ଅଜୟ ଦାସ, ସମ୍ବଲପୁର: ରାଜ୍ୟରେ ଲଗାତାର ବନ୍ୟଜନ୍ତୁଙ୍କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମୃତ୍ୟୁର ଜାଲରୁ ବିଶ୍ୱର ବୃହତ୍ତମ ସ୍ତନ୍ୟପାୟୀ ଜୀବ ହାତୀ ମଧ୍ୟ ବର୍ତ୍ତି ପାରିନାହିଁ। ତେବେ ବନ୍ୟଜନ୍ତୁଙ୍କ ଅଧିକାଂଶ ମୃତ୍ୟୁ କ୍ଷେତ୍ରରେ ସ୍ଥାନୀୟ ବନାଧିକାଙ୍କ ଅବହେଳାକୁ ଦାୟୀ କରାଯାଉଛି। ଏହିପରି ଏକ ମାମଲାରେ ଛନ୍ଦି ହୋଇଛନ୍ତି ସମ୍ବଲପୁର ସଦର ରେଞ୍ଜର ଗୌରୀ ଶଙ୍କର ଦାସ। ହାତୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ତାଙ୍କୁ ଦାୟୀ କରାଯିବା ସହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ବନଖଣ୍ଡ (Sambalpur Forest Division) ଅଧିନସ୍ଥ ସଦର ରେଞ୍ଜରେ ଗତ ୩ ମାସ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁ (Elephants Death) ଘଟିଛି। ଗତ ୨୦୧୯ ନଭେମ୍ବରରୁ ୨୦୨୦ ଡିସେମ୍ବର ମଧ୍ୟରେ ସମ୍ବଲପୁରରେ ୫ଟି ହାତୀର ମୃତ୍ୟୁ ହୋଇଥିଲା। ଏବେ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଟ୍ରେନ ଧକ୍କା (Train Collision) ରେ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦାନ୍ତ ପାଇଁ କେତେକଙ୍କୁ ଶିକାର କରାଯାଇଛି। ତେବେ ଏଥିପାଇଁ ସଦର ରେଞ୍ଜର ରେଞ୍ଜର ଗୌରୀ ଶଙ୍କର ଦାସଙ୍କୁ ରାଜ୍ୟ ସରକାର ଦାୟୀ କରିଛନ୍ତି।


Also Read: ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!


ସଦର ରେଞ୍ଜରେ ହାତୀ ମୃତ୍ୟୁକୁ ନେଇ ଗତବର୍ଷ ଡିସେମ୍ବରରେ ରେଞ୍ଜର ଗୌରୀ ଶଙ୍କର ଦାସଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ (disciplinary action) ନେବାକୁ CWW ଓ PCCF (ବନ୍ୟଜନ୍ତୁ) ଏଚ୍ଏସ୍ ଉପାଧ୍ୟାୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଯାହାର ତଦନ୍ତ ପରେ ମାର୍ଚ୍ଚ ପହିଲାରେ ଗୌରୀ ଶଙ୍କରଙ୍କୁ କାର୍ଯ୍ୟରୁ ନିଲମ୍ବନ (ranger suspended) କରାଯାଇଥିବା ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅର୍ଡର ଜାରି କରିଛି। ତେବେ ଏହି ନିଲମ୍ବନ ସମୟରେ ଗୌରୀ ଶଙ୍କର RCCFରେ ହାଜିରା ଦେବେ। ବିନା ଅନୁମତିରେ ସେ ମଖ୍ୟାଳୟ ଛାଡିବେ ନାହିଁ ବୋଲି ମଧ୍ୟ ଅର୍ଡରରେ କୁହାଯାଇଛି।


ହାତୀ ମୃତ୍ୟୁକୁ ନେଇ ବନ ବିଭାଗ (Odisha Forest Dept) ପକ୍ଷରୁ ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଥିଲା। ଏହି ରିପୋର୍ଟ ଆଧାରରେ ସଦର ରେଞ୍ଜର ରେଞ୍ଜର ଗୌରୀ ଶଙ୍କର ଦାସଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ରିପୋର୍ଟରେ କେଉଁଠି ହାତୀ ବିଦ୍ୟୁତ ଆଘାତ ତ ଆଉ କେଉଁଠି ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା କୁହାଯାଇଛି। ହାତୀ ମୃତ୍ୟୁକୁ ଏଡାଇ ଯାଇ ପାରିଥାନ୍ତା। କିନ୍ତୁ ରେଞ୍ଜର ଗୌରୀ ଶଙ୍କର ଆବଶ୍ୟକୀୟ ପଦକ୍ଷେପ ନେଇ ନଥିଲେ। ଜଙ୍ଗଲରେ ପଇଁତରା ମାରିବା ପାଇଁ ରାଜ୍ୟ ସରକାର ଏକ ଗାଡି ଯୋଗାଇ ଦେଇଛନ୍ତି। ହେଲେ ଏହାର ବ୍ୟବହାର ହୋଇନାହିଁ। ଜଙ୍ଗଲରେ ସଠିକ ପାଟ୍ରୋଲିଂ ନହେବାରୁ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।