Puri News: 'ନକଲି ମଇଲମ ସାମଗ୍ରୀ ଆସୁଥିବାରୁ ବଢୁଛି ମୂଷାଙ୍କ ପ୍ରାଦୁଭାବ'
Advertisement

Puri News: 'ନକଲି ମଇଲମ ସାମଗ୍ରୀ ଆସୁଥିବାରୁ ବଢୁଛି ମୂଷାଙ୍କ ପ୍ରାଦୁଭାବ'

Puri News: ଗର୍ଭଗୃହରେ ମୂଷା(Rat) ଉପଦ୍ରବ। ବଡ ବଡ ମୂଷା ଗର୍ଭଗୃହରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଉଛନ୍ତି। ମହାପ୍ରଭୁଙ୍କ (Lord Jagannath)ପାଟବସ୍ତ୍ର କାଟି ପକାଉଛନ୍ତି ଫୁଲ ତୁଳସୀ କାଟୁଛନ୍ତି। ଶ୍ରୀମନ୍ଦିରରେ(Jagannath Temple) ମୂଷାଙ୍କ ଦୌରାତ୍ମ୍ୟକୁ କମ୍ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି। କିଛିଦିନ ତଳେ ଜଣେ ସିଂହାରୀ ସେବାୟତ ବିସ୍ପୋରକ ଅଭିଯୋଗ ଆଣିଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

(ପୁରୀ,ସଞ୍ଜୟ ମହାପାତ୍ର) Puri News: ଗର୍ଭଗୃହରେ ମୂଷା(Rat) ଉପଦ୍ରବ। ବଡ ବଡ ମୂଷା ଗର୍ଭଗୃହରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଉଛନ୍ତି। ମହାପ୍ରଭୁଙ୍କ (Lord Jagannath)ପାଟବସ୍ତ୍ର କାଟି ପକାଉଛନ୍ତି ଫୁଲ ତୁଳସୀ କାଟୁଛନ୍ତି। ଶ୍ରୀମନ୍ଦିରରେ(Jagannath Temple) ମୂଷାଙ୍କ ଦୌରାତ୍ମ୍ୟକୁ କମ୍ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି। କିଛିଦିନ ତଳେ ଜଣେ ସିଂହାରୀ ସେବାୟତ ବିସ୍ପୋରକ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଏକ ସ୍ୱତନ୍ତ୍ର ମୂଷାଧରା ମେସିନ ମଧ୍ୟ ଅଣାଯାଇଥିଲା। ମାତ୍ର ମେସିନଟି ଆକ୍ଟିଭ ଥିବା ସମୟରେ ଶବ୍ଦ କରୁଥିବାରୁ ମହାପ୍ରଭୁଙ୍କ ପହୁଡରେ ବ୍ଯାଘାତ ହେବ ବୋଲି ସେବାୟତ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଏହି ମେସିନକୁ ଆଉ ଗର୍ଭଗୃହରେ ଲଗାଯାଇନଥିବା ଜଣାପଡିଛି।

