟରେ ୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ସହ ୨୮ରୁ ୩୦ ଶିଳ୍ପ ପ୍ରଦର୍ଶନୀ ହେବ।

H5. Bandipora Army Incident: ସେନା କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ସେନା ଟ୍ରକ୍ ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଟ୍ରକଟି ଏକ ଉଚ୍ଚ ପାହାଡରୁ ଏକ ଗଭୀର ଘାଇରେ ଖସିପଡିଥିଲା, ଏହା ପରେ ଦୁଇ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ଆହତ ହୋଇଛନ୍ତି। ବାନ୍ଦିପୋରା ଜିଲ୍ଲାର ୱୁଲାର ଭ୍ୟୁପଏଣ୍ଟ ନିକଟରେ ଏହି ଘଟଣା ଘଟିଛି। 

H6. Atul Subhash suicide case: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ନିକିତା ସିଙ୍ଗାନିଆ, ତାଙ୍କ ମା ନିଶା ଏବଂ ଭାଇ ଜାମିନ ପାଇଛନ୍ତି। ବେଙ୍ଗାଲୁରୁ ସିଟି ସିଭିଲ କୋର୍ଟ ନିକିତା ସିଙ୍ଗାନିଆ, ନିଶା ସିଙ୍ଗାନିଆ ଏବଂ ଅନୁରାଗ ସିଙ୍ଗାନିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। 

H7. ISRO grows cowpea seeds in space: ମହାକାଶରେ ଜୀବନ ଖୋଜୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ମହାକାଶରେ ଝୁଡଙ୍ଗ ମଞ୍ଜିଗୁଡିକ ଅଙ୍କୁରିତ ହୋଇଛି। ଶୀଘ୍ର ପତ୍ର ମଧ୍ୟ ବାହାରିବା ନେଇ ଇସ୍ରୋ ଆଶା ରଖିଛି। ଏହି ଝୁଡଙ୍ଗ ମଞ୍ଜିଗୁଡିକ SpaDeX ସହିତ ୩୦ ଡିସେମ୍ବରରେ PSLV C 60 ରକେଟ୍ ଦ୍ୱାରା ପଠାଯାଇଥିଲା।

H8. Earthquake in Gujarat: ଶନିବାର ଦିନ ଗୁଜୁରାଟର କୁଚ୍‌ରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କୁଚର ଦୁଧାଇ ନିକଟରେ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ମାପ କରାଯାଇଥିଲା । ଅପରାହ୍ନ ପ୍ରାୟ ୪:୩୭ ସମୟରେ ଏହି ଭୂକମ୍ପ ହୋଇଥିଲା।

H9. Yuzvendra Chahal Dhanashree Verma Divorce: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରି ସେମାନଙ୍କ ସମ୍ପର୍କକୁ ନେଇ ଚାଲିଥିବା ବିବାଦକୁ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ବିବାହ କରିଥିବା ଏହି ଷ୍ଟାର କପଲ୍ ଖୁବ୍ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି।

H10. India vs Australia 5th Test: ବୋର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଫଳାଫଳ ଆଡକୁ ଗତିକରିଛି। ଭାରତ ଟସ୍ ଜିତି ଶୁକ୍ରବାର ଦିନ (୩ ଜାନୁୟାରୀ) ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ୧୮୫ ରନ୍ କରିଥିବା ଭାରତୀୟ ଦଳ ଶନିବାର (୪ ଡିସେମ୍ବର) ଅଷ୍ଟ୍ରେଲିଆକୁ ୧୮୧ ରନରେ ଅଲ୍ ଆଉଟ୍ କରି ଦେଇଥିଲା। ଭାରତ ପାଇଁ ଝଟକା ହେଉଛି ଯେ ଜସପ୍ରୀତ ବୁମ୍ରା ଆହତ ହୋଇଛନ୍ତି।