(ପୁରୀ,ସଞ୍ଜୟ ମହାପାତ୍ର) Puri News: ଶ୍ରୀମନ୍ଦିରରେ(Sri Mandir) ରହିଛି ଅନେକ ପରମ୍ପରା। ଏଥି ମଧ୍ୟରେ ଶାଢ଼ୀବନ୍ଧା ପରମ୍ପରା (Sharidbandha tradition)ଅନ୍ୟତମ (unique ritual in srimandir) । ବିଶେଷ କରି ସେବାୟତ ମାନେ ମହାପ୍ରଭୁଙ୍କ ନିକଟରେ ଶାଢୀ ବନ୍ଧାଇବା ପରେ ମହାପ୍ରଭୁଙ୍କ (Lord Jagannath)ସେବା ପୂଜା ପାଇଁ ପାଳିଆ ସେବକ ଭାବେ ପରିଗଣିତ ହୋଇଥାନ୍ତି । ଯାହାକି ଏକ ଅନନ୍ୟ ପରମ୍ପରା। ମହାପ୍ରଭୁଙ୍କ (Jagannath) ସେବାପୂଜା ପାଇଁ କିଛି ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଗଜପତି ମହାରାଜା ଶାଢୀ ବନ୍ଧାଇଥାନ୍ତି। ଅନ୍ୟ କୌଣସି ମନ୍ଦିରରେ ଏହି ପରମ୍ପରା ଦେଖିବାକୁ ମିଳି ନ ଥାଏ। ସେବକ କୂଳରେ ଜନ୍ମ ହୋଇଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସେବାୟତ ଶାଢୀ ନ ବାନ୍ଧିଲେ ମହାପ୍ରଭୁଙ୍କ ନିକଟରେ ସେବା ପୂଜା ପାଇଁ ପାଳି ଖଟି ପାରିବେ ନାହିଁ । କେଉଁ ଆବାହାମାନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। 


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ନିଜର ଶାଢୀ ବନ୍ଧେଇଛନ୍ତି। ଶ୍ରୀମନ୍ଦିରରେ (Jagannath Temple)ପାଟଯୋଶୀ ମହାପାତ୍ର ଏହି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆଙ୍କୁ ଶାଢୀ ବନ୍ଧେଇଛନ୍ତି। ଏବେ ଠାରୁ ସେ ମହାପ୍ରଭୁଙ୍କ ସେବା ପାଇଁ ପାଳିଆ ସେବାୟତ ଭାବେ ପରିଗଣିତ ହୋଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ଏହି ଶାଢୀ ବନ୍ଧା ଉତ୍ସବରେ ସାମିଲ ହୋଇଥିଲେ। ପରେ ମହାପ୍ରଭୁଙ୍କ ଫୁଲଆଣି ଘରେ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ। ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଏହି ଶାଢୀବନ୍ଧା ନିତି ଅନୁଷ୍ଠିତ ହୋଇଥିଲା। ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଆଜିଠାରୁ ମହାପ୍ରଭୁଙ୍କ ହଡ଼ପ ଓ ଗରାବଡୁ ସେବା କାର୍ଯ୍ୟ କରିବେ। ତେବେ ଶାଢୀ ବନ୍ଧାଇବା ପରେ ବେଶ୍ ଖୁସି ହୋଇଛନ୍ତି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ।



Also Read : Puri News: 'ନକଲି ମଇଲମ ସାମଗ୍ରୀ ଆସୁଥିବାରୁ ବଢୁଛି ମୂଷାଙ୍କ ପ୍ରାଦୁଭାବ'


Also Read : Kedarnath Yatra: କେଦାରନାଥ ଯାତ୍ରା ହେବ ଆହୁରି ସହଜ, ଜାଣନ୍ତୁ କେମିତି କରିବେ ହେଲିକପ୍ଟରରେ ଟିକେଟ୍ ବୁକିଂ?


