ଓଡ଼ିଶା ଦୃଷ୍ଟିହୀନ ସଂଘ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Advertisement
Article Detail0/zeeodisha/odisha2586533

ଓଡ଼ିଶା ଦୃଷ୍ଟିହୀନ ସଂଘ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଛାତ୍ର ଯୁବନେତା ଅର୍ପିତ ପଟେଲ, ଡାକ୍ତର ସୁବାଷ ଚନ୍ଦ୍ର ନାୟକ, ଆଇ.ଡି.ଏ ସେକ୍ରେଟାରୀ ଓଡ଼ିଶା, ୱାନ୍ ଇନ୍ ଅଲ୍ ର ପ୍ରତିଷ୍ଠାତା ସେଖ୍ ଅମିର ମହମ୍ମଦ, ସାଧାରଣ ସଚିବ ଓଡ଼ିଶା, ଓଏବି ସଭାପତି ମହେଶ୍ୱର ରାଉତ, ପ୍ରସନ୍ନ କୁମାର ଦାସ, ସାଧାରଣ ସମ୍ପାଦକ ଓଏବି ଏବଂ ଓଏସ ସନ୍ୟାସୀ କୁମାର ବେହେରା ପ୍ରମୁଖ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ । 

ଓଡ଼ିଶା ଦୃଷ୍ଟିହୀନ ସଂଘ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ୩ ଜାନୁଆରୀ ୨୦୨୫ ତାରିଖରେ ଓଡ଼ିଶା ଦୃଷ୍ଟିହୀନ ସଂଘ ଦ୍ୱାରା ଖାରବେଳ ନଗରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ସମସ୍ତ ଦୃଷ୍ଟିହୀନ ଛାତ୍ର ଏବଂ ସମସ୍ତ ଜିଲ୍ଲା ଦୃଷ୍ଟିହୀନ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଭେଷଜ ଡାକ୍ତର, ଅସ୍ତ୍ରୋପଚାର, ଶିଶୁ ଏବଂ ଦନ୍ତ ବିଭାଗର ଡାକ୍ତର ଏହି ଶିବିରରେ ଜଡିତ ଥିଲେ। ରକ୍ତଦାନ ଶିବିର, ପ୍ରଥମ ସହାୟତା ପାଥୋଲାବ ସୁବିଧା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୧୫୦୦ ଲୋକ ଏକତ୍ରିତ ହୋଇଥିଲେ ।

ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଛାତ୍ର ଯୁବନେତା ଅର୍ପିତ ପଟେଲ, ଡାକ୍ତର ସୁବାଷ ଚନ୍ଦ୍ର ନାୟକ, ଆଇ.ଡି.ଏ ସେକ୍ରେଟାରୀ ଓଡ଼ିଶା, ୱାନ୍ ଇନ୍ ଅଲ୍ ର ପ୍ରତିଷ୍ଠାତା ସେଖ୍ ଅମିର ମହମ୍ମଦ, ସାଧାରଣ ସଚିବ ଓଡ଼ିଶା, ଓଏବି ସଭାପତି ମହେଶ୍ୱର ରାଉତ, ପ୍ରସନ୍ନ କୁମାର ଦାସ, ସାଧାରଣ ସମ୍ପାଦକ ଓଏବି ଏବଂ ଓଏସ ସନ୍ୟାସୀ କୁମାର ବେହେରା ପ୍ରମୁଖ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ । କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ତଥା କର୍ମକର୍ତ୍ତାଙ୍କ ସହଯୋଗ ଯୋଗୁଁ ଏତେ ବଡ଼ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ଭବ ହୋଇପାରିଥିଲା ।

Also Read- ରାଜ୍ୟ ସରକାରଙ୍କୁ ୨ ବର୍ଷର ଲାଭାଂଶ ଟଙ୍କା ଦେଲା ରାଜ୍ୟ ପଣ୍ୟାଗାର ନିଗମ

Also Read- ୬୦ ହଜାରରୁ ଅଧିକ ରାସନ କାର୍ଡ ହେବ ବାତିଲ୍ ! ଜାଣନ୍ତୁ କଲେକ୍ଟରଙ୍କ ନିର୍ଦ୍ଦେଶ