ପାଣିରେ ବୁଡିଯାଇଥିବା ପୋଲରେ ଫସିଗଲା ଯାତ୍ରୀବାହୀ ବସ୍
Advertisement

ପାଣିରେ ବୁଡିଯାଇଥିବା ପୋଲରେ ଫସିଗଲା ଯାତ୍ରୀବାହୀ ବସ୍

ଗତ ସୋମବାର ରାଜ୍ୟର ରାୟଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। 

ପାଣିରେ ବୁଡିଯାଇଥିବା ପୋଲରେ ଫସିଗଲା ଯାତ୍ରୀବାହୀ ବସ୍

ମୁମ୍ବାଇ: ବର୍ଷା ଜଳରେ ବୁଡି ଯାଇଥିବା ଏକ ପୋଲରେ ବସକୁ ପାର କରାଇବା ଜଣେ ଚାଳକଙ୍କୁ ମହଙ୍ଗା ପଡିଛି। ଏ ଘଟଣା ବାବଦରେ ଜଣାପଡିବା ପରେ ତାଙ୍କୁ ସସପେଣ୍ଡ କରାଯାଇଛି। ମହାରାଷ୍ଟ୍ରର ମହାଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଏଠାକାର ରେୱତଲ ଫାଟା (Revtale Phata) ନିକଟରେ ଅବସ୍ଥିତ ନାଗେଶ୍ୱର ପୋଲ (Nageswar Bridge) ବର୍ଷା ଜଳରେ ବୁଡି ଯାଇଥିଲା। ଏହି ଜଳମଗ୍ନ ପୋଲକୁ ଅତିକ୍ରମ କରିବାକୁ ପ୍ରୟାସ କରିଥିଲା ରାଜ୍ୟ ସଡ଼କ ପରିବହନ ନିଗମ (Maharashtra State Road Transport Corporation) ଦ୍ୱାରା ପରିଚାଳିତ ଏକ ଏମଏସଆରଟିସି ବସ୍ (MSRTC Bus)। 

Also Read: ଭାରୀ ବର୍ଷା ତାଣ୍ଡବରେ ଥରହର Uttarkhand; ଭଙ୍ଗାପୋଲରେ ନଦୀ ପାର ହେଲେ ଲୋକେ

ଗତ ସୋମବାର ରାଜ୍ୟର ରାୟଗଡ (Raigad) ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ ଏଠାରେ ଅବସ୍ଥିତ ଥିବା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିପାଇଛି। ଭାରୀ ବର୍ଷା କାରଣରୁ ନାଗେଶ୍ୱର ପୋଲ ମଧ୍ୟ ପାଣିରେ ବୁଡିଯାଇଥିଲା। ଏପରି ଅବସ୍ଥାରେ ରାଜ୍ୟରେ ପୁନେ ବସ ଡିପୋ (Pune Bus Depot) ଠାରୁ ଏକ ଏମଏସଆରଟିସି ବସ୍  ପିମ୍ପ୍ରି-ଚିଞ୍ଚୱାଡ (Pimpri-Chinchwad) ଅଭିମୁଖେ ଯାତ୍ରା କରୁଥିଲା। 

Also Read: ବାଦଲ ଫଟା ବର୍ଷାରେ ଧ୍ୱସ୍ତବିଧ୍ୱସ୍ତ Himachal Pradesh; ରାସ୍ତାରେ ଭାସିଗଲା ଗାଡି

ଯାତ୍ରା କରିବା ସମୟରେ ଏହି ବସ ବର୍ଷା ଜଳରେ ଡୁବି ଯାଇଥିବା ନାଗେଶ୍ୱର ପୋଲକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ଏହି ଘଟଣା ବାବଦରେ ଜଣାପଡିବା ପରେ ଏହି ବସ ଚାଳକଙ୍କୁ ସସପେଣ୍ଡ କରାଯାଇଥିଲା। ଏନେଇ ପ୍ରତିକ୍ରିୟା ରଖି  ମହାରାଷ୍ଟ୍ର ପରିବହନ ମନ୍ତ୍ରୀ (Maharashtra Transport Minister) ଅନିଲ ପରବ (Anil Parab) କହିଛନ୍ତି ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ଭଳି କାର୍ଯ୍ୟ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।