ସେ ସେବକ କୂଳରେ ଜନ୍ମ ହୋଇ ବେଶ୍ ଗର୍ବିତ। ମହାପ୍ରଭୁଙ୍କ ସେବା ପାଇଁ ସେ ଏହି ଦିନକୁ ଅପେକ୍ଷା କରିଥଲେ ବୋଲି  କହିଛନ୍ତି। ତେବେ ଶ୍ରୀମନ୍ଦିରରେ ଶାଢୀ ବନ୍ଧା ସେବକ ଥିବା ବେଳେ ଅନେକ ଶାଢ଼ୀ ବନ୍ଧା ହୋଇନଥିବା ସେବକ ମଧ୍ୟ ରହିଛନ୍ତି। ତେବେ ବଡ କଥା ହେଉଚି ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କେବଳ ଶାଢୀ ବନ୍ଧେଇ ଥିବା ସେବକ ଶ୍ରୀମନ୍ଦିରର ନିଷିଦ୍ଧା ଅଞ୍ଚଳକୁ ଯାଇ ପାରିବେ । ମହାପ୍ରଭୁଙ୍କ ଭୋଗ ଲାଗିବା ସମୟ,ମହାସ୍ନାନ ସମୟରେ କେବଳ ଶାଢୀ ବନ୍ଧା ସେବକ ମାନେ ପ୍ରବେଶ କରିପାରିବେ। ତେବେ ମହାନାୟକ ମାନଙ୍କୁ ଗଜପତି ମହାରାଜା ଶାଢୀ (Sharidbandha tradition)ପିନ୍ଧାଇଛନ୍ତି। ଶ୍ରୀମନ୍ଦିରରେ (Sri Mandir) ମହାପ୍ରଭୁଙ୍କ ସେବାପୂଜା ପରମ୍ପରା ଯେଭଳି ଅନନ୍ୟ ସେହିଭଳି ସ୍ୱତନ୍ତ୍ର । ଯାହାକି ଅନ୍ୟ କୌଣସି  ଦେବାଦେବୀ ମନ୍ଦିରରେ ଏହି ପରମ୍ପରା ଦେଖାଯାଏ ନାହିଁ ।


ନିକଟରେ ଶ୍ରୀମନ୍ଦିରକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଥିଲା । ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା(Rat)ଉପଦ୍ରବ। ବଡ ବଡ ମୂଷା ଗର୍ଭଗୃହରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଉଛନ୍ତି। ମହାପ୍ରଭୁଙ୍କ (Lord Jagannath)ପାଟବସ୍ତ୍ର କାଟି ପକାଉଛନ୍ତି ଫୁଲ ତୁଳସୀ କାଟୁଛନ୍ତି। ଶ୍ରୀମନ୍ଦିରରେ(Jagannath Temple) ମୂଷାଙ୍କ ଦୌରାତ୍ମ୍ୟକୁ କମ୍ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି। କିଛିଦିନ ତଳେ ଜଣେ ସିଂହାରୀ ସେବାୟତ ବିସ୍ପୋରକ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଏକ ସ୍ୱତନ୍ତ୍ର ମୂଷାଧରା ମେସିନ ମଧ୍ୟ ଅଣାଯାଇଥିଲା। ମାତ୍ର ମେସିନଟି ଆକ୍ଟିଭ ଥିବା ସମୟରେ ଶବ୍ଦ କରୁଥିବାରୁ ମହାପ୍ରଭୁଙ୍କ ପହୁଡରେ ବ୍ଯାଘାତ ହେବ ବୋଲି ସେବାୟତ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଏହି ମେସିନକୁ ଆଉ ଗର୍ଭଗୃହରେ ଲଗାଯାଇନଥିବା ଜଣାପଡିଛି।