ସେପଟେ ଗତକାଲି(ସୋମବାର) ମହାପ୍ରଭୁଙ୍କ  (Lord Jagannath) ଶ୍ରୀଅଙ୍ଗ ସେବକ ଦଇତାପତିମାନେ ମହାପ୍ରଭୁଙ୍କ ଖସାପଡା ନିତି କରିବା ପାଇଁ ଗର୍ଭଗୃହରେ ପ୍ରବେଶ କରିଥିଲେ। ପାଞ୍ଚଘଣ୍ଟାର ଏହି ନିତି ସମୟରେ ମୂଷା (Rat)ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କିଛି କ୍ଷତି ପହଞ୍ଚିଛି କି ନାହିଁ କିଛି ବରିଷ୍ଠ ଦଇତାପତି ସେବକମାନେ ଏହାର ଅନୁଧ୍ୟାନ କରିଥିଲେ। ମାତ୍ର ବହୁ ବଡ ବଡ ମୂଷା(Rat) ,ମହାପ୍ରଭୁଙ୍କ କନକମୁଣ୍ଡି ଉପରେ ଥିବା ଚାନ୍ଦୁଆରେ ରହୁଛନ୍ତି। ମହାପ୍ରଭୁଙ୍କର ପହୁଡ (pahada) ପଡିବା ପରେ ମହାପ୍ରଭୁ ଶୟନ ଯାଆନ୍ତି। ସେତେବେଳେ କଳାହାଟ ଦ୍ୱାର, ବେହରଣ ଦ୍ୱାର , ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। କେହି ଭିତରକୁ ପ୍ରବେଶ କରନ୍ତି ନାହିଁ। ସେହି ସମୟରେ ମୂଷା ଗୁଡିକ ଗର୍ଭଗୃହରେ ମହାପ୍ରଭୁଙ୍କର ଫୁଲ,ତୁଳସୀ ଆଦି କାଟିଛନ୍ତି। ଆଉ ମହାପ୍ରଭୁଙ୍କ ପାଟବସ୍ତ୍ରକୁ ସାମାନ୍ୟ କାଟିଥିବା ଦେଖିବାକୁ ମିଳିଛି। ମାତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ପହଞ୍ଚିନାହିଁ। ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ। 

କେବଳ ପାଟବସ୍ତ୍ରକୁ ସାମାନ୍ୟ କାଟିଛନ୍ତି। ଆଗାମୀ ନବଦିନାତ୍ମକ ଯାତ୍ରା ସମୟରେ ମହାପ୍ରଭୁ  ବାହାରକୁ ଆସିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର କର୍ମକର୍ତ୍ତା, ପରିଚାଳନା କମିଟିର ସଦସ୍ଯ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଅନୁଧ୍ୟାନ କରି ସ୍ଥାୟୀ ପ୍ରତିକାର କରାଯିବ। ସେପଟେ ମହାପ୍ରଭୁଙ୍କ (Lord Jagannath) ଶ୍ରୀଅଙ୍ଗରେ ଲାଗି ହେଉଥିବା ପ୍ରାକୃତିକ ପ୍ରସାଧନ ସାମଗ୍ରୀର ମାନ ଠିକ୍ ରହୁନାହିଁ। ନକଲି ଚନ୍ଦନ, ନକଲି କସ୍ତୁରୀ ଆଦି ବିଭିନ୍ନ ନକଲି ପ୍ରସାଧନ ସାମଗ୍ରୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପ ଦିଆଯାଉଥିବାରୁ ମୂଷା,ଅସରପା (Cockroach)ଆଦି କୀଟ ପତଙ୍ଗଙ୍କ ପ୍ରାଦୁର୍ଭାବ ବଢିଛି। ୨୦ବର୍ଷ ତଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅସଲି କସ୍ତୁରୀ,ଅସଲି ଚନ୍ଦନ, ଅସଲି ଚୁଆ ଆଦି ବିଭିନ୍ନ  ସାମଗ୍ରୀ ଲେପ ଦିଆଯାଉଥିଲା। ଯାହାର ବାସ୍ନାରେ ଗର୍ଭଗୃହରେ ମୁଷା ଅସରପା ସମେତ କୌଣସି କୀଟପତଙ୍ଗ ବସା ବାନ୍ଧି ରହୁନଥିଲେ। ଏଣୁ ଅଣଷର ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅସଲି ସାମଗ୍ରୀ ପ୍ରଦାନ କଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ। ଯାହା ମୂଷା ମାନଙ୍କ ଉପଦ୍ରବ କମିବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ରହିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର।

