କୋରାପୁଟର ଦେଶୀ ଡାକ୍ତର! ବିଜ୍ଞାନ ଯୁଗରେ ଚେରମୂଳି ବିଶ୍ୱାସ
Advertisement
Article Detail0/zeeodisha/odisha1037728

କୋରାପୁଟର ଦେଶୀ ଡାକ୍ତର! ବିଜ୍ଞାନ ଯୁଗରେ ଚେରମୂଳି ବିଶ୍ୱାସ

ସରବତୀ ଗ୍ରାମର ଦିଶାରୀମାନେ ଦେଉଥିବା ଚେରମୂଳି ଔଷଧ ଦ୍ୱାରା ଅନେକ ରୋଗ ଉପସମ ହୋଇ ପାରୁଥିବା ନେଇ ଲୋକଙ୍କ ବିଶ୍ୱାସ ରହିଛି। ସେ ଜ୍ୱର, କାଶ, ଥଣ୍ଡା ହେଉ କି ଗଣ୍ଠି ବ୍ୟଥା ହେଉ ଏପରିକି ପାରାଲିସସ ରୋଗ ମଧ୍ୟ ଚେରମୂଳି ଔଷଧ ଦ୍ୱାରା ଭଲ ହୋଇ ପାରୁଥିବା ଲୋକେ କହୁଛନ୍ତି।

ଡିଜାଇନ୍ ଫଟୋ

କୋରାପୁଟ: ଏହି ଆଧୁନିକ ଯୁଗରେ ପାରମ୍ପାରୀକ ଚିକିତ୍ସା ଉପରେ ଏବେ ବି ଲୋକଙ୍କ ଅତୁଟ ବିଶ୍ୱାସ ରହିଛି। ସାଧାରଣ ରୋଗ ହେଉ କି ଦୁରାରୋଗ ଅନେକ ଲୋକ ଚିକିତ୍ସାଳୟ ପରିବର୍ତ୍ତେ ଦିଶାରୀଙ୍କ ଉପରେ ନିର୍ଭର କରୁଛନ୍ତି। କୋରାପୁଟ ଜିଲ୍ଲାର ଅଧିକାଂଶ ଗାଁ ଗହଳିରେ ଦିଶାରୀଙ୍କ ଦ୍ୱାରା ଚିକିତ୍ସା କରାଯାଉଛି। ସେହି ଗାଁ ଗୁଡିକ ମଧ୍ୟରେ ନନ୍ଦପୁର ବ୍ଲକର ସରବତୀ ଅନ୍ୟତମ। ଏହି ଗାଁରେ ଅନେକ ଲୋକେ ଦିଶାରୀ ରୂପେ କାମ କରିବା ସହିତ ଲୋକଙ୍କ ଚିକିତ୍ସା କରୁଛନ୍ତି। ଆଉ ଲୋକଙ୍କ ଅତୁଟ ବିଶ୍ୱାସ ସେମାନଙ୍କ ପାଖକୁ ଟାଣି ଆଣୁଛି।

ସରବତୀ ଗ୍ରାମର ଦିଶାରୀମାନେ ଦେଉଥିବା ଚେରମୂଳି ଔଷଧ ଦ୍ୱାରା ଅନେକ ରୋଗ ଉପସମ ହୋଇ ପାରୁଥିବା ନେଇ ଲୋକଙ୍କ ବିଶ୍ୱାସ ରହିଛି। ସେ ଜ୍ୱର, କାଶ, ଥଣ୍ଡା ହେଉ କି ଗଣ୍ଠି ବ୍ୟଥା ହେଉ ଏପରିକି ପାରାଲିସସ ରୋଗ ମଧ୍ୟ ଚେରମୂଳି ଔଷଧ ଦ୍ୱାରା ଭଲ ହୋଇ ପାରୁଥିବା ଲୋକେ କହୁଛନ୍ତି। ସେଥିପାଇଁ ବୋଧେ ଅଞ୍ଚଳବାସୀ ଡାକ୍ତର ନୁହେଁ ଦିଶାରୀମାନଙ୍କ ଉପରେ ନିର୍ବର କରୁଛନ୍ତି। କେବଳ ସ୍ଥାନୀୟ ଲୋକେ ଯେ ଦିଶାରୀଙ୍କ ଉପରେ ନିର୍ଭର କରୁଛନ୍ତି ତା ନୁହେଁ, ରାଜ୍ୟ ଭିତର ଏବଂ ବାହାର ଲୋକେ ମଧ୍ୟ ସରବତୀକୁ ଚିକିତ୍ସା ପାଇଁ ଆସୁଛନ୍ତି।

