ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!
Advertisement
Article Detail0/zeeodisha/odisha859175

ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!

ଦିର୍ଘ ୯ ମାସ ପରେ ସମଲେଶ୍ଵରୀ ମନ୍ଦିର ଖୋଲିଲା। ହେଲେ ଜିଲ୍ଲା ପ୍ରଶାସନ ଏବଂ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରର ଦୋକାନ ଖୋଲିବା ପାଇ ଅନୁମତି ଦେଲେ ନାହିଁ।

ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!

ଅଜୟ ନାଥ, ସମ୍ବଲପୁର: କୋରୋନା ସଂକ୍ରମଣ ପାଇଁ ଦେଶ ତଥା ରାଜ୍ୟାର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ଥିଲା। ଲକଡାଉନ ସଟଡାଉନ ଯୋଗୁଁ ମନ୍ଦିର ପରିସର ପୂଜା ସାମଗ୍ରୀ ଓ ଫଟୋ ଦୋକାନ ବନ୍ଦ ରହିଲା। ଦିର୍ଘ ୯ ମାସ ପରେ ସମଲେଶ୍ଵରୀ ମନ୍ଦିର ଖୋଲିଲା। ହେଲେ ଜିଲ୍ଲା ପ୍ରଶାସନ ଏବଂ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରର ଦୋକାନ ଖୋଲିବା ପାଇ ଅନୁମତି ଦେଲେ ନାହିଁ। ଆଜି ପର୍ଯ୍ୟନ୍ତ ଦୋକାନୀଙ୍କ ପରିବାର କିପରି ଚାଳୁଛନ୍ତି, ତାହା ନା ଜିଲ୍ଲା ପ୍ରଶାସନ ନା ଟ୍ରଷ୍ଟ ବୋର୍ଡ ବୁଝୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଧର୍ମାନୁଷ୍ଠାନରେ ବୋଧେ କୋରୋନା (Corona Pendamic) ର ପ୍ରଭାବ ଦୁର୍ବଳ ହୋଇଯାଏ। ଆଉ ମାର୍କେଟରେ ବି କୋରୋନା ସଂକ୍ରମଣ ହୁଏ ନାହିଁ। କିନ୍ତୁ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀରେ ମହାମାରୀ (Covid 19) କୁଣ୍ଡଳୀମାରି ଥାଏ। ସେଥିପାଇଁ ତ ସମ୍ବଲପୁର ଜିଲ୍ଲା ପ୍ରଶାସନ (Sambalpur Administration) ବାହାରେ ହଁ ଭିତରେ ନାଁ ନୀତି ଆପଣାଇଛି। ଆଉ ସେଥିରେ ସାମିଲ ହେଇଛି ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ (Samaleswari Temple Trust Board)।

Also Read: ମାଟିରେ ମିଶିଲା ଢାବା, କାରଣ ଜାଣିଲେ ସମ୍ବଲପୁର ପୋଲିସକୁ କହିବେ ସାବାସ୍

ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ମନ୍ଦିର (Samaleswari Temple) ଦିର୍ଘ ୯ ମାସ ପରେ ଜାନୁୟାରୀ ୩ ତାରିଖ ଖୋଲିଥିଲା। ମାଁଙ୍କ ମନ୍ଦିର ଖୋଲିବା ପରେ ମନ୍ଦିର ସମ୍ମୁଖର ସମସ୍ତ ଦୋକାନ ବଜାର ଖୋଲିବା ସହ ସ୍ଥିତି ସ୍ଵଭାବିକ ହୋଇଛି। ପର୍ଯ୍ୟୟ କ୍ରମେ ମାଁଙ୍କ ଦର୍ଶନ ପାଇଁ ଅନେକ କଟକଣା (Covid Guideline) କୋହଳ ମଧ୍ୟ ହୋଇଛି। ହେଲେ ମନ୍ଦିର ପରିସରେ ଥିବା ୧୩ଟି ପୁଜା ସାମଗ୍ରୀ ଓ ଫଟୋ ଦୋକାନ ଖୋଲିବା ପାଇ ଜିଲ୍ଲା ପ୍ରଶାସନ କିମ୍ବା ମନ୍ଦିର ଟ୍ରଷ୍ଟ ବୋର୍ଡ ଅନୁମତି ଦେଇନାହାନ୍ତି। 

