କେନ୍ଦ୍ରାପଡ଼ା: ସ୍ଥାନୀୟ ଏକ ନର୍ସିଂହୋମ୍‌ରେ ଜନ୍ମ ନେଲା ଏକ ଅଦ୍ଭୁତ ଶିଶୁକନ୍ୟା। ଶିଶୁଟିର ୨ଟି ମୁଣ୍ଡ, ୪ଟି ଆଖି, ୩ଟି ହାତ ସହ ୨ଟି ଗୋଡ଼ ଅଛି। ରାଜନଗର ବ୍ଲକ କଣିଗାଁର ମହିଳା ଅମ୍ବିକା ପରିଡ଼ା ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତକର ଦେହ ଅସୁସ୍ଥ ଥିବାକୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଆଜି ସକାଳେ କେନ୍ଦ୍ରାପଡା (Kendrapara) ର ନରସିଂହୋମରେ ଗୋଟିଏ ଅଦ୍ଭୁତ ଶିଶୁ କନ୍ଯା (Rare Girl child) ଜନ୍ମ ନେଇଛି। ଦୁଇଟି ମୁଣ୍ଡ ଓ ତିନୋଟି ହାତ ଥିବା ଏହି ଶିଶୁ କୁ ଜନ୍ମ ଦେଇଛନ୍ତି ରାଜନଗର ଅଞ୍ଚଳ କଣି ଗ୍ରାମର ଅମ୍ବିକା ପରିଡା। ଏହି ବିରଳ ଶିଶୁକୁ ଜନ୍ମ ଦେବାପରେ ଶିଶୁର ଦେହ ଅସୁସ୍ଥ ହୋଇପଡିବାରୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର SNCUରେ ଚିକିତ୍ସା କରାଯାଉଥିଲା। ତେବେ ଅଧିକ ଚିକିତ୍ସା ପାଇଁ କଟକ (SCB) ସ୍ଥାନାନ୍ତରୀତ କରାଯାଇଥିବା ସୂଚନା ମିଳିଛି। 


Also Read: ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ଚପଲ ମାଡ଼ !


ଏହା ଉମାକାନ୍ତ ପରିଡା ଓ ଅମ୍ବିକା ପରିଡାଙ୍କ ଦ୍ଵିତୀୟ ସନ୍ତାନ। ତିନୋଟି ହାତ ମଧ୍ୟରୁ ଗୋଟିଓ ଶିଶୁଟିର ପିଠି ପଟକୁ ରହିଛି। ତେବେ ଉମାକାନ୍ତ ପରିଡା ଆର୍ଥିକ ଅବସ୍ଥା ସ୍ବଚ୍ଛ ନାହିଁ। ତେଣୁ ଶିଶୁଟିର (New born) ଚିକିତ୍ସା ପାଇଁ ଅମ୍ବିକା ପରିଡାଙ୍କ ପରିବାର ଲୋକେ ସରକାରୀ ସହାୟତା (Govt assitance) ଲୋଡିଛନ୍ତି। 


ଗତ ମାର୍ଚ୍ଚ ୨୨ ତାରିଖରେ କୋରାପୁଟସ୍ଥିତ (Koraput) ଶହୀଦ ଲକ୍ଷ୍ମଣ ମେଡିକାଲ କଲେଜରେ ଠିକ ଏହି ଭଳି ଦୁଇ ମୁଣ୍ଡିଆ ଶିଶୁ ଜନ୍ମ ନେଇଥିଲା। ପଟାଙ୍ଗୀ ବ୍ଲକ ‌କୋଟିଆ ଅଞ୍ଚଳର ଜଣେ ମହିଳା ସେହି ଅଦ୍ଭୁତ ଶିଶୁ ଜନ୍ମ ଦେଇଥିଲେ। ଶିଶୁଟିର ୨ଟି ମୁଣ୍ଡ ଓ ୨ଟି ଛାତି ଥିଲା।