ପଶ୍ଚିମ ଓଡ଼ିଶା ରୋଗୀଙ୍କୁ ଶସ୍ତାରେ ମିଳିବ ICU ସେବା
Advertisement
Article Detail0/zeeodisha/odisha878716

ପଶ୍ଚିମ ଓଡ଼ିଶା ରୋଗୀଙ୍କୁ ଶସ୍ତାରେ ମିଳିବ ICU ସେବା

ବିଭିନ୍ନ ସମୟରେ ରୋଗୀଙ୍କୁ ICU ଆବଶ୍ୟକ ପଡିଥାଏ। ସବୁବେଳେ ରୋଗୀଙ୍କ ଭିଡ ଜମୁଥିବାରୁ ବୁର୍ଲା ମେଡିକାଲ (Burla Hospital) ରେ ଏହି ସେବା ମିଳିନଥାଏ।

ପଶ୍ଚିମ ଓଡ଼ିଶା ରୋଗୀଙ୍କୁ ଶସ୍ତାରେ ମିଳିବ ICU ସେବା

ସମ୍ବଲପୁର: ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ପ୍ରଥମ ଥର ପାଇଁ ଖୋଲିଲା ICU ସେଣ୍ଟର। ଏଥିପାଇଁ ଚେନ୍ନାଇର ସିପକା ନାମକ ଏକ ସଂସ୍ଥା ସମ୍ବଲପୁରରେ ଥିବା ଆରୋଗ୍ୟମ ମେଡିକାଲ ସହ ଅନୁବନ୍ଧିତ କରିଛି। ଏହି  ICU ସେଣ୍ଟର ରୋଗୀଙ୍କୁ ଶସ୍ତାରେ ସୋବା ଯୋଗାଇଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ବିଭିନ୍ନ ସମୟରେ ରୋଗୀଙ୍କୁ ICU ଆବଶ୍ୟକ ପଡିଥାଏ। ସବୁବେଳେ ରୋଗୀଙ୍କ ଭିଡ ଜମୁଥିବାରୁ ବୁର୍ଲା ମେଡିକାଲ (Burla Hospital) ରେ ଏହି ସେବା ମିଳିନଥାଏ। ଏଥିପାଇଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ICU ସେବା ଆରମ୍ଭ କରାଯାଇଛି। 

Also Read: ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ

ଆରୋଗ୍ୟମ ମେଡିକାଲ (Aarogyam hospital) ର ଏହି ICUରେ ଏବେ ରୋଗୀମାନଙ୍କୁ ସବୁଠୁ ଶସ୍ତା ଦରରେ ସେବା ଯୋଗାଇ ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମେଡିକାଲ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ତେବେ ସାମ୍ବାଦିକ ସମ୍ମିଳନୀରେ ଆରୋଗ୍ୟମ ମେଡିକାଲର ଡାକ୍ତର ପୁରୁଷୋତ୍ତମ ଅଗ୍ରୱାଲ ଓ ସିପକା (Cipaca)ସଂସ୍ଥାର ୨ ଜଣ ଅଧିକାରୀ ଉପସ୍ଥିତ ଥିଲେ।