Nuakhai Celebration: ସୋନପୁର (ନିରଞ୍ଜନ ମିଶ୍ର): ସାଧାରଣ ଜୀବନଯାପନରୁ ଆରମ୍ଭ କରି ପୂଜାବିଧି ପର୍ବପର୍ବାଣୀରେ ମଣିଷ ପ୍ରକୃତି ଉପରେ ସଦା ସର୍ବଦା ନିର୍ଭଳଶୀଳ ହୋଇଥାଏ। ପଶ୍ଚିମ ପଡିଶାର ଲୋକ ପର୍ବ ନୂଆଁଖାଇରେ ଦେଖିବାକୁ ମିଳେ ମଣିଷ ଓ ପ୍ରକୃତିର ନିବିଡ ସମ୍ପର୍କ। ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ବିଭିନ୍ନ ପ୍ରକାର ପତ୍ରରେ ଅର୍ପଣ କରିବା ଏକ ପ୍ରାଚୀନ ପରମ୍ପରା ରହିଛି। ଏହି ପର୍ବରେ ବିଭିନ୍ନ ପ୍ରକାର ସମ୍ପ୍ରଦାୟର ଲୋକେ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାର ପତ୍ରର ବ୍ୟବହାର କରି ଆସୁଛନ୍ତି ପାରମ୍ପରିକ ରୀତିନୀତିରେ।


COMMERCIAL BREAK
SCROLL TO CONTINUE READING

କାହିଁ କେଉଁ କାଳରୁ ସୋନପୁର ଗଡଜାତରେ ଲୋକେ ନୂଆଁଖାଇ ପର୍ବକୁ ବଡ ଧୁମଧାମ ରେ ପାଳନ କରିଆସୁଛନ୍ତି । ଏହି ପର୍ବର ଏକ ବିଶେଷତ୍ୱ ହେଲା ନୁଆଁଖାଇରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଗଛର ପତ୍ର । ବିଭିନ୍ନ ଜାତି , ବିଭିନ୍ନ ସମ୍ପ୍ରଦାୟର ଲୋକେ ଅଲଗା ଅଲଗା ଗଛର ପତ୍ର ରେ ନୂଆଁ ଖାଇଥାନ୍ତି । ମହୁଲ, କୁରେଇ, ଭଲିଆ, ସାରୁ ଓ ସର୍ଗି ଆଦି ଗଛକୁ ଗୃହିଣୀମାନେ ପୁଜାକରି ପତ୍ର ତୋଳି ଆଣି ଖଲି, ଦନା ଆଦି ତିଆରି କରି ନୁଆଁଖାଇରେ ବ୍ୟବହାର କରିଥାନ୍ତି। ଏହି ପତ୍ରରେ ପ୍ରଥମେ ନିଜର ଇଷ୍ଟ ଦେବୀଙ୍କୁ ନବାର୍ଣ୍ଣ ଭୋଗ ଅର୍ପଣ କରି ସାରିଲା ପରେ ନିଜେ ପରିବାର ସହିତ ନବାର୍ଣ୍ଣ ଗ୍ରହଣ କରିଥାନ୍ତି ।


ନୂଆଁଖାଇରେ ଗଉଡ, ଡୁମ୍ବାଳ ,ଚଷା ଆଦି ଜାତିର ଲୋକେ କୁରେଇ ପତ୍ରରେ ନବାର୍ଣ୍ଣ ଭକ୍ଷଣ କରୁଥିବା ବେଳେ କେଉଟ, ତେଲି, ଭୁଲିଆ ଆଦି ର ଲୋକେ ଭଲିଆପତ୍ର ରେ ନୂଆଁ ଖାଇଥାନ୍ତି। ଆହୁରି ବି ଅନେକ ଜାତିର ଲୋକେ ବିଭିନ୍ନ ପତ୍ର ରେ ନୁଆଁଖାଉଥିବା ପରମ୍ପରା ରହିଥିବା ବେଳେ ବ୍ରାହ୍ମଣ ଓ କରଣ ଜାତିର ଲୋକେ ସର୍ଗି ପତ୍ରରେ ନିଜର ଇଷ୍ଟଦେବୀ ଙ୍କୁ ନବାର୍ଣ୍ଣ ଅର୍ପଣ କରିଥାନ୍ତି। 


କାହିଁ କେତେ ଦିନରୁ ନୁଆଁଖାଇ ରେ ନବାର୍ଣ୍ଣ ଭୋଗ ପତ୍ରରେ ଅର୍ପଣ କରିବା ପରମ୍ପରା ରହିଛି। ଏବେ ବି ପଶ୍ଚିମ ଓଡିଶାରେ ବିଭିନ୍ନ ପର୍ବ ପର୍ବାଣୀରେ ବୃକ୍ଷକୁ ପୁଜା କରିବାର ପରମ୍ପରା ରହିଛି। ସେହିପରି ନୁଆଁଖାଇ ପର୍ବରେ କାହିଁ କେତେ ଦିନ ରୁ ହୋଇ ଆସୁଛି ବୃକ୍ଷ ଉପାସନା। ଗଛର ପତ୍ର ମାଧ୍ୟମରେ ବର୍ଷର ପହିଲି ଶସ୍ୟକୁ ଇଷ୍ଟ ଦେବାଦେବୀଙ୍କ ପାଖରେ ସମର୍ପଣ କରି ପରେ ନିଜେ ଗ୍ରହଣ କରିବା ପରମ୍ପରା ଆଧୁନିକତା ର ଛାପରେ ଆଜିବି ମଳିନ ପଡିନାହିଁ। ନୂଆଁଖାଇ ପରି ଏହି ଲୋକ ପର୍ବରେ ପ୍ରକୃତିର ଉପାସନା ସାଙ୍ଗକୁ ବିଭିନ୍ନ ପ୍ରକାର ପତ୍ରର ବ୍ୟବହାର ବିଭିନ୍ନତା ଭିତରେ ଏକତା ଆଣିଥାଏ ସମାଜରେ ।


ଅଧିକ ପଢନ୍ତୁ: Court summons Jacqueline Fernandez : ଠକ ଜାଲରେ ପଡ଼ିଗଲେ ହିରୋଇନ, ଯିବେ ଜେଲ


ଅଧିକ ପଢନ୍ତୁ: ମାଡ଼ି ଆସୁଛି ଚଳିତ ବର୍ଷର ଶକ୍ତିଶାଳୀ ବାତ୍ୟା, ଘଣ୍ଟାପ୍ରତି ବେଗ ରହିଛି ୧୬୦


ଅଧିକ ପଢନ୍ତୁ: Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଦଳ ବିରୋଧରେ ମତ ଦେଲେ ମନ