ଝାରସୁଗୁଡା: ରାଜ୍ୟରେ ଲକଡାଉନ, ସଟଡାଉନ କିମ୍ବା ଡେ-କର୍ଫ୍ୟୁ ବା ୧୪୪ ଧାରା ଲଗାଯିବା ଭଳି ସ୍ଥିତି ନାହିଁ। ତେଣୁ ସାବଧାନ ହୋଇରହିଲେ ଆମେ ସହଜରେ କୋଭିଡର ଦ୍ଵିତୀୟ ଲହରୀ ମୁକାବିଲା କରିପାରିବା। ଯଦିଓ ପଡୋଶୀ ରାଜ୍ୟ ଛତିଶଗଡରେ ଦୈନିକ ସଂକ୍ରମଣ ବୃଦ୍ଧି ଢେର ଅଧିକ ଏବଂ ଆଜି ଠାରୁ ରାୟପୁରକୁ ୧୦ ଦିନିଆ ଲକଡାଉନ ଘୋଷଣା କରାଯାଇଛି ହେଲେ ଓଡିଶାରେ ଉଦବେଗ ପରିସ୍ଥିତି ନାହିଁ ବୋଲି ଝାରସୁଗୁଡା ଗସ୍ତରେ ଆସିଥିବା ସମୟରେ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଝାରସୁଗୁଡା ଗସ୍ତରେ ଆସିଥିବା SRC ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା (Pradip Jena) ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବୁଲି ଦେଖି ସମୀକ୍ଷା କରିବାସହ କୋଭିଡର ଦ୍ୱିତୀୟ ଲହରୀର ସଫଳ ମୁକାବିଲା ପାଇଁ ଆଲୋଚନା କରିଛନ୍ତି। କୋଭିଡ (coroanvirus) ମୁକାବିଲା ନେଇ ସେ କହିଛନ୍ତି ଯେ, ବିଶେଷକରି ଓଡଶାରେ କୋଭିଡ ସଂକ୍ରମଣ ଦୁଇଟି କ୍ଲଷ୍ଟରେ ଦେଖିବାକୁ ମିଳୁଛି। ପ୍ରଥମତଃ ଛତିଶଗଡ ସହ ଲାଗି ରହିଥିବା ଝାରସୁଗୁଡା, ସୁନ୍ଦରଗଡ ପରି ଜିଲ୍ଲାଗୁଡିକରେ ସଂକ୍ରମଣ ବୃଦ୍ଧି ପାଉଛି। ଦ୍ୱିତୀୟରେ ଭୁବନେଶ୍ୱର, କଟକ ଓ ପୁରୀରେ ବୃଦ୍ଧି ପାଉଛି। ଏହି ଜିଲ୍ଲାଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଜର ରଖାଯିବାସହ ସଂକ୍ରମଣକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।


Also Read: କୋରୋନା ଟିକା ନେଲେ ମିଳୁଛି ସୁନା ଉପହାର


କୋରୋନା ମୁକାବିଲା (Odisha Fight Corona) ପାଇଁ ସରକାର ନାଇଟ୍ କର୍ଫ୍ୟୁ (Night Curfew) ଜାରି କରିବା ସହ ଆଗାମୀ ୧୦ ଦିନ କୋଭିଡ ଗାଇଡଲାଇନ (Covid Guideline) କୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକେ ଗାଇଡଲାଇନ ମାନିଲେ ପରିସ୍ଥିତି ଆପେ ଆପେ ଆୟତ୍ତ ହୋଇଯିବ ବୋଲି କମିଶନର ପ୍ରଦୀପ ଜେନା କହିଛନ୍ତି। କୋଭିଡ ନିୟମ ମାନିଲେ ଲକଡାଉନ ଏବଂ ସଟଡାଉନକୁ ଆଡେଇଦେଇ ହେବ ବୋଲି ସେ କହିଛନ୍ତି । ଝାରସୁଗୁଡା (Jharsuguda) ରେ କୋଭିଡ ପ୍ରସ୍ତୁତି ବିଷୟରେ ସୂଚନାଦେଇ କହିଛନ୍ତି, ଏବେ ଜିଲ୍ଲାରେ ୨୦ ଶଯ୍ୟା ପ୍ରସ୍ତୁତ ରହିଛି। ଆଗାମୀ ଦିନରେ ଏହାକୁ ବଢାଇ ୬୦ କରାଯିବ ଏବଂ ଆବଶ୍ୟକସ୍ଥଳେ ଏହାକୁ ଆହୁରି ବୃଦ୍ଧି କରାଯିବ। 


କୋରୋନାର ଦ୍ୱିତୀୟ ଲହରର ପ୍ରଭାବରେ ସାରା ଦେଶରେ ହୁ ହୁ ହୋଇ ସଂକ୍ରମଣ ବଢୁଛି। ଏଥିରୁ ଓଡ଼ିଶା (Odisha) ମଧ୍ୟ ବାଦ ପଡିନାହିଁ। କିନ୍ତୁ ଏହି ସଂକ୍ରମଣ ସାରା ରାଜ୍ୟରେ ସମାନ ଧାରାରେ ବଢୁ ନଥିବା SRC ପ୍ରଦୀପ ଜେନା କହିଛନ୍ତି। ଏଥିପାଇଁ ରାଜ୍ୟର କୋରୋନା ସଂକ୍ରମିତ ଜିଲ୍ଲା ଭାବେ ଦୁଇଟି କ୍ଲଷ୍ଟର କରାଯାଇ ପଦକ୍ଷେପ ନିଆଯାଉଛି ବୋଲି ଦୁଇଦିନିଆ ଝାରସୁଗୁଡା ଓ ସୁନ୍ଦରଗଡ ଗସ୍ତ ଅବସରରେ ସେ କହିଥିଲେ। ଏଥିସହ ସାଧାରଣ ଜନତା ସାମାଜିକ ଦୁରତା, ମାସ୍କ ପରିଧାନ ଓ ହାତଧୁଆ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଛତିଶଗଡ଼ ସୀମାବର୍ତୀ ଅଞ୍ଚଳକୁ ରାଜ୍ୟ ସରକାର ଅଧିକ ଫୋକସ କରୁଛି ବୋଲି ପ୍ରଦୀପ ଜେନା କହିଛନ୍ତି।