ଅଜୟ ନାଥ, ସମ୍ବଲପୁର: ଭିକ୍ଷା ବୃତ୍ତି କୁ ନା, ଆତ୍ମନିର୍ଭରକୁ ହଁ। ହାତ ଗୋଡ଼ ନାହିଁ ତଥାପି ନିଜ ଗୋଡ଼ରେ ଠିଆ ହେବାକୁ ଚାହୁଁଛନ୍ତି ଦିବ୍ୟାଙ୍ଗ ଜଗନ୍ନାଥ। ସେ ଆତ୍ମନିର୍ଭର ହେବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଯଦି ଟିକିଏ ସରକାରୀ ସହାୟତା ମିଳିଳେ ଆତ୍ମସମ୍ମାନର ସହ ବଞ୍ଚିପାରିବେ ବୋଲି ଜଗନ୍ନାଥ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଯୁଜୁମୁରା ବ୍ଲକ (Jujumara Block) ଅଧୀନସ୍ଥ ବର୍ଷାପାଲି ଗାଁର ଜଗନ୍ନାଥ ପୋଢ଼ ଜନ୍ମରୁ ଦିବ୍ୟାଙ୍ଗ (disabled man)। ହାତ ଗୋଡ଼ ନାହିଁ କିନ୍ତୁ ତାଙ୍କ ମନରେ ରହିଛି ଆତ୍ମନିର୍ଭର ହୋଇ ବଞ୍ଚିବାର ସ୍ବପ୍ନ। ଜନ୍ମରୁ ଜଗନ୍ନାଥଙ୍କ ଦୁଇଟି ହାତ ନଥିବା ବେଳେ ଗୋଡ ଦୁଇଟି ଅପରିପକ୍ୱ। ଯାହା ଚାଲିବା ପାଇଁ ସମ୍ପୂର୍ଣ୍ଣ ଅଚଳ। ଏଭଳି ଅବସ୍ଥାରେ ମଧ୍ୟରେ ସେ ନିଜ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଭିକ୍ଷା ବୃତ୍ତି (Bagger) କୁ ଆପଣାଇ ନାହାନ୍ତି। ନିଜେ ଆତ୍ମନିର୍ଭର ହୋଇ ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲା (Sambalpur) ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।


Also Read: ଟଙ୍କା ପାଇ ନ ଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ କୁଷ୍ଠାଶ୍ରମବାସୀ


 


ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଥିବାରୁ ଜଗନ୍ନାଥ ଓ ତାଙ୍କ ପରିବାର ବହୁ ଦୁଖଃ କଷ୍ଟରେ ଜୀବନଯାପନ କରୁଛନ୍ତି। ପରିବାର କହିଲେ ସେ ନିଜେ ଓ ପତ୍ନୀ। କିନ୍ତୁ ପରିବାରରେ ଆୟର କୌଣସି ପ୍ରକାରର ବିକଳ୍ପ ନାହିଁ। ମୁଣ୍ଡ ଗୁଞ୍ଜିବାକୁ ନିଜର ଘରଟିଏ ମଧ୍ୟ ନ ଥିବାରୁ ଜଗନ୍ନାଥ ଓ ତାଙ୍କ ପତ୍ନୀ ବାରଦ୍ୱାର ଶୁଣ୍ଢିପିଣ୍ଢା ହେଉଛନ୍ତି। ସେଥିପାଇଁ ସେ ଜିଲ୍ଲା ପ୍ରଶାସନ (Sambalpur Distict Administation) ର ଗୋଟିଏ ଘର ଓ କିଛି ଆର୍ଥିକ ସାହାଯ୍ୟ (govt assistance) ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଯେଉଁଥିରେ ଜଗନ୍ନାଥ ଛୋଟ କିରାନା ଦୋକାନ କରିବେ ବୋଲି ସ୍ୱପ୍ନ ରଖିଛନ୍ତି।



ସେପଟେ ସମୁଦ୍ରକୁ ଶଙ୍ଖେ ଭଳି ଜିଲ୍ଲା ପ୍ରଶାସନର ସହାୟତାର ହାତବଢାଇଛି। ରେଡ଼ କ୍ରସ (Red Cross) ତରଫରୁ ଜଗନ୍ନାଥଙ୍କୁ ଖୁବଶୀଘ୍ର ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସମ୍ପାଦକ ଜୟ ଜର୍ଜ କହିଛନ୍ତି। ଜଗନ୍ନାଥଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳୁଛି। ସେ ବିଜୁ ପକ୍କା ଘରପାଇଁ ଆବେଦେନ କରିଥିଲେ। କିନ୍ତୁ ବର୍ତ୍ତମାନ ମଧ୍ୟ ଜଗନ୍ନାଥଙ୍କ ପରି ସରକାରୀ ଯୋଜନା ବି ଦିବ୍ୟାଙ୍ଗ ପାଲଟି ଯାଇଛି। ଯଦି ସେ ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ ହୁଏ ଏବଂ ସରକାରୀ ସହାୟତା ମିଳେ, ତେବେ ଦିବ୍ୟାଙ୍ଗ ଜଗନ୍ନାଥ ଆତ୍ମନିର୍ଭର (Atmanirbhar) ହେବା ସହ ସମାଜ ପାଇଁ ଏକ ଉଦାହରଣ ପାଲଟିବେ ଏଥିରେ ସନ୍ଦେହ ନାହିଁ।