Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?
Advertisement

Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?

Mla Mukesh Pal Wedding News In Odia: ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ ମୁକେଶ ପାଲ (Palalahada Mla Mukesh Pal Wedding) । ହିନ୍ଦୁ ରୀତିନୀତି ଅନୁଯାଯାୟୀ ଅନୁଗୁଳ ସ୍ଥିତ ଏକ ହୋଟେଲରେ ବହୁ ଧୂମଧାମରେ ବିବାହ ସମ୍ପନ୍ନ ହୋଇଛି । ତେବେ,ଆଜି (ରବିବାର) ବିଧାୟକଙ୍କ ପକ୍ଷରୁ ନିଜ ପାଲଲହଡାସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି । ତେବେ, ଏହି ରିସେପସନ୍ ପାର୍ଟିରେ ବହୁ ବିଧାୟକ ଏବଂ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Mla Mukesh Pal Wedding News In Odia:  ହାତକୁ ଦି ହାତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ (Palalahada Mla Mukesh Pal Wedding)। ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ ତାରକା ହୋଟେଲରେ ଧୂମଧାମରେ ବିବାହ ସମ୍ପନ୍ନ ହୋଇଛି । ବିଧାୟକ ମୁକେଶ ପାଲ (Palalahada Mla Mukesh Pal) ଅନୁଗୋଳ ସ୍ଥିତ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ (Madhusudhan Patnaik Daughter Abalisha) ଏକମାତ୍ର କନ୍ୟା ଅବଲିଶା ପଟ୍ଟନାୟକଙ୍କୁ ( Abalisha Patnaik) ବିବାହ କରିଛନ୍ତି (Palalahada Mla Mukesh Pal Wedding At Angul)। ଏହି ବିବାହରେ ଦୁଇ ପରିବାର ବର୍ଗଙ୍କ ସହ ନିକଟସ୍ତ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ଏବଂ ବର-କନ୍ୟାଙ୍କୁ ଆର୍ଶିବାଦ ଦେଇଥିଲେ। ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିଧାୟକଙ୍କ ତାଙ୍କ ଜୀବନରେ ଏକ ନୂଆ ଇନିଙ୍ଗ ଆରମ୍ଭ କରିଥିବାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସୂଚନା ଅନୁସାରେ, ଅନୁଗୋଳ ସହର ଅମଲାପଡାସ୍ଥିତ ବିଧାୟକଙ୍କ ଘରୁ ଶୁକ୍ରବାର ବିବାହ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ବାଜାବାଣରେ ଫାଟି ପଡିଥିଲା ପୁରା ପୂରା ଅଞ୍ଚଳ। ଏବଂ ବରଯାତ୍ରୀଙ୍କ ନାଚରେ ଦୁଲୁକି ଉଠିଥିଲା ଖଣ୍ତ ମଣ୍ତଳ । ତେବେ,ଆଜି (ରବିବାର) ବିଧାୟକଙ୍କ ପକ୍ଷରୁ ନିଜ ପାଲଲହଡାସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି । ତେବେ, ଏହି ରିସେପସନ୍ ପାର୍ଟିରେ ବହୁ ବିଧାୟକ ଏବଂ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ,ସ୍ପେଶାଲ ଗେଷ୍ଟ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ଚର୍ଚ୍ଚା ହେଉଛି। 

ଏହାବି ପଢନ୍ତୁ :  Parineeti Raghav Engagement: ନିର୍ବନ୍ଧ ପରେ ଗଣମାଧ୍ୟମ ଆଗରେ ପୋଜ ଦେଲେ ପରିଣିତି ଚୋପ୍ରା ଓ ରାଘବ ଚଢ଼ା; ଦେଖନ୍ତୁ ଭିଡିଓ

 

ଏହାବି ପଢନ୍ତୁ :  Shani Jayanti 2023: ଏହି ଦିନ ପଡୁଛି ଶନି ଜୟନ୍ତୀ, ନ୍ୟାୟ ଦେବତାଙ୍କ କୃପାରେ ମାଲାମାଲ ହେବେ ୩ ରାଶି

ଗତ ଦୁଇ ବର୍ଷ ତଳେ ଅର୍ଥାତ, ୨୦୨୧ ଜାନୁଆରୀ ମାସରେ ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଧାୟକଙ୍କ ଘରେ ପଶି ଜଣେ ଯୁବତୀ ତାଙ୍କୁ ବିବାହ ପାଇଁ ଜିଦ୍ ଧରିଥିଲେ। ଏନେଇ ଥାନାରେ ଏତଲା ଦେଇଥିଲେ ନିଜେ ମୁକେଶ କୁମାର ପାଲ । ବିଧାୟକଙ୍କ ଏତଲା ଅନୁଯାୟୀ ଜଣେ ଯୁବତୀ ପାଲଲହଡ଼ା ବାଲିପଶି ସ୍ଥିତ ଘରେ ପଶି ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ ।ବିଧାୟକଙ୍କ ଏତଲା ଅନୁଯାୟୀ, ବର୍ଷେ ପୂର୍ବରୁ ଜଣେ ମଧ୍ୟସ୍ଥି ସେହି ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ପରେ  ଯୁବତୀ ଜଣଙ୍କ ତାଙ୍କୁ ଫୋନ କରିବା ପରେ ବିଧାୟକ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାସେ ଦୁଇ ମାସ ଫୋନରେ କଥାବାର୍ତ୍ତା, ସୋସିଆଲ ମିଡିଆରେ ଚାଟିଂ ଭିତରେ ଯୁବତୀଙ୍କ ଆଚରଣ ଓ ଧମକପୂର୍ଣ କଥାବାର୍ତ୍ତା ଅସହ୍ୟ ହୋଇ ପଡିଥିଲା ବୋଲି ବିଧାୟକ କହିଥିଲେ । ତା’ପରେ ଯୁବତୀ ଜଣଙ୍କୁ ବିବାହ ପାଇଁ ସେ ମନା କରି ଦେଇଥିଲେ । ଏହାପରେ ଯୁବତୀ ଜଣକ ବିଧାୟକଙ୍କୁ ବ୍ଲାକ୍‌ମେଲିଂ କରିବା ସହ ମିଛ କେସ୍‌ରେ ଫସାଇଦେବି ବୋଲି ଧମକ ଦେଇଥିଲେ ଏବଂ ଘରେ ପହଞ୍ଚି ବିବାହ ପାଇଁ ଜିଦ୍ ଧରିଥିଲେ । ତେବେ ଯୁବତୀ ଜଣଙ୍କ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

ସେହିପରି ଚଳିତ ବର୍ଷ ଫେବୃଆରୀ ମାସରେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ବିବାହ କରିଛନ୍ତି। ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ପୁରୀର ଏକ ପଞ୍ଚ ତାରକା ହୋଟେଲରେ ବିଧାୟକଙ୍କ ବିବାହ ହୋଇଥିଲା । ବିବାହ ଉତ୍ସବରେ ସାମିଲ ହୋଇଥିଲେ ସମ୍ପର୍କୀୟ ଓ ଅତି ପାଖ ଲୋକ ।  ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ଦିବ୍ୟଶଙ୍କର ପୁଅ ଅଛି । ସେ ବାହାରେ ପାଠ ପଢ଼ୁଛନ୍ତି ।