ସମ୍ବଲପୁର: ଦେଶର ପ୍ରଥମ ସୋଲାର ସିଷ୍ଟମରେ ପରିଚାଳିତ ଗାଁ ହେଲା ଚାରପାଲି। ବୁଣାକାରମାନେ ରହୁଥିବା ସମ୍ବଲପୁରର ଚାରପାଲି ଗ୍ରାମକୁ ନେଇ ଏବେ ପୁଣି ଚର୍ଚ୍ଚା ଚାଲିଛି। ସୋଲାର ସିଷ୍ଟମ କାରଣରୁ ଏହି ଗ୍ରାମର ରହୁଥିବା ୪୯ରୁ ଊର୍ଦ୍ଧ୍ବ ବୁଣାକାରଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରିଛି। ଏଥିସହ ଚାରପାଲି, ଦେଶର ପ୍ରଥମ ସୋଲାର ସିଷ୍ଟମ ଗାଁ ଭାବରେ ପରିଗଣିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ମାନେଶ୍ୱର ବ୍ଳକ (Maneswar Block) ର ଏକ ଛୋଟିଆ ଗାଁ ଚାରପାଲି। ଦେଖିଲେ ଏହା ଏକ ସାଧାରଣ ଗାଁ ପରି ଲାଗିପାରେ। ତେବେ ଏହି ଗାଁର ବିଶେଷତ୍ୱ ହେଲା ଯେ ଏହା ସୋଲାର ସିଷ୍ଟମ (Solar System) ରେ ପରିଚାଳିତ ଦେଶର ପ୍ରଥମ ଗାଁ। ଏବେ ଏହି ଗାଁକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ଦେଶର ପ୍ରଥମ ସୌର ଶକ୍ତି ଦ୍ୱାରା ପରିଚାଳିତ ଗାଁ ହୋଇଛି ଚାରପାଲି।  ଗାଁର ସମସ୍ତ ଘରେ ସୋଲାର ପେନାଲ ସିଷ୍ଟମ ଲାଗିଛି। ଆଉ ସବୁ ଘରେ ସୋଲାରରେ ଘରେ ଜଳୁଛି  ବଲବ ଓ ଚାଲୁଛି ପଙ୍ଖା ଚାଲୁଛି। ଏହି ଗ୍ରାମରେ ୪୦ରୁ ଅଧିକ ବୁଣାକାର ପରିବାର ଅଛନ୍ତି। 


Also Read: କୋରାପୁଟର ଦେଶୀ ଡାକ୍ତର! ବିଜ୍ଞାନ ଯୁଗରେ ଚେରମୂଳି ବିଶ୍ୱାସ


ପୂର୍ବରୁ ବିଦ୍ୟୁତ ଚାଲିଗଲେ ବୁଣାକାର (Waver) ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ବିଦ୍ୟୁତ ଲାଇନ ନ ଥିଲେ ମଙ୍ଗାଶାଳରେ ଶାଡୀ ବୁଣିବା ଅସମ୍ଭବ ହେଉଥିଲା। ଏଥିପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ଏବେ ସୋଲାର ସିଷ୍ଟମ କାରଣରୁ ଏହି ବୁଣାକାରଙ୍କର ଭାଗ୍ୟ ପରିବର୍ତ୍ତନ ହୋଇପାରିଛି। ସେଲକୋ ଫାଉଣ୍ଡେସନ ବୁଣାକାରଙ୍କ ଭାଗ୍ୟ ଓ ଗାଁକୁ ଆକୋକିତ କରି ପରିବର୍ତ୍ତନ କରିଛି। ସ୍ଥାନୀୟ ବିଧାୟକ ରୋହିତ ପୁଜାରୀ (Rohit Pujari) ଙ୍କ ଅନୁରୋଧ କ୍ରମେ ସେଲକୋ ଫାଉଣ୍ଡେସନ (Selco Foundation) ଏହି ଗ୍ରାମରେ ବୁଣାକାରଙ୍କ ସୁବିଧା ପାଇଁ ଗ୍ରାମରେ ସୋଲାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା। 



ସୋଲାର ପ୍ରକଳ୍ପ ଆଧାରରେ ଚାରପାଲି ଗ୍ରାମରେ ଥିବା ସବୁ ବୁଣାକାରଙ୍କ ଘରକୁ ସୋଲାର ସିଷ୍ଟମରେ ଯୋଡାଯିବା ସହ ସବୁ ଘରେ ବଲବ ଓ ପଙ୍ଖା ଯେପରି ଚାଲିପାରିବ ସେ ବ୍ୟବସ୍ଥା କରାଯାଇଛି। ଏହି ସୋଲାର ସିଷ୍ଟମ ଉଦଘାଟନ ହେବା ପରେ ଚାରପାଲି ସମଗ୍ର ଦେଶରେ ପ୍ରଥମ ବୁଣାକାର ରହୁଥିବା ସୋଲାର ସିଷ୍ଟମରେ ପରିଚାଳିତ ଗ୍ରାମ ଭାବରେ ପରିଗଣିତ ହୋଇପାରିଛି। ତେବେ ଆଗକୁ ଜିଲ୍ଲାର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଏହି ପ୍ରକଳ୍ପ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।