Kalinga Nagar Massacre: ବହୁ ଚର୍ଚ୍ଚିତ ଯାଜପୁର କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣା(Kalinga Nagar firing)। ଏହାରି ଭିତରେ  କଳିଙ୍ଗନଗର ଗୁଳିକାଣ୍ତ ଘଟଣାକୁ ୧୭ ବର୍ଷ ପୁରୁଛି । ୧୭ ବର୍ଷ ପୂର୍ତ୍ତି ଅବସରରେ  ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନ ମଞ୍ଚ (Visthapan Virodhi Jan Manch ) ଶହୀଦ ସ୍ମୃତି ସମାବେଶ ପାଳନ କରିଛି । ଚଳିତ ଥର  ବିରୋଧି ଜନମଞ୍ଚ ସହିତ  ବିସ୍ଥାପିତ ଉନ୍ନୟନ ପରିଷଦ ଏଥର ସାମିଲ ହୋଇଛି ।  ଏହି ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଗୁଳିକାଣ୍ତ ଘଟିଥିବା ସ୍ଥାନ ଚମ୍ପାକୋଇଲିରୁ ବାହାରି କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରିବା ପରେ ଆମ୍ବଗାଡିଆ ସ୍ଥିତ ବୀରଭୂମି ପଡିଆରେ ପହଞ୍ଚିଥିଲା। 


COMMERCIAL BREAK
SCROLL TO CONTINUE READING


ସେଠାରେ ହଜାର ହଜାର ସ୍ଥାନୀୟ ଜନତା,ଆଦିବାସୀ ନେତା ଓ ବିସ୍ଥାପିତ ମଞ୍ଚର ସଦସ୍ୟ ମୃତକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶୋଭାଯାତ୍ରା କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରି ମୃତକଙ୍କ ସଂସ୍କାର ହୋଇଥିବା ବୀରଭୂମି ପଡିଆରେ ପହଞ୍ଚିଥିଲା।  ସେଠାରେ ଥିବା ଗଣ ସମାଧିସ୍ଥଳରେ  ବିସ୍ଥାପନ ବିରୋଧି ଓ ସପକ୍ଷବାଦୀ ଲାଲ ସଲାମ ଜଣାଇଥିଲେ। ଆଦିବାସୀ ନେତାମାନେ ପତାକା ଉତ୍ତୋଳନ କରିବା ପରେ  ଏକ ସ୍ମୃତି ସମାବେଶର ଆୟୋଜନ କରାଯାଇଥିଲା।  ଯେଉଁଠାରେ ସେହି ୧୭ ବର୍ଷ ତଳର ଘଟଣାକୁ ମନେପକାଇ ଏବଂ ସରକାରଙ୍କ ଉପରେ ବର୍ଷିଥିଲେ ସପକ୍ଷବାଦୀ  ଓ ଆଦିବାସୀ ନେତା ।


ଏହି ଘଟଣାରେ ନ୍ୟାୟିତ ତଦନ୍ତରେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ  ବିସ୍ଥାପିତ ମଞ୍ଚର କର୍ମକର୍ତ୍ତା । ସେପଟେ କୌଣସି ଅପ୍ରିତିକର ପରିସ୍ଥିତି ହଟାଇବା ପାଇଁ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । 


 ଏହାବି ପଢନ୍ତୁ : Odisha News: ଓଡିଶାରେ ପୁଣି ଆଖି ବୁଜିଲେ ଜଣେ ରୁଷୀୟ ନାଗରିକ, ମୃତ୍ୟୁର କାରଣ ଅସ୍ପଷ୍ଟ


ଏହାବି ପଢନ୍ତୁ : Flight Service: ବିମାନ ସେବା ଯୋଗେ ଯୋଡ଼ି ହେବ ରାଜଧାନୀ-ଇସ୍ପାତ ନଗରୀ, ଆରମ୍ଭ ହେଲା ପରୀକ୍ଷାମୂଳକ ଉଡାଣ


ଏହାବି ପଢନ୍ତୁ : Srimandir New Opening Timing: ନୂଆବର୍ଷରେ ନୂଆ ନିୟମ, ଜାଣନ୍ତୁ କେତେବେଳେ କରିପାରିବେ ଦର୍ଶନ


ସୂଚନା ଅନୁସାରେ, ୨୦୦୬  ମସିହା ଜାନୁଆରୀ ୨ ତାରିଖରେ ଏହି ଗୁଳିକାଣ୍ତ ଘଟିଥିଲା। ଟାଟା କମ୍ପାନୀ  ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଥିଲା । ପରେ ସ୍ଥାନୀୟ ଆଦିବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ତେବେ ଏହି ବିକ୍ଷୋଭ ସମୟରେ ପୋଲିସ ଗୁଳିରେ ୧୨ ଜଣ ଆନ୍ଦୋଳନରତ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ବିକ୍ଷୋଭକାରୀଙ୍କ ପାଲଟା ଜବାବରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଶହୀଦ ହୋଇଥିଲେ । ତେବେ,ଏହି ଘଟଣାକୁ ୧୭ ବର୍ଷ ବିତିଛି ସତ ହେଲେ ଆଜିବି ସେହି କଳାଦିନକୁ ଭୁଲି ନାହାଁନ୍ତି ସେଠାକାର ଆଦିବାସୀ । ଆଜିବି ନ୍ୟାୟ ପାଇଁ ଛଟପଟ ହେଉଛନ୍ତି ପୀଡିତଙ୍କ ପରିବାର। 


ଏହାବି ପଢନ୍ତୁ : Odisha: ଚାକିରିରୁ ବିଦା ହେଲେ ୧୦ କନିଷ୍ଠ ଶିକ୍ଷକ, ଜାଣନ୍ତୁ କାରଣ...