Storm Alert 2022: ମାଡ଼ି ଆସୁଛି ଚଳିତ ବର୍ଷର ଶକ୍ତିଶାଳୀ ବାତ୍ୟା, ଘଣ୍ଟାପ୍ରତି ବେଗ ରହିଛି ୧୬୦ କିମି
Advertisement
Article Detail0/zeeodisha/odisha1328551

Storm Alert 2022: ମାଡ଼ି ଆସୁଛି ଚଳିତ ବର୍ଷର ଶକ୍ତିଶାଳୀ ବାତ୍ୟା, ଘଣ୍ଟାପ୍ରତି ବେଗ ରହିଛି ୧୬୦ କିମି

Strongest Storm of 2022: ଆମେରିକୀୟ ଯୁଗ୍ମ ବାତ୍ୟା ଚେତାବନୀ କେନ୍ଦ୍ର ଅନୁଯାୟୀ ମହାବାତ୍ୟା ହିନାମନୋର ବର୍ତ୍ତମାନ ଘଣ୍ଟା ପ୍ରତି ୧୬୦ ମାଇଲ୍ ଅର୍ଥାତ ୨୫୭ କିଲୋମିଟର ବେଗରେ ଗତି କରୁଛି। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି  ୧୯୫ ମାଇଲ ଅର୍ଥାତ ୩୧୩ କିଲୋମିଟର ରେକର୍ଡ କରାଯାଇଛି।  

Storm Alert 2022: ମାଡ଼ି ଆସୁଛି ଚଳିତ ବର୍ଷର ଶକ୍ତିଶାଳୀ ବାତ୍ୟା, ଘଣ୍ଟାପ୍ରତି ବେଗ ରହିଛି ୧୬୦ କିମି

Strongest Storm of 2022: ଗ୍ରୀଷ୍ମ ପ୍ରବାହ ଏବଂ ମରୁଡ଼ି ପରେ ଏବେ ଜାପାନ ଏବଂ ଚୀନ ପାଇଁ ମାଡ଼ି ଆସୁଛି ଆଉ ଏକ ବଡ ବିପଦ। ଚଳିତ ବର୍ଷ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଝଡ଼ ଏହି ଦୁଇ ଦେଶର ଚିନ୍ତା ବଢାଇ ଦେଇଛି। ପୂର୍ବ ଚୀନ ସାଗରରେ ଅବସ୍ଥିତ  ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜ ଲାଗି ବିପଦ ସୃଷ୍ଟି କରିଛି ଏହି ଝଡ଼। ଆମେରିକୀୟ ଯୁଗ୍ମ ବାତ୍ୟା ଚେତାବନୀ କେନ୍ଦ୍ର ଅନୁଯାୟୀ ମହାବାତ୍ୟା ହିନାମନୋର ବର୍ତ୍ତମାନ ଘଣ୍ଟା ପ୍ରତି ୧୬୦ ମାଇଲ୍ ଅର୍ଥାତ ୨୫୭ କିଲୋମିଟର ବେଗରେ ଗତି କରୁଛି। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି  ୧୯୫ ମାଇଲ ଅର୍ଥାତ ୩୧୩ କିଲୋମିଟର ରେକର୍ଡ କରାଯାଇଛି।  ଏହି ମହାବାତ୍ୟା କାରଣରୁ ସାମୁଦ୍ରିକ ତରଙ୍ଗର ଉଚ୍ଚତା ସର୍ବାଧିକ ୫୦ ଫୁଟ ଅର୍ଥାତ ୧୫ ମିଟର ପର୍ଯ୍ୟନ୍ତ ହେବା ନେଇ ରେକର୍ଡ କରାଯାଇଛି।

ଏନେଇ ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର (Japan Meteorological Agency) ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଏହି ଝଡ଼ର ଗତି ଆଧାରରେ ହିନାମନୋର (Hinmanor Typhoon) ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ (Sea Storm) ହେବ। ଅନ୍ୟପଟେ ହଂକଂ ଅବଜରଭେଟୋରୀ କହିଛି ଯେ ଏହି ଘୂର୍ଣ୍ଣିବଳୟ (Hurricane) ଜାପାନସ୍ଥିତି ଓକିନାୱା (Japan Okinawa Island) ଠାରୁ ପ୍ରାୟ ୨୩୦ କିଲୋମିଟର ପୂର୍ବରେ ସକାଳ ଦଶଟା ସମୟରେ କେନ୍ଦ୍ରୀଭୂତ ହୋଇଥିଲା। ବର୍ତ୍ତମାନ ଏହି ଝଡ଼ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ରୟୁକୁ ଦ୍ୱୀପ (Japan Ryukyu Islands) ଆଡକୁ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ବଢୁଥିବାର ପୂର୍ବାନୁମାନ କରାଯାଉଛି।

