Sambalpur News In Odia: ସମ୍ବଲପୁରରେ (Sambalpur) ଆଜିଠୁ କୋହଳ ହେଲା କର୍ଫ୍ୟୁ (curfew),ସୁଧୁରିବାରେ ଲାଗିଛି ସ୍ଥିତି । ପରିସ୍ଥିତି ସୁଧୁରିବା ପରେ ଜିଲ୍ଲା ପ୍ରଶାସନ ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି । ଆଜି ଠାରୁ ସାଢ଼େ ୬ ଘଣ୍ଟା କୋହଳ ରହିବ କର୍ଫ୍ୟୁ । କର୍ଫ୍ୟୁ (Sambalpur curfew)ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ୪ ଘଣ୍ଟା ଓ ଦିନ ସାଢ଼େ ୩ଟାରୁ ୬ଟା ଯାଏଁ ଅଢ଼େଇ ଘଣ୍ଟା କୋହଳ ରହିବ । ଅର୍ଥାତ୍ ଏହି ସମୟ ଭିତରେ ଲୋକେ ବାହାରେ ଚଳପ୍ରଚଳ କରିପାରିବେ । ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ (Sambalpur District Administration )।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ(Sambalpur Collector Ananya Das)  । ସେ ସୂଚନା ଦେଇ କହିଛନ୍ତି ଯେ ଇଣ୍ଟରନେଟ ସେବାକୁ (Internet service)ବନ୍ଦ କରାଯାଇଛି । ଆସନ୍ତାକାଲି ୧୦ ଟା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ସୋସିଆଲ ମିଡିଆର (Social Media) ଅପବ୍ୟବହାର ଦ୍ୱାରା ପରିସ୍ଥିତି ଜଟିଳ ହେବା ନେଇ ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ ସମ୍ବଲପୁର ହିଂସା ପର ଠାରୁ ଏଠାରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ଆଉ ଏହା ପରେ ଏବେ ମଧ୍ୟ ଏହି ଅବଧିକୁ ବଢ଼ାଇ ଦିଆଯାଇଛି । 



Also Read : Puri News: ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ


Also Read : Atiq Ahmed Murder Case Update: ନିଜ ମୃତ୍ୟୁକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲା ଅସରଫ, ଯୋଗୀଙ୍କ ନାଁରେ ଲେଖିଥିଲା ଚିଠି


ସେପଟେ ସମ୍ବଲପୁର ହିଂସା (sambalpur violence)ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏଯାବତ୍ ଏହି ଘଟଣାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି ପାଇଲାଣି । ହେଲେ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁର ସହରର ସ୍ଥିତି । ତଥାପି ଶାନ୍ତି ଶୃଙ୍ଖଳା ଉଦ୍ଦେଶ୍ୟରେ କର୍ଫ୍ୟୁକୁ ବଳବତ୍ତର ରଖିବା ସହ ହିଂସାରେ ସଂପୃକ୍ତ ଅଭିଯୋଗରେ ମୋଟ୍‌ ୮୫ (85)ଜଣଙ୍କୁ ଗିରଫ କରିଛି ପୋଲିସ ।  ତଥାପି ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ପୋଲିସ ଛାଉଣୀ ରହିଛି । ବିଭିନ୍ନ କମ୍ପିଟେଟିଭ୍ ଏକଜାମ ଥିବାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଓ ଆସିବା ସମୟରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା ହୋଇଥିଲା ।


ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ (Hanuman Jayanti) ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର (Sambalpur) ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ  (Internet service) ବନ୍ଦ କରିଦିଆଯାଇଥିଲା।