Ruchismita Guru Death: ଓଡ଼ିଆ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ
Advertisement
Article Detail0/zeeodisha/odisha1628024

Ruchismita Guru Death: ଓଡ଼ିଆ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

Actress Ruchismita Guru Found Dead In Balangir: ମୃତ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ବୋଲାଙ୍ଗୀର ସହରର ତାଲାପାଲିପଡା ନିବାସୀ ଥିଲେ । ସେ ସୁଦପଡାସ୍ଥିତ ତାଙ୍କ ମାମୁଁ ଘରେ ରହୁଥିଲେ । ରୁଚିସ୍ମିତା ଗୁରୁ (Ruchismita Guru) ଅନେକ ଆଲବମରେ ଅଭିନୟ କରିଛନ୍ତି । ରୁଚିସ୍ମିତା ଗୁରୁ ଜଣେ ଗାୟକ ଭାବରେ ମଧ୍ୟ ଜଣାଶୁଣା, ଯିଏ ଅନେକ ଷ୍ଟେଜ୍ ଶୋ’ କରିଛନ୍ତି ।

Ruchismita Guru Death: ଓଡ଼ିଆ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

Ruchismita Guru Death: ଓଡ଼ିଆ ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ (Ruchismita Guru) ଙ୍କ ସନ୍ଦେହଜନକ ମୃତ୍ୟୁ । ମାର୍ଚ୍ଚ ୨୬ ଅର୍ଥାତ ରବିବାର ରାତିରେ ବଲାଙ୍ଗୀର ଜିଲ୍ଲାର ସୁଦାପଡାସ୍ଥିତ ଏକ ଘରେ ଯୁବ ଆଲବମ ଅଭିନେତ୍ରୀଙ୍କ ରହସ୍ୟମୟ ଅବସ୍ଥାରେ ମୃତଦେହ ମିଳିଛି । ମୃତ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ବୋଲାଙ୍ଗୀର (Bolangir) ସହରର ତାଲାପାଲିପଡା ନିବାସୀ ଥିଲେ । ସେ ସୁଦପଡାସ୍ଥିତ ତାଙ୍କ ମାମୁଁ ଘରେ ରହୁଥିଲେ । ରୁଚିସ୍ମିତା ଗୁରୁ (Ruchismita Guru) ଅନେକ ଆଲବମରେ ଅଭିନୟ କରିଛନ୍ତି । ରୁଚିସ୍ମିତା ଗୁରୁ (Ruchismita Guru) ଜଣେ ଗାୟକ ଭାବରେ ମଧ୍ୟ ଜଣାଶୁଣା, ଯିଏ ଅନେକ ଷ୍ଟେଜ୍ ଶୋ’ କରିଛନ୍ତି ।

ରବିବାର ରାତିରେ ରୁଚିସ୍ମିତା ଗୁରୁ (Ruchismita Guru) ଙ୍କୁ ତାଙ୍କ ରୁମର  ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ବଲାଙ୍ଗୀର ଟାଉନ ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ୍ୟ ପାଇଁ ପଠାଇଛି । ଏହି ସମୟରେ ମୃତକଙ୍କ ମା' କହିଛନ୍ତି ଯେ, ‘ଆଲୁ ପରଠା’ ପ୍ରସ୍ତୁତିକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ରୁଚିସ୍ମିତା ଗୁରୁ (Ruchismita Guru) ଙ୍କ ମା' କହିଛନ୍ତି ଯେ, "ମୁଁ ତାଙ୍କୁ ରାତି ୮ଟାରେ ‘ଆଲୁ ପରଠା’କରିବାକୁ କହିଥିଲି, କିନ୍ତୁ ସେ ରାତି ୧୦ଟାରେ ଏହାକୁ ପ୍ରସ୍ତୁତ କରିବେ ବୋଲି କହିଥିଲେ । ଏହା ଉପରେ ଆମର ଝଗଡ଼ା ହୋଇଥିଲା । ଏହାପୂର୍ବରୁ ସେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।" ତେବେ ଏହା ଆତ୍ମହତ୍ୟା ମାମଲା କିମ୍ବା ଅନ୍ୟ କିଛି ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ୍ ମନେ କରୁଛି ଯେ, ପୋଷ୍ଟମର୍ଟମ ରିପୋର୍ଟ ସେମାନଙ୍କୁ ମାମଲା ସମାଧାନ କରିବାରେ ସାହାଯ୍ୟ କରିବ ।

ଅଧିକ ପଢ଼ନ୍ତୁ:-ଅନ୍ୟାୟର ଶିକାର ହେଉଛନ୍ତି ଟିମ୍ ଇଣ୍ଡିଆର ଏହି ଖେଳାଳି, ଡେବ୍ୟୁ ନକରି ନେବେ ଅବସର!

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର; ମିଳିବ DA ବକେୟା ରାଶି, ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ:-୨୦ ବର୍ଷ ପରେ ସୃଷ୍ଟି ହୋଇଛି ଶୁଭ ରାଜ ଯୋଗ, ଏସବୁ ରାଶି ଉପରେ ସୂର୍ଯ୍ୟ-ଗୁରୁ ମିଶି କରିବେ ଟଙ୍କା ବର୍ଷା!