କୁଚିଣ୍ଡା: ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ପିଣ୍ଡାପଥର ଠାରେ ଉଚ୍ଛୁଳା ନାଳ ପାର ହେବା ସମୟରେ ଏକ ବସ ଭାସିଯାଇଥିବା ବେଳେ ବସଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ଜଣାପଡ଼ିଛି। ରାଉରକେଲାରୁ ବାମରା ଦେଇ ସୋଲ ଅଞ୍ଚଳକୁ ଯାଉଥିବା ତାଜ ନାମକ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କ ଭୁଲ ନିର୍ଣ୍ଣୟ ଯୋଗୁଁ ଉଚ୍ଛୁଲା ନାଳରେ ଫସି ଯାଉଥିବା ବେଳେ ପ୍ରାୟ ୨୦ ଜଣ ବସ ଯାତ୍ରୀଙ୍କ ଜୀବନ ବିପଦରେ ପଡିଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ବୁଧବାର ଦିନ ପ୍ରାୟ ୩ଟା ସମୟରେ ତାଜ ନାମକ ଯାତ୍ରୀବାହୀ ବସ ବାମରା ଅଭିମୁଖେ ଆସୁଥିବା ବେଳେ ପିଣ୍ଡାପଥର ନିକଟ ପୋଲ ପାଖରେ ପହଞ୍ଚିଥିଲା। ମାତ୍ର ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚତାର ପାଣି ବୋହୁ ଥିବା ଦେଖି ଡ୍ରାଇଭର ବସକୁ କିଛି ସମୟ ପାଇଁ ଅଟକାଇବା ପରେ ପୁଣି ସେହି ଉଚ୍ଛୁଳା ପାଣିରେ ପୋଲ ପାର ହେବା ପାଇଁ ଚେଷ୍ଟା କରୁଥିଲେ। ମାତ୍ର ବସଟି ପୋଲ ମଝିରେ ଫସି ଭାସିବାକୁ ଆରମ୍ଭ କରିଥିଲା। 


Also Read: ପାଣିରେ ବୁଡିଯାଇଥିବା ପୋଲରେ ଫସିଗଲା ଯାତ୍ରୀବାହୀ ବସ୍


ଳ୍ପ ଟିକେ ଭାସିବା ପରେ ଏକ ଛୋଟ ପୋଲ ସାହାଯ୍ୟରେ ବସଟି ଅଟକିଯାଇଥିବା ବେଳେ ଖବର ପାଇ ତୁରନ୍ତ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଁଞ୍ଚି ବସ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବସ ଯାତ୍ରୀଙ୍କ ମଧ୍ୟରେ ମହିଳାଙ୍କ ଶିଶୁ ମଧ୍ୟ ରହିଥିବା ବେଲେ ଡ୍ରାଇଭରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସେ ସମସ୍ତଙ୍କୁ ବିପଦ ମୁହଁକୁ ଠେଲି ଦେଲେ ବୋଲି ଚର୍ଚ୍ଚା ହେଉଛି।  ଏ ଘଟଣା ବାବଦରେ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁଙ୍କୁ ପଚାରି ବୁଝିବାରୁ ସେ ଘଟଣା ବିଷୟରେ ଜାଣି ନଥିବା କହିଛନ୍ତି।