Covid19 Guidelines: ଅମାନିଆଙ୍କ ପକେଟ୍ ଖାଲି, DL ବାତିଲ୍
ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ ଅମାନିଆ ରାସ୍ତା ମଝିରେ ଗଣିଲେ ଟଙ୍କା। ଗତ ଦୁଇ ଦିନରେ ସମ୍ବଲପୁର ପୋଲିସ ୮ ଲକ୍ଷ ୮୩ ହଜାର ତଣ୍ଡ ଆଦାୟ କରିଛି। ପରିବହନ ବିଭାଗ ମଧ୍ୟ ଏହି ଦୁଇ ଦିନରେ ୨୦ରୁ ଅଧିକ DL ବାତିଲ କରିଛି।
ସମ୍ବଲପୁର: ଅମାନିଆଙ୍କୁ ଭାରି ପଡୁଛି ସମ୍ବଲପୁର ପୋଲିସର କରୋନା ଛାଟ। ମାସ୍କ ନାହିଁ ତ ଟ୍ୟାକ୍ସ ଦିଅ। ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ ଅମାନିଆ ରାସ୍ତା ମଝିରେ ଗଣିଲେ ଟଙ୍କା। ଗତ ଦୁଇ ଦିନରେ ସମ୍ବଲପୁର ପୋଲିସ ୮ ଲକ୍ଷ ୮୩ ହଜାର ତଣ୍ଡ ଆଦାୟ କରିଛି। ପରିବହନ ବିଭାଗ ମଧ୍ୟ ଏହି ଦୁଇ ଦିନରେ ୨୦ରୁ ଅଧିକ DL ବାତିଲ କରିଛି।
କୋରୋନା ସଂକ୍ରମଣ କମାଇବା ପାଇଁ ଜିଲ୍ଲା ପୋଲିସ (Sambalpur Police) ପ୍ରତି ଛକ, ବିଭିନ୍ନ ଗଳି କନ୍ଦିରେ ବୁଲି ମାସ୍କ (Face Mask) ଚେକିଂକୁ ଜୋରଦାର କରିଛି। ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି। ସାମାଜିକ ଦୂରତା (social distance) ବଜାୟ ନରଖି ବୁଲିଲେ ଆରମ୍ଭ ହେଉଛି ପୋଲିସ ଆକ୍ସନ।
Also Read: ନିୟମ ଭାଙ୍ଗିବାରେ ମାହିର ଓଡିଶାବାସୀ!
ସମ୍ବଲପୁରରେ କାଁ ଭାଁ ବାହୁରୁଥିବା କୋରୋନା (Coronavirus) ଏବେ ଶତକ ମାରିବାକୁ ବସିଲାଣି। ଏଭଳି ସ୍ଥିତିରେ କୋଭିଡ ଗାଇଡ଼ଲାଇନ (covid19 Guideline) ନ ମାନୁଥିବା ଲୋକଙ୍କୁସମ୍ବଲପୁର SP ବି.ଗଙ୍ଗାଧର କଡା ଚେତାବନୀ ଦେଇଛନ୍ତି। ଜିଲ୍ଲାରେ ଗତ ୨ ଦିନରେ ୮ ଲକ୍ଷ ୮୩ ହଜାର ଜରିମାନା ଆଦାୟ କରାଯାଇଥିବା ବେଳେ ୨୦ରୁ ଅଧିକ DL ବାତିଲ କରାଯାଇଛି।