Kedarnath Yatra: କେଦାରନାଥ ଯାତ୍ରା ହେବ ଆହୁରି ସହଜ, ଜାଣନ୍ତୁ କେମିତି କରିବେ ହେଲିକପ୍ଟରରେ ଟିକେଟ୍ ବୁକିଂ?
Advertisement
Article Detail0/zeeodisha/odisha1626851

Kedarnath Yatra: କେଦାରନାଥ ଯାତ୍ରା ହେବ ଆହୁରି ସହଜ, ଜାଣନ୍ତୁ କେମିତି କରିବେ ହେଲିକପ୍ଟରରେ ଟିକେଟ୍ ବୁକିଂ?

Kedarnath Yatra Registration and Guidelines: କେଦାରନାଥ ଯାତ୍ରା(Kedarnath Yatra) ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ । ଏହି ଯାତ୍ରା ୨୫ ଏପ୍ରିଲରୁ ଆରମ୍ଭ ହେବ । ଏହା ପୂର୍ବରୁ ହେଲିକପ୍ଟର ଟିକେଟ ବୁକିଂ ଏପ୍ରିଲ ୧ରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ତେବେ ଏହି ସମୟ ମଧ୍ୟରେ (Influenza) ଇନ୍‌ଫ୍ଲୁଏଞ୍ଚ ଏବଂ କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ତ ପର୍ଯ୍ୟଟନ ମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଗାଇଡଲାଇନ୍ ଆଣିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kedarnath Yatra Registration and Guidelines: କେଦାରନାଥ ଯାତ୍ରା(Kedarnath Yatra) ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ । ଏହି ଯାତ୍ରା ୨୫ ଏପ୍ରିଲରୁ ଆରମ୍ଭ ହେବ । ଏହା ପୂର୍ବରୁ ହେଲିକପ୍ଟର ଟିକେଟ ବୁକିଂ ଏପ୍ରିଲ ୧ରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ତେବେ ଏହି ସମୟ ମଧ୍ୟରେ (Influenza) ଇନ୍‌ଫ୍ଲୁଏଞ୍ଚ ଏବଂ କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ତ ପର୍ଯ୍ୟଟନ ମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଗାଇଡଲାଇନ୍ ଆଣିଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସେ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏବଂ ପଞ୍ଜୀକରଣ (registration) ପ୍ରକ୍ରିୟା ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କରାଯାଇପାରିବ । ଯଦି ଆପଣ ପ୍ରଥମ ଥର ପାଇଁ ଚାରଧାମ୍ ଯାତ୍ରାରେ (chardham yatra)ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ତେବେ, କେଦାରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଠାରୁ ଆରମ୍ଭ କରି ହେଲିକପ୍ଟର ଟିକେଟ୍ ବୁକିଂ କିଭଳି କରିବେ । ସେନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ । 

ଏହିପରି ପଞ୍ଜିକରଣ କରନ୍ତୁ: ଯେଉଁମାନେ ଉତ୍ତରାଖଣ୍ତର କେଦାରନାଥ ଯାତ୍ରା କରିବାକୁ  ଚାହୁଁଛନ୍ତି । ସେମାନଙ୍କୁ ଯାତ୍ରା ପାଇଁ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ । ଅନଲାଇନ୍ ପଞ୍ଜୀକରଣ ପାଇଁ ଉତ୍ତରାଖଣ୍ତ ସରକାରଙ୍କ ୱେବସାଇଟ୍ କୁ ପ୍ରଥମେ ଖୋଲନ୍ତୁ।  ପ୍ରଥମେ ରେଜିଷ୍ଟର ଲଗଇନ୍ ଉପରେ କ୍ଲିକ୍ କରନ୍ତୁ । ପରେ ଆପଣଙ୍କର ସମସ୍ତ ସୂଚନା ଏଠାରେ ପ୍ରଦାନ କରନ୍ତୁ । ଏହାସହିତ ଆପଣଙ୍କର ମୋବାଇଲ ନମ୍ବର ମଧ୍ୟ ଆପଣଙ୍କୁ ରେଜିଷ୍ଟ୍ରସନ ସମୟରେ ଦେବାକୁ ପଡିବ । ଏହାପରେ ଆପଣଙ୍କ ଫୋନ୍ ନମ୍ବରକୁ ଏକ OTP ଯିବ । ପରେ ଆପଣ ଲଗ୍ଇନ୍ କରନ୍ତୁ ଏବଂ ୱେବସାଇଟ୍ ପରିଦର୍ଶନ କରନ୍ତୁ ଏବଂ ବ୍ୟକ୍ତିଗତ ଡ୍ୟାସବୋର୍ଡ ଦେଖାଯିବ । ଏଥିରେ, ୱିଣ୍ଡୋ ଖୋଲିବା ପାଇଁ ବିଜ୍ଞାପନ ପରିଚାଳନା ବିକଳ୍ପ ଦେଖାଯିବ । ପରେ ଏଠାରେ କ୍ଲିକ୍ କରନ୍ତୁ , ଏବଂ ଯାତ୍ରା ନାମର ସ୍ଥାନ, ତାରିଖ ଏବଂ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ପୁରଣ କରନ୍ତୁ । ବର୍ତ୍ତମାନ ଆପଣ କେଦାରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଫର୍ମ ଡାଉନଲୋଡ୍ କରିପାରିବେ ।