ଆମେରିକୀୟ ଯୁଗ୍ମ ବାତ୍ୟା ଚେତାବନୀ କେନ୍ଦ୍ର (American oint Typhoon Warning Center) ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦିନରେ ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଏହାର କିଛି ଶକ୍ତି ହରାଇବ। କଲରାଡୋ ଷ୍ଟେଟ ୟୁନିଭରସିଟିର ପାଣିପାଗ ବିଜ୍ଞାନ ପୂର୍ବାନୁମାନ ମୁଖ୍ୟ ଲେଖକ ଫିଲ୍ କ୍ଲୋଟଜବାକ୍ କହିଛନ୍ତି ଯେ ଆମେ ସମୁଦ୍ର ରେକର୍ଡ ଉପରେ ବିସ୍ତୃତ ଭାବରେ ନଜର ରଖିଛୁ। ସାତ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କେବଳ ୨ ଥର ଅଗଷ୍ଟରେ ଏପରି ଝଡ଼ ସୃଷ୍ଟି ହୋଇଛି। ପ୍ରଥମ ଝଡ଼ ୧୯୬୧ ଏବଂ ଦ୍ୱିତୀୟ ଝଡ଼ ୧୯୯୭ ମସିହାରେ ହୋଇଥିଲା। ହେଲେ ସେତେବେଳେ ଏହି ଝଡ଼ ଚଳିତ ବର୍ଷର ଆସିଥିବା ଝଡ଼ ଭଳି ସକ୍ରିୟ ନଥିଲେ। 

ସମୁଦ୍ରରେ ସୃଷ୍ଟି ହୋଇ ଉପକୂଳ ଆଡ଼କୁ ମୁହାଁଉଥିବା ଏହି ସାମୁଦ୍ରିକ ଝଡ଼ର ନାମକରଣ କିପରି କରାଯାଏ? ପ୍ରତ୍ୟେକ ବାତ୍ୟାର ପୃଥକ ନାମକରଣ କରାଯାଇଥାଏ। ସାମୁଦ୍ରିକ ଝଡ଼ର ନାମକରଣ କରିବା ଦାୟିତ୍ୱ ୧୩ ଗୋଟି ଦେଶଙ୍କ ପାଖରେ ରହିଛି। ଏକ ବ୍ୟବସ୍ଥିତ ପ୍ରକ୍ରିୟା ମାଧ୍ୟମରେ ବାତ୍ୟାର ନାମକରଣ କରାଯାଇଥାଏ। ବିଶ୍ୱ ପାଣିପାଗ ବିଭାଗ ସଙ୍ଗଠନ (World Meteorological Organization) ଅଧୀନରେ ବିଶ୍ୱରେ ଅବସ୍ଥିତ ଚେତାବନୀ କେନ୍ଦ୍ର ପକ୍ଷରୁ ବାତ୍ୟାର ନାମକରଣ କରାଯାଇଥାଏ। ଯେଉଁ ଦେଶରେ ଘୂର୍ଣ୍ଣିବଳୟ ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଥାଏ ସେହି ଦେଶ ବାତ୍ୟାର ନାମକରଣ କରିଥାଏ। 

ସାମୁଦ୍ରିକ ଝଡ଼ର ନାମକରଣ କରିବା ଦାୟିତ୍ୱରେ ରହିଥିବା ଦେଶ ହେଉଛନ୍ତି ଭାରତ, ବାଂଲାଦେଶ, ପାକିସ୍ଥାନ, ମିଆଁମାର, ଓମାନ, ଇରାନ, ମାଲଦ୍ୱୀପ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସାଉଦି ଆରବ, କାତାର, ୟମେନ, ସଂଯୁକ୍ତ ଆରବ ଅମିରାତ। ଏହି ଦେଶ ସେମାନଙ୍କ ପାଳି ଅନୁସାରେ ବାତ୍ୟାର ନାମକରଣ କରିଥାନ୍ତି। ବର୍ଣ୍ଣମାଳା ଅନୁଯାୟୀ ଏହି ଦେଶଙ୍କୁ ବାତ୍ୟାର ନାମକରଣ କରିବା ପାଇଁ ସୁଯୋଗ ମିଳିଥାଏ।