Sambalpur News: ସମ୍ବଲପୁର: ଏଥର ଦଶହରାରେ (Dussehra) ମା' ସମଲେଶ୍ୱରୀଙ୍କ (Maa Samaleswari) ଠାରେ ଶୋଭା ପାଇବ ରୁପା ପରଭା (Silver Ornament)। ପୂର୍ବରୁ ଏଥିପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମା'ଙ୍କର ରୁପା ପରଭା (Silver Ornament) ପାଇଁ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଆହ୍ୱାନ କରାଯାଇଥିଲା। ସେହି ସମୟରୁ ରୁପା ଓ ଟଙ୍କା ଆକାରରେ ଭକ୍ତମାନେ ଦାନ ଦେଇ ଆସୁଛନ୍ତି। ସେଥିପାଇଁ ଗତକାଲି ସନ୍ଧ୍ୟାରେ ମା' ସମଲେଶ୍ୱରୀ ଦଶହରା ପୂଜା କମିଟି ତରଫରୁ ମା'ଙ୍କ ପରଭା ନିର୍ମାଣ ପାଇଁ ୧୦ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏଥିପାଇଁ ଏପ୍ରିଲ ମାସରୁ କାର୍ଯ୍ୟରମ୍ଭ ହେବ ବୋଲି ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ରୂପା ପରଭା ପାଇଁ ୮୦ କେଜିରୁ ୧୦୦ କେଜି ରୁପା ଆବଶ୍ୟକ ରହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ମିଳିଥିବା ଟଙ୍କା ଓ ରୁପା କୁ ମିଶାଇଲେ ୪୮ କେଜିର ରୁପା ଟ୍ରଷ୍ଟ ବୋର୍ଡ ପାଖରେ ରହିଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଏଵେ ମଧ୍ୟ ଆହୁରି ରୁପା ର ଆବଶ୍ୟକତା ରହିଛି। ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମା' ସମଲେଶ୍ୱରୀଙ୍କର ପରଭା ନିର୍ମାଣ ଲାଗି ରୁପା ଦାନ ପାଇଁ ଆହ୍ୱାନ କରାଯାଇଛି। ଏ ବାବଦରେ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ। ମା' ସମଲେଶ୍ୱରୀ ଦଶହରା ପୂଜା କମିଟିର ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଉପସ୍ଥିତିରେ ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଏହି ଅର୍ଥ ରାଶିର ଚେକ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଚେଷ୍ଟା କରିବେ ଓ ସମସ୍ତେ ମଧ୍ୟ ବ୍ୟକ୍ତିଗତ ଭାବେ ମା'ଙ୍କର ରୁପା ପରଭା ନିର୍ମାଣ ପାଇଁ ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରିଥିଲେ। 


ତା ସହ ଦଶହରା ପୂଜା କମିଟି ମଧ୍ୟ ଖୁବ ଶୀଘ୍ର ରୂପା ପରଭା ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେଇଥିବା ବେଳେ ଖୁସି ଜାହିର କରିଛନ୍ତି। ମା ସମଲେଶ୍ୱରୀ ଙ୍କର ରୂପା ପରଭା ନିର୍ମାଣ ପାଇଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ତରଫରୁ ଅନ ଲାଇନ ଦାନ ଗ୍ରହଣର ବ୍ୟବସ୍ଥା କରାଯାଇଛି। ଯେକୌଣସି ଭକ୍ତ ଓ ଶ୍ରଦ୍ଧାଳୁ ମା' ଙ୍କର ରୂପା ପରଭା ନିର୍ମାଣ ପାଇଁ "ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ  ଏକାଉଣ୍ଟ ନମ୍ବର 516226659, IFSC CODE IDIBOO0S049"ରେ ଦାନ ଦେବା ପାଇଁ ଅନୁରୋଧ କରାଯାଇଛି। 


Also Read: Ruchismita Guru Death: ଓଡ଼ିଆ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ


Also Read: BCCI Annual Contract: ଟିମ୍ ଇଣ୍ଡିଆର କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା? BCCI କହିଲା


Also Read: Asia Cup News In Odia: ପାକିସ୍ତାନ ସହ ୩ଟି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କଣ ରହିଛି ପୂରା ସିଡ୍ୟୁଲ