ଗତବର୍ଷ ମାର୍ଚ୍ଚରୁ ଲକଡାଉନ (Lockdown) ଯୋଗୁଁ ସମ୍ବଲେଶ୍ୱରୀ ମନ୍ଦିର ବନ୍ଦ ହେବା ସହ ଏହି ଦୋକାନ ଗୁଡିକ ମଧ୍ୟ ବନ୍ଦ କରାଯାଇଥିଲା। ଏହି ଦୋକାନରେ ଯେତିକି ରୋଜଗାର ହେଉଥିଲା ଏଥିରେ ଦୋକାନୀଙ୍କ ପରିବାର ପରିପୋଷଣ ହେଉଥିଲା। ହେଲେ ପ୍ରାୟ ବର୍ଷେ ହେଲା ନା କୌଣସି ସରକାରୀ ସହୟତା ମିଳିଲା ନା ଦୋକାନ ଖୋଲିବା ପାଇ ଅନୁମତି ବୋଲି ମନ୍ଦିର ପରିସରରେ ଥିବା ଦୋକାନୀ ଏବଂ ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏମିତିକି ଦୋକାନରେ ଭର୍ତ୍ତି ହୋଇ ରହିଥିବା ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ନଷ୍ଟ ହୋଇଥିବା ସେମାନେ କହିଛନ୍ତି ।

Also Read: ହାରିନାହାନ୍ତି ଲମ୍ବୋଦର, ଭିକ୍ଷା ବୃତ୍ତି କରି ପୋଷୁଛନ୍ତି କୁଟୁମ୍ବ

ସମଲେଶ୍ଵରୀ ମନ୍ଦିର ବିକାଶ ପାଇଁ ଏହି ଅଂଚଳର ସମସ୍ତ ଦୋକାନ ବଜାର ଉଚ୍ଛେଦ ହେବ। ତେଵେ ଅନ୍ତତ ଯେତେଦିନ ପର୍ଯ୍ୟନ୍ତ ଉଚ୍ଛେଦ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଉ। ଯଦ୍ୱାର କିଛି ରୋଜଗାର କରି ପରିବାର ପ୍ରତିପୋଷଣ ହୋଇପାରିବେ ବୋଲି ଦୋକାନୀମାନେ ନିବେଦନ କରିଛନ୍ତି। ଆଉ ଜିଲ୍ଲାପାଳ ଏବେ ଏହି ସମସ୍ତ ଦୋକାନୀଙ୍କୁ ପେଟର ଜ୍ୱଳାକୁ ବୁଝି ଦୋକାନ ଖୋଲିବା ସହ ବାରିକେଟଡ୍ ହଟେଇବା ପାଇଁ ନିଦ୍ଦେଶ ଦେଇଛନ୍ତି।

ସେପଟେ ଜିଲ୍ଲାପାଳଙ୍କ ଆଦେଶକୁ ମାନିବାକୁ ସମ୍ବଳେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନାରାଜ। ବୋର୍ଡ ସଭାପତି ସଂଜୟ ବାବୁ ସିଧା ସଳଖ ଦୋକାନ ଖୋଲିବା ପାଇଁ ମନା କରିଛନ୍ତି । ଜିଲ୍ଲାପାଳଙ୍କଠୁ ଲିଖିତ ଭାବେ ଅର୍ଡର ଆଣିଲେ ଦୋକାନ ଖୋଲାହେବବୋଲି ସଂଜୟ କହିଛନ୍ତି। ତେଵେ ଜିଲ୍ଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ  ମଧ୍ୟରେ ବୁଝାମଣା କରି ସଠିକ ନିଷ୍ପତ୍ତି ନେବେ କି? ନା ଏଭଳି ଉଭୟ ପକ୍ଷରୁ ଜାଣି ଶୁଣି ଦୋକାନୀକୁ  ହଇରାଣ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।