Atiq Ahmed Murder Case Update: ନିଜ ମୃତ୍ୟୁକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲା ଅସରଫ, ଯୋଗୀଙ୍କ ନାଁରେ ଲେଖିଥିଲା ଚିଠି
Advertisement
Article Detail0/zeeodisha/odisha1655933

Atiq Ahmed Murder Case Update: ନିଜ ମୃତ୍ୟୁକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲା ଅସରଫ, ଯୋଗୀଙ୍କ ନାଁରେ ଲେଖିଥିଲା ଚିଠି

Atiq Ahmed Murder Case Update News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(ashraf ahmed encounter news)କୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)। ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତେବେ ହତ୍ୟା ପୂର୍ବରୁ, ଅତିକ ଅହମ୍ମଦ(Atiq Ahmed)ର ଭାଇ ଅସରଫ(Ashraf) ନିଜ ମୃତ୍ୟୁକୁ ପୂର୍ବରୁ ଦେଖି ସାରିଥିଲା ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Atiq Ahmed Murder Case Update News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(ashraf ahmed encounter news)କୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)।  ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତେବେ ହତ୍ୟା ପୂର୍ବରୁ, ଅତିକ ଅହମ୍ମଦ(Atiq Ahmed)ର ଭାଇ ଅସରଫ(Ashraf) ନିଜ ମୃତ୍ୟୁକୁ ପୂର୍ବରୁ ଦେଖି ସାରିଥିଲା । କାହିଁକିନା,ଏ-ହି ଗୁଳିକାଣ୍ଡ ପୂର୍ବରୁ ଅସରଫ ବରେଲିରେ ଗଣମାଧ୍ୟମ ସହ ସକ୍ଷାତକାରରେ କହିଥିଲା ଯେ ,ତାକୁ ଦୁଇ ସପ୍ତାହ ପରେ ହତ୍ୟା କରାଯିବ । ଆଚମ୍ବିତ କଲା ଭଳି ଘଟଣା ଏହା ଯେ, ଏହି ବୟାନର ଠିକ୍ ଦୁଇ ସପ୍ତାହ ୫ ଦିନ ପରେ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନାଯୋଗ୍ୟ, ଉମେଶ ପାଲ ହତ୍ୟାକାଣ୍ଡରେ କୋର୍ଟରେ ହାଜର ହେବା ପରେ ୨୮ ମାର୍ଚ୍ଚ ରାତିରେ ଅସରଫ ବରେଲି ଜେଲ ପହଞ୍ଚିଥିଲା।

ଏଠାରେ ମିଡିଆକୁ ଦେଇଥିବା ପ୍ରତିକ୍ରିୟାରେ ଅସରଫ (Ashraf) ନିଜର ହତ୍ୟା ନେଇ ଆଶଙ୍କା ପ୍ରକଟ କରିଥିଲା (atique ahmed encounter news)। କହିଥିଲା ଯେ ୨ ସପ୍ତାହ ପରେ ତାକୁ ଜେଲରୁ ବାହାର କରି ହତ୍ୟା କରି ଦିଆଯିବ । ଅସରଫ କହିଥିଲା ଯେ,ଜଣେ ବଡ଼ ଅଧିକାରୀ କହିଛନ୍ତି ଯେ, 'କୌଣସି ବାହାନାରେ ଗୋଟିଏ ଦୁଇ ସପ୍ତାହ ପରେ ତୋତେ ଜେଲରୁ ବାହାରକୁ ନେବୁ ଏବଂ ହତ୍ୟା କରିଦେବୁ । ମୁଁ ତାଙ୍କ ନାଁ ନେବି ନାହିଁ । ମୋ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଉଛି । ଏ-ଥିସହିତ ହିଁ ଉତ୍ତରପ୍ରଦେଶ ସରକାରଙ୍କୁ ( Up Govt) ମଧ୍ୟ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମିଛ ମାମଲା ଲାଗିଛି, ଏଥିପାଇଁ ସେ ଭଲ ଭାବରେ ମୋ ପୀଡା ବୁଝୁଥିବେ । ଅସରଫ କହିଥିଲା, ମୋ ହତ୍ୟା ପରେ ପ୍ରୟାଗରାଜର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀଙ୍କୁ (yogi adityanath)ମୋର ବନ୍ଦ ଲଫାପା ପହଞ୍ଚିଯିବ । ଏହାସହ ସେ ଆହୁରୀ  କହିଥିଲା ଯେ, ମୁଁ ମାଫିଆ ଦେଖୁଛି? ୩ ବର୍ଷ ହେବ ଜେଲରେ ରହିଛି । ଗୋଟିଏ ଥର ବିଧାୟକ ରହି ସାରିଛି । ଜେଲରେ ରହି କିପରି ଷଡଯନ୍ତ୍ର କରିପାରିବି ।'

