Weather Report: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଆହୁରି କଲବଲ ହେବେ ରାଜ୍ୟବାସୀ । ତତଲା କରେଇରେ ଭାଜି ହେବ ଅଧା ଓଡିଶା। ଆଗାମୀ ୨୧ ତାରିଖ ଯାଏଁ ତାପମାତ୍ରା ବୃଦ୍ଧି ନେଇ ବିଭାଗ (Bhubaneswar meteorological department)  ପକ୍ଷରୁ ଆକଳନ କରାଯାଇଛି । ସୁନ୍ଦଗରଡ଼, ବଲାଙ୍ଗୀର, ସୋନପୁର, ବରଗଡ଼, ଅନୁଗୁଳ, କଳାହାଣ୍ତି, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ରେକର୍ଡ଼ ଭାଙ୍ଗିବା ସମ୍ଭାବନା ଥିବା ବିଭାଗ କହିଛି । ସେପଟେ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । କେତେକ ସ୍ଥାନେରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ଯ ଏହାର କୌଣସି ବିଶେଷ ପ୍ରଭାବ ପଡିବ ନାହିଁ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ବୁଧବାର ଦିନ ସୋନପୁର ଓ ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୪ ଡ଼ିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି । ରାଜ୍ୟର ମୋଟ ୧୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରେର୍କଡ଼ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଗୁରୁବାର ଦିନ ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଆଦି ସହରରେ ତାପମାତ୍ରା ୪୩ ଡି଼ଗ୍ରୀ ଓ ଶୁକ୍ରବାର ଦିନ ୪୪ ଡି଼ଗ୍ରୀ ଉପରେ ରହିବ ବୋଲି ବିଭାବ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ୨୦ ଓ ୨୧ ତାରିଖରେ ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବରଗଡ଼, ଅନୁଗୁଳ, କଳାହାଣ୍ତି, ବୌଦ୍ଧ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ଓ ରାଉଲକେଲା, ନୂଆପଡ଼ା, ଭବାନୀପାଟଣା ଓ ଅନୁଗୁଳରେ ତାପମାତ୍ରା ୪୩ ଡ଼ିଗ୍ରୀ ଡ଼େଇଁପାରେ ବୋଲି ଆକଳନ କରାଯାଉଛି । ପଶ୍ଚିମ ଓଡିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡିଶାର କିଛି ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ସେପଟେ ଗୁରୁବାର ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଉପକୂଳ ସମେତ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି ।


Also Read-Matric Result 2023: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଚ , ସଂକ୍ଷେପରେ ଜାଣନ୍ତୁ ଫଳାଫଳକୁ ନେଇ ସବିଶେଷ ଖବର


ପ୍ରକାଶ ଥାଉ କି, ଚଳିତ ବର୍ଷ ସାମାନ୍ୟ ବିଳମ୍ବ ଅର୍ଥାତ୍ ଜୁନ ୪ ତାରିଖରେ ମୌସୁମୀ (Monsoon) ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ଅଛି । ତେଣୁ ଜୁନ ୪ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଗତବର୍ଷ ମୌସୁମୀ ୨୯ ମେ', ୨୦୨୧ରେ ୩ ଜୁନ ଓ ୨୦୨୦ରେ ୧ ଜୁନରେ ପହଞ୍ଚିଥିଲା । ଭାରତ ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ କେରଳ ଉପରେ ମୌସୁମୀ (Monsoon 2023) ଆରମ୍ଭ ଦ୍ୱାରା ଚିହ୍ନିତ ହୋଇଥାଏ ଓ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଅଟେ, ଯାହା ଗରମ ଓ ଶୁଷ୍କ ମୌସୁମୀରୁ ବର୍ଷା ଋତୁକୁ ପରିବର୍ତ୍ତନକୁ ସୂଚିତ କରେ । ମୌସୁମୀ ଉତ୍ତର ଦିଗକୁ ଗଲାବେଳେ ଏହି ଅଞ୍ଚଳ ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ପାଇଥାଏ । ଆଇଏମଡି଼ ପକ୍ଷରୁ କୁହାଯାଇଛି ଯେ, ଏଲ ନିନୋ ଅବସ୍ଥା ସତ୍ତ୍ୱେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଭାରତରେ ସାଧାରଣ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ଦ୍ୱାରା କୃଷି ଭାରତର କୃଷି କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଯେଉଁଥିରେ ୫୨ ପ୍ରତିଶତ ନିଟ୍ ଚାଷ ​​କ୍ଷେତ୍ର ଏହି ପଦ୍ଧତି ଉପରେ ନିର୍ଭରଶୀଳ । ଏହା ଦେଶର ମୋଟ ଖାଦ୍ୟ ଉତ୍ପାଦନର ପ୍ରାୟ ୪୦ ପ୍ରତିଶତ ଅଟେ, ଯାହାକି ଭାରତର ଖାଦ୍ୟ ନିରାପତ୍ତା ଓ ଅର୍ଥନୌତିକ ସ୍ଥିରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।