Sambalpur News: ସମ୍ବଲପୁର: ବୁର୍ଲା ପିସି ବ୍ରିଜରୁ ପଡି ନିଖୋଜ ହୋଇଯାଇଥିବା ଯୁବତୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ବୋଲି ଜଣାପଡ଼ିଛି। ସେ ଗତକାଲି ଭିସୁଟରେ ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ତେବେ ଗତକାଲି ରାତିରେ ବୁର୍ଲା ପିସି ବ୍ରିଜରୁ ପଡି ଭିସୁଟର ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ। ଯୁବତୀ ଜଣକ ପିସି ବ୍ରିଜ ଉପରୁ ପଡି ନିଖୋଜ ହୋଇଯାଇଥିବା ନେଇ ଗତକାଲି ରାତିରେ ସୂଚନା ମିଳିଥିଲା। 


COMMERCIAL BREAK
SCROLL TO CONTINUE READING

ଛାତ୍ରୀ ସାଙ୍ଗମାନଙ୍କ ସହିତ ବ୍ରିଜ ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ତେବେ ସେହି ସମୟରେ କୌଣସି କାରଣରୁ ବ୍ରିଜ ତଳକୁ ପଡି ଯାଇଛନ୍ତି ନା ଡେଇଁ ପଡି ଯାଇଛନ୍ତି ତାହା ସନ୍ଦେହ ଘେରରେ ରହିଛି। ଛାତ୍ରୀ ଜଣକ ରୋହିଣୀ ହଷ୍ଚେଲର ଚିନ୍ମୟୀ ପ୍ରିୟଦର୍ଶୀନି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଖବର ପାଇ ବୁର୍ଲା ଥାନା ଅଧିକାରୀ ସୁଶାନ୍ତ ଦାଶ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ। 


ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୁବତୀଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ମିଳିପାରିନଥିଲା | ଆଜି ସକାଳୁ ପୁଣି ଅଗ୍ନିଶମ ବିଭାଗ ଓ ପୋଲିସ ପହଂଚି ଖୋଜା ଖୋଜି କଲା ପରେ ସାଢେ 9 ଟା ସମୟରେ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ହେଲା ପରେ ତାକୁ ପୋଷ୍ଟ ମର୍ଟମ ପାଇଁ ବୁର୍ଲା ଭୀମସାର କୁ ପଠାଯାଇଛି |ତେବେ ଯୁବତୀଙ୍କ ମୃତ୍ୟୁ ହତ୍ୟା ନାଁ ଆତ୍ମହତ୍ୟା ତାହା ବର୍ତମାନ ସନ୍ଦେହ ଘେରରେ ରହିଛି।


ସେପଟେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ। ଚିନ୍ମୟୀଙ୍କ ବାପା କହିଛନ୍ତି କି ସେ ଜଣେ ମେଧାୟୀ ଛାତ୍ରୀ ରହିଥିଲେ। ଭିସୁଟ IT ବିଭାଗର ମେଧାବୀ  ଛାତ୍ରୀ ହୋଇଥିବା ବେଳେ ସେ ଏବେ UPSC ପାଇଁ ଚେଷ୍ଟା କରୁଥିଲେ। ସନ୍ଧ୍ୟା ସମୟରେ ସେ ନିଜ ମାଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ପୁରା ସ୍ୱାଭାବିକ ରହିଥିଲେ। କୌଣସି ଚାପ ରହିଥିବା ତାଙ୍କ କଥାବାର୍ତ୍ତାରୁ ଜଣାପଡ଼ିନଥିଲା। ନିଶ୍ଚିତ ଭାବରେ ଚିନ୍ମୟୀକୁ ହତ୍ୟା କରାଯାଇଛି ଓ ଏହି ହତ୍ୟାକାଣ୍ଡରେ ଅନେକ ଜଣଙ୍କର ସମ୍ପୃକ୍ତି ରହିଛି ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ତାଙ୍କ ବାପା କହିଛନ୍ତି।