Sambalpur Crime News In Odia : ସମ୍ବଲପୁର ଜିଲ୍ଲା ଧନୁପାଲିରେ ଟ୍ରିପଲ ମର୍ଡର ଘଟଣା (Sambalpur Triple Murder Case)। ବନ୍ଦ ଘରୁ ମାଆ (mother) ସହ ଦୁଇ ଛୁଆଙ୍କ (two children )ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । କିଭଳି ପରିସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି (Sambalpur Crime News)। ଆଜି ସକାଳୁ ମାଜିଷ୍ଟ୍ରେଟ ଓ ସଦର ଏସଡିପିଓ, ଏବଂ ଧନୁପାଲି ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ କବାଟ ଭାଙ୍ଗି ମୃତଦେହ ଗୁଡିକୁ ଉଦ୍ଧାର କରିଛି । ଏବଂ ପୋଷ୍ଟ ମଟମ ପାଇଁ ପଠାଇଛି । ମୃତକ ମାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତଣ୍ଟି ଚିପି ସେମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପ୍ରାରମ୍ଭିକ ସ୍ଥିତିରୁ ଏହା ଏକା ହତ୍ୟାକାଣ୍ଡ ବୋଲି ସଦର ଏସଡ଼ିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ହତ୍ୟାକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି ।


COMMERCIAL BREAK
SCROLL TO CONTINUE READING

ମୃତକ ମାନେ ହେଲେ ସାଜିଆ ପରବିନ (୩୨) ଓ ତାଙ୍କ ଦୁଇ ଛୁଆ ଅବଦୁଲ ରେହେମାନ (୯) ଓ ଝିଅ ହମିରା ତାୟିବା(୭) । ତେବେ ମହିଳାଙ୍କ ଘରେ ରହୁଥିବା ଜଣେ ଯୁବକ ଏହି ହତ୍ୟାକାଣ୍ତ ପରେ ଫେରାର ରହିଛି । ତେବେ, ଏହି ତିନି ଜଣଙ୍କ ହତ୍ୟା ଘଟଣାରେ ପୋଲିସ୍ ସେହି ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି । କାହିଁକିନା କିଛି ଦିନ ତଳେ ସାଜିଆ ସମ୍ପକ୍ତ ଯୁବକଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା । ଏହି କାରଣରୁ ଏହି ହତ୍ୟାକାଣ୍ତ ଘଟିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । 


ଏହାବି ପଢନ୍ତୁ  : Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?


ଏହାବି ପଢନ୍ତୁ  : Flight Service: କାଲିଠୁ ଆରମ୍ଭ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା, ଜାଣନ୍ତୁ କେତେ ରହିଛି ଟିକେଟ୍ ଦାମ?


ସୂଚନା ଅନୁସାରେ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ସାଜିଆ ନିଜ ଦୁଇ ଛୁଆଙ୍କ ସହ ରୁହନ୍ତି । କିନ୍ତୁ ଗତ ୭ ଦିନ ହେଲା ସାଜିଆଙ୍କ ଘର ବନ୍ଦ ରହିଥିଲା । ଏ-ନେଇ ପଡୋଶୀ ଲୋକଙ୍କ ସନ୍ଦେହ ମଧ୍ୟ ହୋଇଥିଲା। ଏପରିକି ସାଜିଆଙ୍କ ବାପଘର ଲୋକେ ସାଜିଆଙ୍କୁ ଫୋନ କରିଥିଲେ ମଧ୍ୟ ସାଜିଆ ଫୋନ କଲ୍ ରିସିଭ କରି ନଥିଲେ । ଯାହାକୁ ନେଇ ସାଜିଆଙ୍କ ବାପଘର ଲୋକେ ଗତକାଲି(ଶନିବାର) ସମ୍ବଲପୁର ଆସିଥିଲେ । ଏବଂ ସାଜିଆଙ୍କ ଧନୁପାଲି ସ୍ଥିତ ସୁନାପାଲି ଘରେ ପହଞ୍ଚି କବାଟ ବାଡେଇଥିଲେ ମଧ୍ୟ ସେ ଖୋଲି ନ ଥିଲେ। ଏନେଇ ପୋଲିସକୁ ଯୋଗାଯୋଗ କରିଥିଲେ ସାଜିଆଙ୍କ ବାପଘର ଲୋକେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା। ଏବଂ ଗୋଟିଏ ରୁମରେ ତିନୋଟି ମୃତଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲା।


ସେହି ଯୁବକଙ୍କ ସହ କଣ ଥିଲା ସାଜିଆଙ୍କ ସମ୍ପର୍କ?
ସାଜିଆ ପରବିନଙ୍କ ସ୍ବାମୀ ଦେଢ଼ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ମହିଳା ଜଣକ ନିଜ ଦୁଇ ଛୁଆ ସହ ସୁନାପାଲି ସ୍ଥିତ ନିଜ ଘରେ ରହି ଆସୁଥିବା ବେଳେ ଗତ ୬ ମାସ ହେଲା ସଲମାନ ଅହମ୍ମଦ ନାମକ ଜଣେ ଯୁବକ ତାଙ୍କ ଘରେ ରହି ଆସୁଥିଲେ । ବର୍ତ୍ତମାନ ସେହି ସନ୍ଦିଗ୍ଧ ଯୁବକ ଫେରାର ଥିବା ବେଳେ ପୋଲିସ ସେହି ଯୁବକଙ୍କୁ ଖୋଜୁଛି । ସନ୍ଦିଗ୍ଧ ଯୁବକ ସଲମାନ ଅହମ୍ମଦ ସିଲିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ କିଛି ଦିନ ତଳେ ସଲମାନ ଓ ସାଜିଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।