ଭଦ୍ରକ: ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷତ୍ରରେ ବ୍ୟପକ ପରିବର୍ତ୍ତନ ର ଡିଣ୍ଡିମ ପିଟୁଛନ୍ତି ସତ, କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳତ ଦୂରର କଥା ସହରାଞ୍ଚଳରେ ପରିସ୍ଥିତି ଏମିତି ଯାହା ଆଖିରେ ନଦେଖିଲେ ବିଶ୍ୱାସ ହବନାହିଁ। କୌଣସି କାରଣରୁ ବିଦ୍ୟୁତ ଚାଲିଗରେ ମୋବାଇଲରେ ଚିକିତ୍ସା କରିବାକୁ ଡାକ୍ତର ସାହାରା ନେଉଛନ୍ତି। ଆଉ ଏପରି ଚିକିତ୍ସା ବେଳେ ଦୁଇ ଜଣ ଦୁର୍ଘଟଣା ଶିକାର ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ଏହା ମାଲକାନଗିରି କି ନଗଡା ଭଳି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

କାଳବୈଶାଖୀ ଯୋଗୁଁ ବିଦ୍ୟୁତ ନଥିବାରୁ ମଙ୍ଗଳବାର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୁରା ଅନ୍ଧାର ହୋଇଯାଇଥିଲା। ଆଉ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ହିଁ ଏକମାତ୍ର ଜୀବନ ବଞ୍ଚାଇବାକୁ ଡାକ୍ତରର ସାହାରା ପାଲଟିଥିଲା। ମେଡିକାଲରେ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବିଦ୍ୟୁତ ଚାଲିଯାଇଥିଲା, ରାତି ୯ଟା ପର୍ଯ୍ୟନ୍ତ ଆଲୁଅର ଦେଖାନଥିଲା। ଗର୍ଭବତୀଙ୍କ ଠାରୁ ପ୍ରସୂତି ମହିଳା ସମସ୍ତେ ଗରମରେ ଆଉଟୁପାଉଟୁ ହେଉଥିଲେ। ସେ ମହିଳା ହେଉ କି ପୁରୁଷ ୱାର୍ଡ ସବୁଥିରେ ୨୦ରୁ ଊର୍ଦ୍ଧ୍ୱ ରୋଗୀ ଆଡିମିଶନ ହୋଇ ଅଛନ୍ତି। କିନ୍ତୁ ବିଜୁଳି ନଥିଲେ ହସ୍ପିଟାଲରେ ସମସ୍ତଙ୍କୁ ହିନସ୍ତା ହେବାକୁ ପଡୁଛି। 


ମଙ୍ଗଳବାର ସନ୍ଧ୍ୟାରେ ୨ ଜଣ ଯୁବକ ସଡକ ଦୁର୍ଘଟଣାରେ ଗୁରୁତ୍ୱର ହୋଇ ଚାନ୍ଦବାଲି  ମେଡିକାଲକୁ ଆସିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୋବାଇଲ ଲାଇଟିରେ ଚିକିତ୍ସା କରୁ କରୁ ମୃତ୍ୟୁ ଘୋଷଣା କରିଥିଲେ। ମେଡିକାରେ ଇନଭେଟର ଓ ଏକ ବଡ ଡିଜି ଅଛି, ହେଲେ ସେଗୁ଼ଡିକ ଖରାପ ହୋଇ ପଡିଛି। ଫଳରେ ରୋଗୀ ନାହିଁ ନଥିବା ଅସୁବିଧାରେ ସମୁଖୀନ ହୋଇଛନ୍ତି। ମୋବାଇଲ ଲାଇଟିରେ ଗୁରୁତର ରୋଗୀଙ୍କୁ ଚିକିତ୍ସାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ତୀବ୍ର ପ୍ରତିକିୟା ପ୍ରକାଶ କରିଛନ୍ତି। 


Also Read: ଚର୍ଚ୍ଚାରେ ଅବସରପ୍ରାପ୍ତ ହେଡ୍ ମାଷ୍ଟର; ବରିଷ୍ଠ ନାଗରିକଙ୍କ ପାଇଁ ତିଆରି କଲେ...


ଅନ୍ୟପଟରେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, 'ଯେମିତି ହେଲେ ଚିକିତ୍ସା ଚାଲିଛି, ହସ୍ପିଟାଲରେ କାହିଁକି ବିଦ୍ୟୁତ ନାହିଁ ସେକଥା ମେଡ଼ିକାଲ ଇନଚାର୍ଜ କହିପାରେବେ।' ମେଡ଼ିକାଲ ଇନଚାର୍ଜଙ୍କ କହିବା କଥା ହେଲା, ଇନଭେଟର ଓ ଡିଜି ଖରାପ ହେବାର ୬ ମାସ ବିତିଗଲାଣି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣେଇଥିଲୁ, ହେଲେ କିଛି ସମାଧାନ ହେଲାନି। ଏଠି ପ୍ରଶ୍ନ ଉଠୁଛି, ଡାକ୍ତର କହୁଛନ୍ତି ମେଡ଼ିକାଲ ଇନଚାର୍ଜଙ୍କୁ ପଚାର.. ମେଡ଼ିକାଲ ଇନଚାର୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାୟୀ କରୁଛନ୍ତି.. ତେବେ ପ୍ରକୃତରେ ଏଥିପାଇଁ ଦାୟୀ କିଏ? ଯାହା ପାଇଁ ଦୁଇ ଦୁଇଟି ଜୀବନ ଯାଇଛି। 



କେବଳ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୁହେଁ ଧାମନଗର, ଭଣ୍ଡାରିପୋଖରୀ, ବନ୍ତ, ତିହିଡି ଭଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। କିନ୍ତୁ କାହିଁକି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି? ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନ ନଲେ ଆଗାମୀ ଦିନରେ ଏଭଳି ନିରିହ ଜୀବନ କେତେ ଯିବ ତାହା କହି ହେବନାହିଁ।