କୋରୋନା ଟିକା ନେଲେ ମିଳୁଛି ସୁନା ଉପହାର
Advertisement
Article Detail0/zeeodisha/odisha880287

କୋରୋନା ଟିକା ନେଲେ ମିଳୁଛି ସୁନା ଉପହାର

ଗୁଜରାଟ ରାଜକୋଟର ବଣିକ ସମ୍ପ୍ରଦାୟର ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। ଟିକା ନେଉ ଥିବା ବ୍ୟକ୍ତିଙ୍କୁ ସେମାନେ ସୁନା ଉପହାର ଦେଉଛନ୍ତି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଚାଲିଛି। ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏହାରି ଭିତରେ ଗୁଜରାଟ ରାଜକୋଟର ବଣିକ ସମ୍ପ୍ରଦାୟର ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। ଟିକା ନେଉ ଥିବା ବ୍ୟକ୍ତିଙ୍କୁ ସେମାନେ ସୁନା ଉପହାର ଦେଉଛନ୍ତି।

କୋରୋନା ଟିକା (corona vaccine) ର ପ୍ରଥମ ଡୋଜ୍ ଦିଆଯିବା ପରେ, ଦ୍ୱିତୀୟ ଡୋଜ ଶେଷ ନହେବା ପର୍ଯ୍ୟନ୍ତ ଅନେକ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ। ଉଭୟ ଡୋଜ ନେବା ପରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। କିନ୍ତୁ ଲୋକେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଏଭଳି ପରିସ୍ଥିତିରେ ରାଜକୋଟର ବଣିକ ସମ୍ପ୍ରଦାୟ (smith community) ଲୋକଙ୍କୁ କୋରୋନା ଟିକା ନେବାକୁ ଉତ୍ସାହିତ କରୁଛନ୍ତି। ସେମାନେ ଟିକାକରଣ ହୋଇଥିବା ମହିଳାମାନଙ୍କୁ ସୁନା ନାକ ଫୁଲ ଏବଂ ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲାଣ୍ଡର ଭଳି ଉପହାର ସାମଗ୍ରୀ ଦେଉଛନ୍ତି।

Also Read: କୋରୋନା ମଡରେ ପୁଣି ଭୁଶୁଡିବ ସଜଡା ଅର୍ଥନୀତି

ଟିକା ସହ ଉପହାର ପାଇବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି। ଲୋକମାନେ, ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ବ୍ୟତୀତ ପରିଚିତ ଲୋକଙ୍କୁ ଯଥାଶୀଘ୍ର କୋରୋନା ଟିକା ନେବା ପାଇଁ ପରାମର୍ଶ ଦେଉଛନ୍ତି। ଭାରତୀୟ କୋରୋନା ଟିକାକୁ ବିଶ୍ୱର ଅନେକ ଦେଶରେ ବ୍ୟବହାର କରାଯାଉଛି। WHO ମଧ୍ୟ ଭାରତୀୟ ଟିକା ଏବଂ ଭାରତୀୟ ଟିକାକରଣ ଅଭିଯାନ (Vaccination drive) କୁ ପ୍ରଶଂସା କରିଛି। ଏଭଳି ପରିସ୍ଥିତିରେ ରାଜକୋଟ (Rajkot)ର ବଣିକ ସମ୍ପ୍ରଦାୟର ଏହି ଅଭିଯାନ ମଧ୍ୟ ଶୀର୍ଷରେ ରହିଛି।

 

କିଛି ଦିନ ପୂର୍ବରୁ ଏକ ରିପୋର୍ଟ ଆସିଥିଲା, ଯେଉଁଠି ​​କୋରୋନା (coronavirus) ଟିକା ନେଇଥିବା ଲୋକଙ୍କୁ ରେଷ୍ଟୁରାଣ୍ଟରେ ରିହାତି ଦିଆଯାଉଛି। ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀମାନେ ପୁଣି ବ୍ୟବସାୟ ହରାଇବା ନେଇ ଚିନ୍ତା କରୁଛନ୍ତି। ସେଥିପାଇଁ ସେମାନେ ଆୟ ବଢାଇବା ପାଇଁ ଅନନ୍ୟ ଉପାୟ ଖୋଜୁଛନ୍ତି। ଦିଲ୍ଲୀର କେତେକ ରେଷ୍ଟୁରାଣ୍ଟ ଟିକାକରଣ ତଥା ବ୍ୟବସାୟ ବୃଦ୍ଧି ପାଇଁ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିଛନ୍ତି।