Cyber Crime News In Odia:  ସମ୍ବଲପୁର: ଦେଢ଼ ଲକ୍ଷ ଟଙ୍କାର ସାଇବର ଠକେଇ (Cyber Crime)। ପ୍ରାୟତଃ ଅନେକେ ସାଇବର ଠକେଇର (Cyber Fraud) ଶିକାର ହେଉଛନ୍ତି କିନ୍ତୁ ଏହି ଠକେଇରେ ଗୋଟିଏ ଭିନ୍ନ ପ୍ରକାରେ ଠକେଇ କରିବାର ଘଟଣା ରହିଛି। ଯେ ଜଣେ ନିଜ OTP ସେଆର ନ କରି ମଧ୍ୟ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାର ଚୁନା ଲାଗିଛି। ଆଉ ସେଇ ସାଇବର ଠକେଇର ଶିକାର ହୋଇଛନ୍ତି ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ। ତାଙ୍କ ICICI ବ୍ୟାଙ୍କ ଏକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କଟି ଯାଇଥବାର ସେ ଅଭିଯୋଗ କରିଛନ୍ତି। ଏ ବାବଦରେ ଗତକାଲି ରାତିରେ ସେ ସମ୍ବଲପୁର ଅଇଁଠାପାଲି ଥାନାରେ  FIR କରିଥବାର ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ଦୁଇଟି ପର୍ଯ୍ୟାୟରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କ ଏକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କଟି ଯାଇ ଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ଏକାଉଣ୍ଟ ICICI ବ୍ୟାଙ୍କରେ ରହିଛି। ଗତ ୬ ତାରିଖରେ ତାଙ୍କ ନିକଟକୁ OTP ଆସିଥିଲା। ସେ ସେହି OTP କୁ କାହାରି ସହ ସେଆର ମଧ୍ୟ କରି ନ ଥିବାର ସେ କହିଛନ୍ତି। କିନ୍ତୁ ତା'ପରେ ପ୍ରଥମ ପର୍ଯ୍ୟାୟରେ ତାଙ୍କ ଏକାଉଣ୍ଟରୁ ଏକ ଲକ୍ଷ ଟଙ୍କା କଟି ଯାଇଥିଲା। ପୁଣି ତା ପରବର୍ତ୍ତୀ ସମୟରେ ୫୦ ହଜାର ଟଙ୍କା କଟି ଯାଇଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି। ଏମିତି ଭାବରେ ଦୁଇଟି ପର୍ଯ୍ୟାୟରେ ତାଙ୍କ ICICI ବ୍ୟାଙ୍କ ଏକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କଟି ଯାଇଥିବାର ସେ ଥାନା ରେ ଅଭିଯୋଗ କରିଛନ୍ତି। 


କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେ କାହାକୁ ମଧ୍ୟ OTP ସେଆର କରି ନ ଥିବା ସତ୍ୱେ ମଧ୍ୟ ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ କିଭଳି ଏତେ ଟଙ୍କା କିଭଳି ଗାୟବ ହୋଇଗଲା ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏବିଷୟରେ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରି ଥିବାରୁ ତଦନ୍ତ ଚଳାଇଛି ପୋଲିସ। ଏଘଟଣା ପରେ ଏବେ ଏକ ନୂଆ କ୍ରାଇମ ଆଖି ଆଗକୁ ଆସୁଛି। ସେଇଟା ହେଲା ଯେ ଜଣେ ବ୍ୟାଙ୍କ ଗ୍ରାହକ ନିଜ ପାଖକୁ ଆସିଥିବା OTP କାହାରି ସହ ସେଆର କରି ନ ଥିବା ସତ୍ୱେ କିଭଳି ତାଙ୍କ ଟଙ୍କା ବ୍ୟାଙ୍କ ଏକାଉଣ୍ଟରୁ କଟିଯାଉଛି। ଗୋଟିଏ ପଟେ ଦୀପାଳି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେ କାହାରି ସହ ତାଙ୍କ ନିକଟକୁ ଆସିଥିବା OTP ସେଆର କରି ନାହାନ୍ତି। ଆଉ ଅନ୍ୟପଟେ OTP ନ ଦେଲେ ଟଙ୍କା ଉଠାଣ ହୋଇ ପାରିବ ନାହିଁ। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ OTP ସେଆର ନ କଲେ ମଧ୍ୟ ଯଦି ବ୍ୟାଙ୍କରୁ ଟଙ୍କା ଲୁଟି ନେଉଛନ୍ତି ଲୁଟେରା।


ତା ହେଲେ ଆଉ କେଉଁଠି ସୁରକ୍ଷିତ ସ୍ଥାନ ରହିଛି ଯେ ଜଣେ ଗ୍ରାହକ ନିଜ କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ରଖି ପାରିବ। ଏବେ FIR ତ ଦେଇଛନ୍ତି ଦୀପାଳି ଦାଶ, ଦେଖାଯାଉ ଯଦି ଏହି ଘଟଣାର ଧୂର୍ତ୍ତ ଅପରାଧୀ ଧରା ପଡିଲେ ପ୍ରକୃତ ସତ୍ୟାସତ୍ୟ ହୁଏତ ଲୋକ ଲୋଚନକୁ ଆସିପାରିବ।


Also Read: ଅନ୍ଧବିଶ୍ୱାସ ଆଗରେ ହାରିଗଲା ଚିକିତ୍ସା ବିଜ୍ଞାନ, ଜୀବନ ପାଇବାକୁ ମନ୍ଦିର ଗଲା ମୃତଦେହ