Advertisement
photoDetails0hindi

ଚର୍ଚ୍ଚାରେ ଅବସରପ୍ରାପ୍ତ ହେଡ୍ ମାଷ୍ଟର; ବରିଷ୍ଠ ନାଗରିକଙ୍କ ପାଇଁ ତିଆରି କଲେ 'ଜଗିଂ ଟ୍ରାଇ ସାଇକେଲ'

ଆପଣ ତିନି ଚକିଆ ସ୍କୁଟି,ରିକ୍ସା ହେଉ ଅବା ଟେମ୍ପୁ ଦେଖିଥିବେ ହେଲେ ୩ ଚକିଆ ସାଇକେଲ ଦେଖିନଥିବେ । ଆଉ ଏ ସାଇକେଲ ର ନାମ ରହିଛି ଜଗିଙ୍ଗ ଟ୍ରାଇ ସାଇକେଲ ଫର୍ ସିନିୟର୍ ସିଟିଜେନ୍। ଆଉ ଏ ସାଇକେଲକୁ ବୌଦ୍ଧ ରାଜନପାଲିର ଅବସରପ୍ରାପ୍ତ ଶିକ୍ଷକ ଓଁକାର ପ୍ରଧାନ ତିଆରି କରିଛନ୍ତି । 

1/5

ବିନା ପେଡ଼ାଲରେ ସାଇକେଲ ଚାଲେ ନାହିଁ। ପ୍ରତ୍ୟେକ ସାଇକେଲକୁ ଗଡାଇବାକୁ ହେଲେ ପେଡାଲ ମାଡ଼ିବାକୁ ପଡ଼ିବ । ହେଲେ ଏମିତି ଏକ ସାଇକେଲ ଅଛି, ଯେଉଁଥିଲେ ଫୁଲ ନୁହେଁ ସବୁବେଳେ ହାଫ୍ ପେଡ଼ାଲିଂ କରିବାକୁ ପଡିବ । ଆଉ ଏହା ଆପଣକୁ ସାଇକେଲ ନୁହଁ ବରଂ ଜଗିଂର ଅନୁଭୁତି ଦେବ । ସ୍ୱାସ୍ଥ୍ୟ ପାଇଁ ଯେମିତି ବ୍ୟାୟାମ ଆବଶ୍ୟକ ସେମିତି ବ୍ୟାୟାମ ଭିତରେ ଜଙ୍ଗିଂ ଏକ ପ୍ରମୁଖ ବ୍ୟାୟାମ । 

 

2/5

ଆପଣଙ୍କ ବୟସ ହେଇଗଲାଣି, ସାଇକେଲ ଚଳାଇବା ପାଇଁ ବଳ ପାଉନି, ପଡିଯିବାର ଭୟ ଅଛି କି? ଏପରି ସ୍ଥଳରେ ପ୍ରତିଦିନ ବ୍ୟାୟାମ କରନ୍ତୁ ବୋଲି ଡାକ୍ତର କୁହନ୍ତି କିଛି । ହେଲେ ଏ ବୟସରେ ବ୍ୟାୟାମ କରିବା ବି ଅସମ୍ଭବ। କଣ କରିବେ ? ଏମିତି ଏକ ସାଇକେଲ ଆସନ୍ତାନି, ଯେଉଁଥିରେ ପଡ଼ିବାର ଭୟ ନ ଥିବା ଆଉ ଜଗିଂ ଭଳି ବ୍ୟାୟାମ ବି କରିହେବ । କଣ ବୟସ୍କ ପାଇଁ ଏଭଳି ସାଇକେଲ କିଏ ତିଆରି କରିବ? କାହିଁକି ତିଆରି କରିବ? ଏମିତି ଭାବୁ ଭାବୁ ଘର ଅଗଣାରେ ଥିବା ପୁରୁଣା ସାଇକେଲ ଉପରେ ନଜର ପଡିଗଲା । ଆଉ ତାକୁ ନେଇ ଆରମ୍ଭ କଲେ ନୂତନ ସାଇକେଲ ତିଆରି ପାଇଁ ଅଭିଯାନ ।