ସେପଟେ ମହାପ୍ରଭୁଙ୍କ  (Lord Jagannath) ଶ୍ରୀଅଙ୍ଗ ସେବକ ଦଇତାପତିମାନେ ମହାପ୍ରଭୁଙ୍କ ଖସାପଡା ନିତି କରିବା ପାଇଁ ଗର୍ଭଗୃହରେ ପ୍ରବେଶ କରିଥିଲେ। ପାଞ୍ଚଘଣ୍ଟାର ଏହି ନିତି ସମୟରେ ମୂଷା (Rat)ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କିଛି କ୍ଷତି ପହଞ୍ଚିଛି କି ନାହିଁ କିଛି ବରିଷ୍ଠ ଦଇତାପତି ସେବକମାନେ ଏହାର ଅନୁଧ୍ୟାନ କରିଥିଲେ। ମାତ୍ର ବହୁ ବଡ ବଡ ମୂଷା(Rat) ,ମହାପ୍ରଭୁଙ୍କ କନକମୁଣ୍ଡି ଉପରେ ଥିବା ଚାନ୍ଦୁଆରେ ରହୁଛନ୍ତି। ମହାପ୍ରଭୁଙ୍କର ପହୁଡ (pahada) ପଡିବା ପରେ ମହାପ୍ରଭୁ ଶୟନ ଯାଆନ୍ତି। ସେତେବେଳେ କଳାହାଟ ଦ୍ୱାର, ବେହରଣ ଦ୍ୱାର , ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। କେହି ଭିତରକୁ ପ୍ରବେଶ କରନ୍ତି ନାହିଁ। ସେହି ସମୟରେ ମୂଷା ଗୁଡିକ ଗର୍ଭଗୃହରେ ମହାପ୍ରଭୁଙ୍କର ଫୁଲ,ତୁଳସୀ ଆଦି କାଟିଛନ୍ତି। ଆଉ ମହାପ୍ରଭୁଙ୍କ ପାଟବସ୍ତ୍ରକୁ ସାମାନ୍ୟ କାଟିଥିବା ଦେଖିବାକୁ ମିଳିଛି। ମାତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ପହଞ୍ଚିନାହିଁ। ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ। 


କେବଳ ପାଟବସ୍ତ୍ରକୁ ସାମାନ୍ୟ କାଟିଛନ୍ତି। ଆଗାମୀ ନବଦିନାତ୍ମକ ଯାତ୍ରା ସମୟରେ ମହାପ୍ରଭୁ  ବାହାରକୁ ଆସିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର କର୍ମକର୍ତ୍ତା, ପରିଚାଳନା କମିଟିର ସଦସ୍ଯ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଅନୁଧ୍ୟାନ କରି ସ୍ଥାୟୀ ପ୍ରତିକାର କରାଯିବ। ସେପଟେ ମହାପ୍ରଭୁଙ୍କ (Lord Jagannath) ଶ୍ରୀଅଙ୍ଗରେ ଲାଗି ହେଉଥିବା ପ୍ରାକୃତିକ ପ୍ରସାଧନ ସାମଗ୍ରୀର ମାନ ଠିକ୍ ରହୁନାହିଁ। ନକଲି ଚନ୍ଦନ, ନକଲି କସ୍ତୁରୀ ଆଦି ବିଭିନ୍ନ ନକଲି ପ୍ରସାଧନ ସାମଗ୍ରୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପ ଦିଆଯାଉଥିବାରୁ ମୂଷା,ଅସରପା (Cockroach)ଆଦି କୀଟ ପତଙ୍ଗଙ୍କ ପ୍ରାଦୁର୍ଭାବ ବଢିଛି। ୨୦ବର୍ଷ ତଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅସଲି କସ୍ତୁରୀ,ଅସଲି ଚନ୍ଦନ, ଅସଲି ଚୁଆ ଆଦି ବିଭିନ୍ନ  ସାମଗ୍ରୀ ଲେପ ଦିଆଯାଉଥିଲା। ଯାହାର ବାସ୍ନାରେ ଗର୍ଭଗୃହରେ ମୁଷା ଅସରପା ସମେତ କୌଣସି କୀଟପତଙ୍ଗ ବସା ବାନ୍ଧି ରହୁନଥିଲେ। ଏଣୁ ଅଣଷର ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅସଲି ସାମଗ୍ରୀ ପ୍ରଦାନ କଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ। ଯାହା ମୂଷା ମାନଙ୍କ ଉପଦ୍ରବ କମିବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ରହିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର।


Also Read : Balangir News: ଚାଷୀଙ୍କ ଜମିରେ ଥିବା ନଳକୂପରୁ ବାହାରୁଛି ସୁନା! ଦେଖିବା ପାଇଁ ଲୋକଙ୍କ ଭିଡ଼, ଅଞ୍ଚଳ ସିଲ୍ କଲା ପ୍ରଶାସନ


Also Read : Chaitra Navratri 2023: ଚୈତ୍ର ନବରାତ୍ରୀ ଶେଷ ହେବା ପୂର୍ବରୁ ଚମକିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା


Also Read : Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଏହି ଜିଲ୍ଲା ଗୁଡ଼ିକରେ ୪୦ରୁ ୪୫ କିମି ବେଗରେ ବହିବ ପବନ


Also Read : Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