fallback
ସେପଟେ ଖସାପଡା ନିତି ସମୟରେ ଗର୍ଭଗୃହରେ  ମୂଷା ଉପଦ୍ରବ ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କିଛି କ୍ଷତି ପହଞ୍ଚିଛି କି ନାହିଁ ତାହା ଉପରେ ଟିକନିକ ଅନୁଧ୍ୟାନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଦଇତାପତି ସେବକ ତଥା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ରଙ୍କର କୌଣସି କ୍ଷତି ହୋଇନାହିଁ। ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ବାସୁଙ୍ଗା ପାଟରେ କିଛି କ୍ଷତି ହୋଇଥିଲା ଯାହାକୁ ଖସାପଡା ନୀତି ସମୟରେ ଭରଣା କରାଯାଇଛି। କୌଣସି ପ୍ରକାରେ ମହାପ୍ରଭୁଙ୍କ (Lord Jagannath)ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୌରାତ୍ମ୍ୟକୁ ସମ୍ପୂର୍ଣ୍ଣ ଲୋପ କରିବାକୁ  ପଡିବ । ଯେଉଁ ବାଟଦେଇ ମୂଷା ଆସୁଛନ୍ତି ସେହି ବାଟକୁ ଚିହ୍ନଟ କରାଯାଇଛି ଏବଂ ମୁଦ ଦିଆଯାଇଛି ଫଳରେ ମୂଷା ପୁନର୍ବାର ସେହି ବାଟ ଦେଇ ଆସିପାରିବ ନାହିଁ ବୋଲି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି।  ମୂଷାଙ୍କ ପ୍ରାଦୁଭାବ ରହିଛି କିନ୍ତୁ ଶ୍ରୀଅଙ୍ଗ ସୁରକ୍ଷିତ ରହିଛି। ଯେଉଁ ଭଳି ଚିନ୍ତା କରାଯାଉଥିଲା ସେଭଳି କ୍ଷତି ହୋଇନାହିଁ କି ଶ୍ରୀଅଙ୍ଗର ଦାରୁ କ୍ଷତି ହୋଇନାହିଁ। ପ୍ରତିବରଷ ଯେଉଁ ସମସ୍ୟା ଥାଏ ସେହି ସମସ୍ୟା ରହିଛି କିନ୍ତୁ ମୂଷାଙ୍କୁ ଧରିବା ପାଇଁ ପାରମ୍ପରିକ ଉପାୟ କରାଯିବ ଏବଂ ରଥଯାତ୍ରା ସମୟରେ ଏକ ଲୁହା ଜାଲି ଲଗାଇବାପାଇଁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।

ନିକଟରେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ବଡ଼ବଡ଼ ଫାଟ ଦେଖିବାକୁ ମିଳିଥିଲା । ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ କୁଠାରଘାତ ପହଞ୍ଚାଇଥିଲା । ଫାଟ ଏତେ ବଡ଼ବଡ଼ ଯେ ଏହା ଗୁମ୍ପା ଭଳି ଦିସୁଥିଲା। ପଥର ସନ୍ଧିର ଏହି ଫାଟ ଭିତରେ ସରୀସୃପ ଆଦି ବସବାସ କରୁଥିବା ଆଶଙ୍କା କରାଯାଉଛି। କେବଳ ଫାଟ ନୁହେଁ, ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଛି, ତାହା ବି ଭାଙ୍ଗି ଝଡ଼ି ପଡ଼ିଲାଣି। ତଥାପି ନା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏଥିପ୍ରତି ଦୃଷ୍ଟି ପଡ଼ୁଛି ନା ଶ୍ରୀମନ୍ଦିର ପ୍ରଶାସନର। ଏହା ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଅବହେଳାକୁ ପ୍ରତିପାଦିତ କରୁଛି।