Also Read: ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା

କେବଳ ଚେରମୂଳି ଔଷଧ ଦ୍ୱାରା ସବୁ ରୋଗ ଉପସମ ହେଉଛି ତା ନୁହେଁ, ଦିଶାରୀମାନେ ଗଣ୍ଠି ବ୍ୟଥା ସମେତ ପାରାଲିସସ ରୋଗ ପାଇଁ ଚେଙ୍କ ମଧ୍ୟ ଦେଉଛନ୍ତି। ଚିକିତ୍ସା ପାଇଁ ଆସିଥିବା ରୋଗୀ ସହିତ ନିଜେ ଦିଶାରୀ ମଧ୍ୟ ଏ କଥାକୁ ସ୍ୱିକାର କରିଛନ୍ତି। ଗୋଟିଏ ଓସାରିଆ ଲୁହାକୁ ଗରମ କରିବା ପରେ ତା ଉପରେ ସୋରିଷ ତେଲ କିମ୍ବା ଅନ୍ୟ ତେଲ ପକାଇ ଗୋଟିଏ ଗଛର ଚେରମୂଳି ସାହାଯ୍ୟରେ ରୋଗୀର ଶରୀରରେ ବ୍ୟଥା ହେଉଥିବା ସ୍ଥାନରେ ଦିଶାରୀ ଚେଙ୍କ ଦେଇଥାଏ। ଫଳରେ ବ୍ୟଥା ଉପସମ ହେଉଥିବା ନେଇ ବିଶ୍ୱାସ ରହିଛି। 

fallback

ଆଜି ବି କୋରାପୁଟ ଜିଲ୍ଲାର ଗାଁ ଗହଳିରେ ଦିଶାରୀମାନଙ୍କ ପ୍ରଦୁର୍ଭାବ ରହିଛି। ସେମାନଙ୍କ ଉପରେ ଲୋକଙ୍କ ଅତୁଟ ବିଶ୍ୱାସ ବି ରହିଛି। ମେଡିକାଲ ଯିବା ପରିବର୍ତ୍ତେ ଦିଶାରୀ ମାନଙ୍କ ନିକଟକୁ ଯାଇ ଚିକିତ୍ସା ହେବାକୁ ଅନେକ ଲୋକେ ପସନ୍ଦ କରୁଛନ୍ତି। ତେବେ ଦିଶାରୀଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଦୀର୍ଘ ବର୍ଷ ପୂର୍ବେ ଏଲୋପାଥିକ୍ ତାଲିମ ପ୍ରଦାନ କରାଯାଇଥିଲା। କିନ୍ତୁ ତାହା ଏବେ ଆଉ କାର୍ଯ୍ୟକାରୀ ହେଉ ନାହିଁ। ଦିଶାରୀ ମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ପୁଣି ଥରେ ଚେରମୂଳି ଔଷଧ ପନ୍ଥା ଅବଲମ୍ବନ କରିଛନ୍ତି। ଜଙ୍ଗଲରୁ ଡାଳ, ଚେର, ମୂଳ, ପତ୍ର ଆଣି ତାହାକୁ ଔଷଧ ଭାବେ ପ୍ରୟୋଗ କରୁଛନ୍ତି।