ଗତ ୮ ତାରିଖରେ ୮୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ୨ ଦିନରେ ଏହା ୧୨ ଶହ ପାର କରିଛି। ସେପଟେ ପ୍ରଶାସନ ପକ୍ଷରୁ ଯେତେ ଯାହା କଲେ ମଧ୍ୟ ଜନସାଧାରଣ ବୋଲ ମାନୁନାହାନ୍ତି। ଯେଉଁଥିପାଇଁ କୋରୋନା ନିୟମ ଉଲ୍ଲଙ୍ଘନ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ। ମାର୍ଚ୍ଚ ୨୨ ତାରିଖ ଠାରୁ ଦୈନିକ ମାମଲା ୩ ଅଙ୍କ ଟପିଛି। ଗତ ୮ ତାରିଖରେ ୮୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ୨ ଦିନରେ ଏହା ୧୨ ଶହ ପାର କରିଛି। ସେପଟେ ପ୍ରଶାସନ ପକ୍ଷରୁ ଯେତେ ଯାହା କଲେ ମଧ୍ୟ ଜନସାଧାରଣ ବୋଲ ମାନୁନାହାନ୍ତି। ଯେଉଁଥିପାଇଁ କୋରୋନା ନିୟମ ଉଲ୍ଲଙ୍ଘନ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୪ ଜଣ ନୂଆ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର ଓ କେନ୍ଦ୍ରାପଡାରେ ଜଣ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ନୂଆ ମାମଲା ସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୮ ହଜାର ପାର ହୋଇଥିବା ବେଳେ ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ୧୯୨୬କୁ ପହଁଚିଛି। ସେପଟେ ସକ୍ରୀୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଇଁ ସୁନ୍ଦରଗଡ ଓ ଖୋର୍ଦ୍ଧା ରେଡ୍ ଜୋନ (Red zone) ରେ ସାମିଲ ହୋଇଛନ୍ତି।
Also Read: 'ବାହାରେ ସରକାର ଜଗିଛନ୍ତି, ଘରେ ମାଆ ମାନେ ଜଗନ୍ତୁ'
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ (Covid19 positive) ସଂଖ୍ୟା ଯେତିକି ବୃଦ୍ଧି ପାଉଛି, ଅମାନିଆ ମଧ୍ୟ ସେତିକି ବଢୁଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋରୋନା ଗାଇଡଲାଇନ (Covid Guidelines) ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୩ଟି ମାମଲା ରୁଜୁ ହୋଇଛି। ୭୪୯ଟି ଗାଡି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅବଧି ମଧ୍ୟରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଠାରୁ ୨୭ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ସେପଟେ ଆସନ୍ତାକାଲି ଦେଶବ୍ୟାପୀ ଟିକା ଉତ୍ସବ (vaccine festival) ପାଳନ ହେବ। ଏଥିପାଇଁ ଓଡିଶାକୁ କେନ୍ଦ୍ର ସାଢେ ୨ ଲକ୍ଷ Covishield ଟିକା ପଠାଇଛି। ଆବଶ୍ୟକତା ଅନୁସାରେ ଏହି ଟିକା ଗୁଡିକୁ ବିଭିନ୍ନ ଜିଲ୍ଲାରେ ବଣ୍ଟନ କରାଯିବ। ତେବେ ଯେ, କେବଳ ଟିକା ଲଗାଇଲେ କୋରୋନା ଯୁଦ୍ଧରେ ବିଜୟ ହେବ ତାହା ନୁହଁ, ଲୋକଙ୍କୁ ମଧ୍ୟ ପ୍ରଶାସନକୁ ସହଯୋଗ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀମାନେ ଅପିଲ କରିଛନ୍ତି।