ଏହାବି ପଢନ୍ତୁ : Horoscope Today 26 March 2023: ଆଜି ଏହି ସବୁ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ଏହାବି ପଢନ୍ତୁ : Encounter: ଗର୍ଜିଲା କମିଶନରେଟ ପୋଲିସ ବନ୍ଧୁକ ,ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର

ସେହିପରି କେଦାରନାଥ ଯାତ୍ରା ପାଇଁ ଅଫଲାଇନ୍ ଟିକେଟ୍ ମଧ୍ୟ ଆପଣ ଉତ୍ତରାଖଣ୍ତର (Sonbhadra) ସୋନଭଦ୍ରାକୁ ଯାଇ କରିପାରିବେ। ସେଠାରେ ଆପଣ ସିଧା ପହଞ୍ଚିକି , ସ୍ଲଟ୍ ଆଧାରରେ ପରିଦର୍ଶନ କରିବାର ତାରିଖ ଆପଣଙ୍କୁ ମିଳିପାରିବ । ଯାହା ଦ୍ବାରା ଆପଣ ବାବା କେଦାରନାଥଙ୍କୁ ଆରାମରେ ମନଭରି ଦର୍ଶନ କରିପାରିବେ। 

ଏହି ଲୋକମାନଙ୍କୁ ଯାତ୍ରା କରିବାକୁ ଅନୁମତି ନାହିଁ : କେଦାରନାଥକୁ ମଧ୍ୟ କିଛି ଭକ୍ତଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରି ନାହାଁନ୍ତି ଉତ୍ତରାଖଣ୍ତ ସରକାର । ୭୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଯାତ୍ରା ପାଇଁ ଅନୁମତି ନଥିବା ବେଳେ ଗର୍ଭବତୀ ମହିଳା, ୧୩ ବର୍ଷରୁ କମ୍ ବୟସର ପିଲାଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି । 

ଆଇଆରସିଟିସି ଓ୍ବେବସାଇଟରୁ ହେଲିକପ୍ଟର ବୁକ୍ କରିପାରିବେ : ତେବେ,କେଦାରନାଥକୁ ଆହୁରୀ ଯାତ୍ରାକୁ ସହଜ କରିଛି ଆଇଆରସିଟିସି ( IRCTC) । କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟରର ବୁକିଂ ଏପ୍ରିଲ ୧ ରୁ (IRCTC)ଆଇଆରସିଟିସିର ଅଫିସିଆଲ୍ ପୋର୍ଟାଲରୁ କରାଯାଇପାରିବ । ଏହା ପ୍ରଥମ ଥର ପାଇଁ (IRCTC) ରେ କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟର ବୁକିଂ ଆରମ୍ଭ ହୋଇଛି । ଯାତ୍ରା ପାଇଁ ଏକାସାଙ୍ଗରେ ଆପଣ ୬ଟି ସିଟ୍ ବୁକ୍ କରିପାରିବେ । ଏଥି ସହିତ ଏକ ଗ୍ରୃପ ଯାତ୍ରା ପାଇଁ ମଧ୍ୟ ଭଲ ସୁବିଧା ରହିଛି । ଏକ ଗ୍ରୃପ ଯାତ୍ରା ପାଇଁ ହେଲିକପ୍ଟରରେ  ଏକା ସମୟରେ ୧୨ଟି ସିଟ୍ ବୁକ୍ କରିପାରିବେ।