3/5

ଦୀର୍ଘ ୬ ମାସର ଅକ୍ଲାନ୍ତ ପରିଶ୍ରମ ପରେ ମାତ୍ର ୫ ହଜାର ଟଙ୍କା ଖର୍ଚ୍ଚରେ ତିଆରି ହେଲା ଜଗିଂ ଟ୍ରାଇ ସାଇକେଲ ଫର୍ ସିନିୟର୍ ସିଟିଜେନ । ଏଥିରେ ତିନୋଟି ଚକ ରହିବା ସହିତ ପଛରେ ବସିବା ହେଉ କି କୌଣସି ଜିନିଷ ରଖିବା ପାଇଁ କ୍ୟାରିଆଲ ରହିଛି । ତାଛଡା ଏଥିରେ ଚକ, କ୍ରାଙ୍କ, ଚେନ୍, ପେଡାଲ, ଫ୍ରିହ୍ୱିଲ, ହବ ଭଳି ଆନୁଷଙ୍ଗିକ ଜିନିଷକୁ ବ୍ୟବହାର କରି ସାଇକେଲ ତିଆରି କରିଛନ୍ତି । ଏହି ସାଇକେଲରେ ଜଗିଂ କରି ଆପଣ ସାଇକେଲ ଚଳାଇ ପାରିବେ। ସାଇକେଲ

4/5

ଜଗିଂ ଟ୍ରାଇ ସାଇକେଲ ଫର୍ ସିନିୟର୍ ସିଟିଜେନରେ ତିନୋଟି ଚକ୍ ଲାଗିଥିବାରୁ ପଡ଼ିବାର ଭୟ ବି ନାହିଁ । ଏବେ ସାଇକେଲର ସମ୍ପୂର୍ଣ ରୂପ ରଙ୍ଗ ଦେଇ ପ୍ରତିଦିନ ବଜାରକୁ ଯାଇ ପନିପରିବା ଆଣିବା, ସାଙ୍ଗସାଥୀଙ୍କ ସହିତ ମିଶି ସାଇକେଲରେ ଫେରୁଛନ୍ତି । ଏକା ଥରକେ ଜଗିଂ ଭଳି ବ୍ୟାୟାମ ବି ହେଉଛି ଆଉ କିଛି ଦୂରକୁ ଯାଇ ହେଉଛି । ଏହି ଜଗିଂ ଟ୍ରାଇ ସାଇକେଲ ଫର୍ ସିନିୟର୍ ସିଟିଜେନକୁ ନେଇ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି ରାଜନପାଲିର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓଁକାର ପ୍ରଧାନ ।

5/5

୭୭ ବର୍ଷୀୟ ଓଁକାର ପ୍ରଧାନ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ସେ ଜିଲ୍ଲାର ବଢ଼ିଙ୍ଗା, କେଲାକଟା, ମର୍ଜାକୁଦ ଏବଂ ବଙ୍କପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵରେ ରହି ଅବସର ନେଇଥିଲେ । ପିଲାଟି ଦିନରୁ କିଛି ନୂଆ କରିବାର ଆଶା ସର୍ବଦା ମନରେ ଗୁଞ୍ଜରିତ କରୁଥିବାବେଳେ ଅବସର ପରେ ଏହି ସାଇକେଲ ତିଆରି କରିଥିବା କହିଛନ୍ତି । ଜଗିଂ ଟ୍ରାଇ ସାଇକେଲ ଫର୍ ସିନିୟର୍ ସିଟିଜେନ ବିଶେଷ କରି ବୟସ୍କଙ୍କ ପାଇଁ ଲାଭ ଦାୟକ ହେବ ବୋଲି ଓଁକାର କହିଛନ୍ତି ।