ଲାଖ ଚାଷୀଙ୍କ ଲକ୍ଷେ ଦୁଃଖ
କୋରୋନା ପାଇଁ ପାଖାପାଖି ଲକ୍ଷେ ଟଙ୍କା ଖର୍ଚ୍ଚକରି ମଧ୍ୟ ଆଜି ଚାଷୀ ଖାଲି ହାତରେ ଅଛନ୍ତି। ଲାଭ ତ ଦୂରର କଥା ଚାଷରେ ଲାଗିଥିବା ମୂଳ ଟଙ୍କା ମଧ୍ୟ ବାହାରୁ ନାହିଁ।
ସମ୍ବଲପୁର: କ୍ଷତିରେ ଲାଖ ଚାଷୀ। ଆଶା ଥିଲା ଦୁଇ ପଇସା ରୋଜଗାର କରି ଭଲ ଭାବରେ ଚଳିବେ। କିନ୍ତୁ ସବୁ କିଛି ଲୁଟି ନେଇଥିଲା ମହାମାରୀ କୋରୋନା। ବର୍ଷେ ହେବ ଲାଖ ଚାଷ କରି କ୍ଷତି ସହିଥିବା କାରଣରୁ ଆଜି ପର୍ଯ୍ୟନ୍ତ ଅଣ୍ଟା ସଳଖ କରିପାରିନାହାନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କୁସୁମଡ଼ିହିର ଲାଖ ଚାଷୀ ସୁବଳ ଖର୍ସେଲ।
ଗୋଟିଏ ଥର ଚାଷ ଆରମ୍ଭ କଲେ ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ଏହି ଗଛରୁ ଲାଖ ଅମଳ ହୋଇଥାଏ। ଯଦ୍ୱାରା ଚାଷୀ ଲାଭବାନ ହୋଇଥାଏ। କିନ୍ତୁ କୋରୋନା ପାଇଁ ପାଖାପାଖି ଲକ୍ଷେ ଟଙ୍କା ଖର୍ଚ୍ଚକରି ମଧ୍ୟ ଆଜି ଚାଷୀ ଖାଲି ହାତରେ ଅଛନ୍ତି। ଲାଭ ତ ଦୂରର କଥା ଚାଷରେ ଲାଗିଥିବା ମୂଳ ଟଙ୍କା ମଧ୍ୟ ବାହାରୁ ନାହିଁ।
Also Read: ପଶ୍ଚିମ ଓଡ଼ିଶା ରୋଗୀଙ୍କୁ ଶସ୍ତାରେ ମିଳିବ ICU ସେବା
ପୁରୀର ଗୋଟିଏ ଘରୋଇ କମ୍ପାନୀ ପୁରୁଷୋତ୍ତମ ଏଗ୍ରୋର ତତ୍ୱବଧାନରେ ଚାଷ ଆରମ୍ଭ କରାଯାଇଥିଲା। କିନ୍ତୁ ସେଠାର ଅଧିକାରୀ ଅକ୍ଷୟ କୁମାର ନାୟକଙ୍କ କହିବା ଅନୁଯାୟୀ, ଯେଉଁ ଚାଷୀମାନେ ତାଙ୍କ ଦେଖରେଖରେ ଲାଖ ଚାଷ କରିଛନ୍ତି ତାଙ୍କୁ ଖୁବଶୀଘ୍ର ସାହାଯ୍ୟ କରାଯିବ। କୋରୋନା ପାଇଁ ଗୋଟିଏ ବର୍ଷ ନଷ୍ଟ ହୋଇଥିବା ବେଳେ ଏଥର ତାଙ୍କୁ ସାହାଯ୍ୟ କରାଯାଇ ପୁଣି ଚାଷ ପାଇଁ ସହଯୋଗ କରାଯିବ।
ସେପଟେ ଲାଖ ଅମଳକୁ ଆହୁରି ସମୟ ଅଛି। ଅର୍ଥ ଅଭାବରୁ ଛୋଟ ଚାଷୀମାନେ ଖାଇବେ କଣ, ଖୁଆଇବେ କଣ ଭଳି ପରିସ୍ଥିତିରେ ଅଛନ୍ତି। ତେଣୁ ଲାଖ ଚାଷୀଙ୍କୁ କିଛି ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିଥିଲେ ସେମାନେ ନିଜ ପରିବାର ପ୍ରତିପୋଷଣ କରନ୍ତେ ବୋଲି କୁହାଯାଉଛି।