Sambalpur News: ସମ୍ବଲପୁର (ଅଜୟ ନାଥ): ଓଡିଶାରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଜଳଧାରା (Waterfall) ରହିଥିବା ପର୍ଯ୍ୟଟନ କ୍ଷେତ୍ର ହେଉଛି ଦେଓଝରଣ। ଏହା ସମ୍ବଲପୁର ଜିଲ୍ଲାର ଜୁଯୁମୁରାରେ (jujumura) ରହିଛି। ପ୍ରତ୍ୟେକ ଦିନ ଏହି ପର୍ଯ୍ୟଟନ କ୍ଷେତ୍ରକୁ (Tourist Place) ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଜଳପ୍ରପାତ ପାଖ କୁ ପହଂଚିବା ପାଇଁ ଭଲ ରାସ୍ତା ଟିଏ ନ ଥିଲା।  ସେଥିପାଇଁ ମୁଖ୍ୟ ହାଇୱେ ରୁ ଜଳ ପ୍ରପାତ ପର୍ଯ୍ୟନ୍ତ ଚାରିଚକିଆ ଗାଡି ଯିବା ପାଇଁ ଟିକେ ଅସୁବିଧା ହେଉଥିଲା |ଦୀର୍ଘ ବର୍ଷ ହେବ ଏ ସମସ୍ୟା ର ସମଧାନ ପାଇଁ ଚେଷ୍ଟିତ ଥିଲେ ସ୍ଥାନୀୟ ଲୋକେ | କିନ୍ତୁ ଏଵେ


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ଜିଲ୍ଲା ଯୁଜୁମରା ବ୍ଲକର ପର୍ଯ୍ୟଟନ କ୍ଷେତ୍ର ଦେଓଝରନ ଜଳ ପ୍ରପାତ ନିକଟ ରାସ୍ତାକୁ ନେଇ ରହିଥିବା ସମସ୍ୟାର ଏଵେ ଅନ୍ତ ଘଟିଛି। ସମ୍ବଲପୁର- କଟକ ୫୫ ନମ୍ବର ଜାତୀୟ ରାଜପଥରୁ ଶେଷରେ ଏହି ପର୍ଯ୍ୟଟନ କ୍ଷେତ୍ରକୁ ଫିଟିଛି ସିଧା ସଳଖ ରାସ୍ତା । ଏଭଳି ଦୁଃସାଧ୍ୟ କାର୍ଯ୍ୟକୁ ସଫଳ କରାଇବାରେ ଯେଉଁ କେତେଜଣ ଅଣ୍ଟା ଭିଡିଥିଲେ ସେମାନେ ଦେଖାଇଛନ୍ତି ସଫଳତାର ମାନଚିତ୍ର । ପୁର୍ବରୁ ଜାତୀୟ ରାଜପଥକୁ ଲାଗି ଥିବା ଏକ ରୟତି ଜମିରେ ୬ ଶହ ମିଟରର ରାସ୍ତା ରହିଥିଲା । ଶେଷରେ ଜମି ମାଳିକ ନିଜର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିବା ବେଳେ ଏହାକୁ ନେଇ ବଢିଲା ବାଦ ବିବାଦ । ଫଳରେ ପର୍ଯ୍ୟଟନ କ୍ଷେତ୍ରରୁ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବାକୁ ମାତ୍ର ୬ ଶହ ମିଟର ରାସ୍ତା ନିର୍ମାଣ ହୋଇ ନପାରି ଅଧୁରା ପଡିଥିଲା । 


ଶେଷରେ ସାମାଜିକ ଚିନ୍ତାଧାରା ରଖିଥିବା କିଛି ଉଦ୍ୟୋକ୍ତା ଏଥିରେ ଏକଜୁଟ୍ ହୋଇ ସ୍ଥାୟୀ ପ୍ରତିକାର ପାଇଁ ଅଣ୍ଟା ଭିଡିଥିଲେ। ଯୁଯୋମୁରା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଅଶ୍ୱୀନି କୁମୁରାଙ୍କ ନେତୃତ୍ୱରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଏଵେ ସଂପୁର୍ଣ୍ଣ ସରକାରୀ ଜମି ଉପରେ ଏହି ୬ ଶହ ମିଟରର ରାସ୍ତାକୁ ଛିଡା କରାଇବାରେ ସକ୍ଷମ ହୋଇଛନ୍ତି । ଏଭଳି ସଫଳ ପ୍ରୟାସର ପ୍ରତିଫଳନର ଚିତ୍ର ଏଵେ ଦେଖିବାକୁ ମିଳିଛି ଯୁଯୋମୁରାର ଛାତି ଉପରେ | ଅଶ୍ବିନୀ କୁମୁରାଙ୍କ ନେତୃତ୍ୱରେ ରଞ୍ଜନ ବିଶ୍ୱାଳ,ଶିବ ରଞ୍ଜିତ,ସମ୍ବାରୁ ଭୋଇ,ରମଣୀ ଭୋଇ,ବିଶ୍ୱମ୍ବର ଭୋଇ ପ୍ରମୂଖଙ୍କ ସହିତ ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀଙ୍କ ସଫଳ ପ୍ରୟାସରେ ଗତ ୩ ବର୍ଷ ଧରି ଚାଲି ଆସିଥିବା ବିବାଦର ଆଜି ଅନ୍ତ ଘଟିଛି । 


ରାସ୍ତାରେ ଆରମ୍ଭ ହୋଇଛି ଗମନା ଗମନ। ଏହି ସ୍ଥାୟୀ ରାସ୍ତା ଖୋଲିଥିବାରୁ ପର୍ଯ୍ୟଟକ ମାନଙ୍କ ସହିତ କୟାକୁଦ ପଞ୍ଚାୟତର ଗଇଲଗୁଡି,ତାଲଝରନ୍ ଓ ଯୁଯୋମୁରା ବ୍ଲକ୍ ର ରୁଗୁଡିପଡା ଗ୍ରାମବାସୀ ଉପକୃତ ହୋଇପାରିବେ। ଏନେଇ ଗ୍ରାମବାସୀଙ୍କ ଖୁସୀ କହିଲେ ନସରେ । ଏପରିକି ଦେଓଝରନ ଭଳି ଏକ ପର୍ଯ୍ୟଟନ କ୍ଷେତ୍ରକୁ ସବୁଦିନିଆ ବାଟ ଫିଟିଥିବାରୁ ସବୁ ମହଳରେ ଏହାକୁ ସ୍ୱାଗତ କରାଯାଇଛି ।


Also Read: Shocking: ମଡେଲଙ୍କ କେଶକୁ ଖରାପ କରିଦେଲା 5 Star ହୋଟେଲ, ଦେବ ୨ କୋଟିର ଜରିମାନା


Also Read: IPL 2023: ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ମ୍ୟାଚ ଜିତିଲା ପଞ୍ଜାବ, ୪ ୱିକେଟରେ ପରାସ୍ତ ହେଲା ଚେନ୍ନାଇ


Also Read: kendrapara News: ୨୦୧୬ରେ ହୋଇଥିଲା ଶିଳାନ୍ୟାସ, ୨ଟି ଜୀବନ ଯିବା ପରେ ପୋଲ ନିର୍ମାଣ ନେଇ ପୁଣି ଘୋଷଣା କଲେ 5T ସଚିବ