୧୯୭୫ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) (ASI)ବହୁ ପ୍ରାଚୀନ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଛି। ପୂର୍ବରୁ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଧଳା ରଙ୍ଗର ଥିଲା। ପଥର ଉପରେ ଚୂନର ମୋଟା ଆସ୍ତରଣ ଦିଆଯାଇଥିଲା। ଏହା ଶ୍ରୀମନ୍ଦିର (Jagannath Temple)ପାଇଁ ବିପଦ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI)କହିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରରୁ ଚୂନ ଛଡ଼ାଇ ସ୍ବତନ୍ତ୍ର କେମିକାଲ୍‌ ଲଗାଇଛି ଏଏସ୍‌ଆଇ। ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି। ମଝିରେ ମଝିରେ ବଡ଼ବଡ଼ ପଥର ଖଣ୍ଡ ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି। ସେପଟେ ରତ୍ନଭଣ୍ଡାର, ନାଟମଣ୍ଡପ ବି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ବର୍ଷା ହେଲେ ପାଣି ଗଳୁଛି। ହାଇକୋର୍ଟଙ୍କ ଆଦେଶକ୍ରମେ ନାଟମଣ୍ଡପର ମରାମତି କାମ ଆରମ୍ଭ ହୋଇଛି ସତ, କିନ୍ତୁ ଅଦ୍ୟାବଧି ଶେଷ ହୋଇନି। ଏବେ ବି ନାଟମଣ୍ଡପ ଭାରା ବନ୍ଧା ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ସିଂହଦ୍ବାର ପ୍ରବେଶ ପଥର ବାମପାର୍ଶ୍ବରେ ପଥରରେ ବଡ଼ବଡ଼ ଫାଙ୍କ ସୃଷ୍ଟି ହେବା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି।

ସିଂହଦ୍ବାରରେ  (Singha Dwara)ପ୍ରବେଶ ପଥର ବାମପାର୍ଶ୍ବ ସିଂହ ମୂର୍ତ୍ତି କଡ଼ ଉପରିଭାଗରେ ପଥରରେ ଫାଟ ପରେ ଏଭଳି ଏକାଧିକ ଫାଙ୍କ ଦେଖିବାକୁ ମିଳିଛି। ଦେଖା ଦେଇଥିବା ଏକ ବଡ଼ ଫାଟ ଆକାର ଦେଖିଲେ, ଏହାର ଲମ୍ବ ପ୍ରାୟ ଦୁଇଫୁଟ ହୋଇଥିବାବେଳେ ଚଉଡ଼ା ପ୍ରାୟ ୪/୫ ଇଞ୍ଚ ହେବ। ସେହିଭଳି ଯେଉଁ ପ୍ରାଚୀନ ଦେବଦେବୀ ମୂର୍ତ୍ତି ଲାଗିଛି, ସେଥିରୁ କାହାର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ପଥର ଗଳି ପଡ଼ିଲାଣି ତ କାହାର ମୁହଁ ଗଳି ପଡ଼ିଲାଣି। ସିଂହ କାରୁକାର୍ଯ୍ୟ ବି ଭାଙ୍ଗି ଗଳି ପଡ଼ିଲାଣି। ଅନେକ କାରୁକାର୍ଯ୍ୟ ବି ମନ୍ଦିରରୁ ଭାଙ୍ଗି ଝଡ଼ି ପଡ଼ିବା ପରେ ଏହାର ଚିହ୍ନବର୍ଣ୍ଣ ଲିଭିଗଲାଣି। ସ୍ଥିତି ଏପରି ହୋଇଛି ଯେ ଯଦି ଏବେଠୁ ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, ଏହି ଫାଟ ଦେଇ ପାଣି ପଶି ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ସେହିଭଳି ବାକି ମୂର୍ତ୍ତି ବି କ୍ରମେ ଭାଙ୍ଗି ଗଳିପଡ଼ିବେ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

ଏହାବି ପଢନ୍ତୁ : Puri News: ଖୁବଶୀଘ୍ର ଆଦର୍ଶ ଗୁରୁକୂଳ, ସେବାୟତଙ୍କ ପରପିଢିଙ୍କୁ ମିଳିବ ଉନ୍ନତମାନର ଶିକ୍ଷା

ଏହାବି ପଢନ୍ତୁ : Odisha News: ଆଜି ପବିତ୍ର ବାରୁଣୀ, ବୈତରଣୀରେ ବୁଡ଼ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି