ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ଚପଲ ମାଡ଼ !
Advertisement
Article Detail0/zeeodisha/odisha881460

ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ଚପଲ ମାଡ଼ !

ବିଚ ରାସ୍ତାରେ ଟଣା ଓଟରା, କାମୁଡା କାମୁଡି, ଗାଳିଗୁଲଜ, ପାଟିତୁଣ୍ଡ ଆଉ ପୁଣି ଚିତ୍କାର, ଏଭଳି କିଛି ଦୃଶ୍ୟ ଶୁକ୍ରବାର ପୁର୍ବାହ୍ଣରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା। ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ଏପରି କି ସେ ତାଙ୍କ ଅଧ୍ୟାପକ ସ୍ୱାମୀଙ୍କୁ ଚପଲରେ ପିଟିବା ସହ ସାର୍ଟକୁ ମଧ୍ୟ ଚିକ

 ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ଚପଲ ମାଡ଼ !

ସମ୍ବଲପୁର: ବିଚ ରାସ୍ତାରେ ଟଣା ଓଟରା, କାମୁଡା କାମୁଡି, ଗାଳିଗୁଲଜ, ପାଟିତୁଣ୍ଡ ଆଉ ପୁଣି ଚିତ୍କାର, ଏଭଳି କିଛି ଦୃଶ୍ୟ ଶୁକ୍ରବାର ପୁର୍ବାହ୍ଣରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା। ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ଏପରି କି ସେ ତାଙ୍କ ଅଧ୍ୟାପକ ସ୍ୱାମୀଙ୍କୁ ଚପଲରେ ପିଟିବା ସହ ସାର୍ଟକୁ ମଧ୍ୟ ଚିକି ଦେଇଛନ୍ତି। ତେବେ ଏହି ସବୁ କାଣ୍ଡ ପରକୀୟା ପ୍ରୀତି ପାଇଁ ଘଟିଥିବା ଅଭିଯୋଗ ହୋଇଛି।

ହୀରାକୁଦ ଥାନା ଅନ୍ତର୍ଗତ VSS କଲୋନୀର ପ୍ରାଚୀପଦ୍ମା ପଣ୍ଡା ନାମକ ଜଣେ ମହିଳା ଆଜି ହଠାତ ସମ୍ବଲପୁର (Sambalpur) ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପାଟିକାରି ଜଣେ ପୁରୁଷଙ୍କୁ ଚପଲରେ ବାଡେଇବା ଆରମ୍ଭ କରିଥିଲେ। ପୁରୁଷ ଜଣଙ୍କ ଅନ୍ୟ କେହି ନୁହଁ ସେ ହେଉଛନ୍ତି ପ୍ରାଚୀଙ୍କ ସ୍ୱାମୀ ତଥା ସମ୍ବଲପୁର ହୀରାକୁଦ କଲେଜର (Hirakud College) ରାଜନୀତି ବିଜ୍ଞାନର ଅଧ୍ୟାପକ ଅକ୍ଷୟ କୁମାର ସୁତାର। ପରକୀୟା ପ୍ରୀତି ଅଭିଯୋଗରେ ପ୍ରାଚୀ ତାଙ୍କୁ ନିସ୍ତୁକ ମାଡମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଆଉ ଏହି ଦମ୍ପତିଙ୍କ ମହାନାଟକ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ 'ଛାତ୍ର ବନାମ ଛାତ୍ର' ଲଢେଇ

ପ୍ରାଚୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ୨୦୦୬ ମସିହାରେ ତାଙ୍କୁ ବୈଦିକ ରୀତିରେ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇନାହାନ୍ତି। ବିବାହ ପରେ ଘର ଲୋକଙ୍କ ସହ ମିଶି ଅଧ୍ୟାପକ ଅକ୍ଷୟ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିଲେ। ଟ୍ୟୁସନ ବାହାନାରେ ଅକ୍ଷୟଙ୍କ ଅନ୍ୟ ମହିଳାଙ୍କ ସହ ବି ଅନୈତିକ ସମ୍ପର୍କ ରଖୁଛନ୍ତି। ଫଳରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା। କିଛିଦିନ ହେଲାଣି ଅକ୍ଷୟ ତାଙ୍କ ଘରକୁ ଯାଉନଥିଲେ। ଆଉ ଆଜି ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପାଇ ପ୍ରାଚୀ ନିଜର ଉଗ୍ରରୂପ ଦେଖାଇଛନ୍ତି।

fallback

ସେପଟେ ଅଧ୍ୟାପକ ଅକ୍ଷୟ ସୁତାର ନିଜ ପତ୍ନୀ ପ୍ରାଚୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅକ୍ଷୟ କହିଛନ୍ତି ମହିଳା ଜଣକ ମତେ ଫସାଇ ବିବାହ ହୋଇଛନ୍ତି। ମୁଁ ତାଙ୍କୁ ଘରେ ରଖିଲି ହେଲେ ସେ ଆଉ ଜଣେ ପୁରୁଷ ସହ ଅନୈତିକ ସମ୍ପର୍କ (Extra marital affair) ରେ ରହିଥିଲେ। ବାରମ୍ବାର ମନା କରିବା ପରେ ମଧ୍ୟ ସେ ମାନିନଥିଲେ। ଆଉ ସେ ଛାଡପତ୍ର ପାଇଁ ଆବେଦନ କରିଥିବା ମାମଲା ଏବେ କୋର୍ଟରେ ଅଛି ବୋଲି ଅକ୍ଷୟ କହିଛନ୍ତି। 

Also Read: କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା

ଅନ୍ୟପଟେ ସେମାନଙ୍କ ଗୋଟିଏ ଝିଅ ଥିବା ପ୍ରାଚୀ କହିଛନ୍ତି। ତେବେ ଅକ୍ଷୟ ସେମାନଙ୍କ ଭରୋଣପୋଷଣ କିମ୍ବା ଝିଅର ପାଠ ପଢା ପାଇଁ ଟଙ୍କା ଦେଉନଥିବା ବି ସେ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସ୍ୱାମୀ ସ୍ତ୍ରୀଙ୍କ ହାଇଡ୍ରାମା ଏତେ ବଢି ଯାଇଥିଲା ଯେ ଶେଷରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଥାନାକୁ ନେବାକୁ ପଡିଥିଲା। ସେପଟେ ସ୍ୱାମୀଙ୍କୁ ହତ୍ୟା କରିବାକୁ ପ୍ରାଚୀ ଧମକ ଦେଉଛନ୍ତି। ଜଣେ ପଞ୍ଜାବୀଙ୍କ ସହ ପ୍ରାଚୀଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଥିବା ବେଳେ ପ୍ରାଚୀଙ୍କ ହାତରେ ଶିଖ ଧର୍ମର ପ୍ରତୀକ 'ଖାଣ୍ଡା'ର ଟାଟୁ ଦେଖିବାକୁ ମିଳୁଛି। ଯାହା ସନ୍ଦେହକୁ ଆହୁରି ଦୃଢିଭୁତ କରୁଛି।