fallback

Also Read :  Atiq Ahmed Murder Case: ଅତିକକୁ ମାରିଥିବା ଅଭିଯୁକ୍ତର ବାପା କଲେ ବଡ଼ ଖୁଲାସା, କହିଲେ ମୋ ପୁଅ...

 

Also Read : Atiq Ahmed Murder Case: କାହିଁକି ସ୍ୱତନ୍ତ୍ର ଏହି Zigana ପିସ୍ତଲ, ଯାହା ମାଧ୍ୟମରେ ଅତିକ୍-ଆଶରଫଙ୍କୁ କରାଯାଇଛି ହତ୍ୟା? ଜାଣନ୍ତୁ ଏହା ବିଷୟରେ

ଅତିକ ଓ ଅସରଫକୁ ହତ୍ୟା କରିଥିବା ତିନି  ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି (3 assailants sent to 14 day judicial custody)। ତିନି ଅଭିଯୁକ୍ତଙ୍କୁ ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏସଟିଏଫ୍ ଓ ଜିଲ୍ଲା ପୋଲିସ ଏହି ତିନି ବନ୍ଧୁକଦାରୀଙ୍କୁ ପ୍ରାୟ ୧୭ ଘଣ୍ଟା ଧରି ପଚରାଉଚରା କରିଥିଲେ । ଏଥିରେ ମୋଟ ୨୨ଟି ପ୍ରଶ୍ନ ପଚରାଯାଇଥିଲା । ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଯେ ଅତିକ ଓ ଅସରଫ ଯେତେବେଳେ ପୋଲିସ ହେପାଜତକୁ ପଠାଇବା ପାଇଁ ସୂଚନା ମିଳିଲା । ସେବେଠାରୁ ସେମାନେ ସ୍ଥାନୀୟ ଗଣମାଧ୍ୟମର ଭିଡ଼ ଭିତରେ ରହି ଦୁଇ ଭାଇଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ସଠିକ୍ ସମୟ ଓ ସୁଯୋଗ ମିଳିଲା ନାହିଁ । ହେଲେ ଶନିବାର ସୁଯୋଗ ମିଳିବା ମାତ୍ରକେ ଅତିକ ଓ ଅଶରଫକୁ ଗୁଳି ମାରିଥିବା ତିନି ଅଭିଯୁକ୍ତ ସ୍ୱୀକାର କରିଛନ୍ତି ।

ସୂଚନା ଅନୁସାରେ, କଡା ସୁରକ୍ଷା ଭିତରେ ଶନିବାର ଦିନ ରାତିରେ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ (Atiq Ahmed) ଓ ତାଙ୍କ ଭାଇ ଅସରଫ (Ashraf) ଅହମ୍ମଦଙ୍କୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରାଯାଇଥିଲା ।  ତିନି ଜଣ ଯୁବକ ଅତିକ୍ ଓ ତାଙ୍କ ଭାଇ ଆଶରଫ ଉପରକୁ ଗୁଳି ଚଳାଇଥିଲେ ।  ଘଟଣାସ୍ଥାଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା ।  ଅତିକକୁ ଗୁଳି ଚଳାଇଥିବା ବ୍ୟକ୍ତିମାନେ ଗଣମାଧ୍ୟମ କର୍ମୀ ଭାବରେ ସେଠାକୁ ଆସିଥିଲେ । ଆକ୍ରମଣକାରୀଙ୍କୁ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଆତ୍ମସମର୍ପଣ କରିଥିଲେ । କହିରଖୁଛୁ ଯେ ଅତିକ ଓ ତାଙ୍କ ଭାଇ ଆଶରଫ୍ ପୋଲିସ୍ ହେପାଜତରେ ଥିଲେ ।

Also Read : Puri News: ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

Also Read : Horoscope Today 17 April 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର