Weather Update: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଛି (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ରାଜ୍ୟରେ ଆହୁରି ୪ ଦିନ ଏପରି ତାତି ଲାଗି ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏହା ମଧ୍ଯରେ ଆସିଛି ଏକ ଆଶ୍ବସ୍ତି ଖବର । ଉପକୂଳ ଜିଲ୍ଲା ଗୁଡ଼ିକରେ ଆଗାମୀ ୩ ଦିନ ଯାଏଁ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar meteorological department) ପକ୍ଷରୁ ପର୍ବାନୁମାନ କରାଯାଇଛି । ସେପଟେ ଗତ ସଂନ୍ଧ୍ୟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ପ୍ରଭାବରେ ବର୍ଷା (Rain) ହୋଇଛି । କାଳବୈଶାଖୀ ବର୍ଷା ଫଳରେ ଲୋକଙ୍କୁ ଆଶ୍ବସ୍ତ ମିଳିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ସମ୍ଭାବନା ରହିଛି ।  ସେହିପରି କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଅନୁଗୁଳ ଆଦି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି (yellow alert for rain) କରାଯାଇଛି । ପ୍ରକାଶ ଥାଉ କି, ଜୁନ ୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତବର୍ଷ ଏଥିରେ ସାମାନ୍ୟ ବିଳମ୍ବ ଘଟିବା ସହ ଜୁନ ୪ ତାରିଖରେ ମୌସୁମୀ (Monsoon) ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି । ୪ ଜୁନରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ମୌସୁମୀ ଗତ ବର୍ଷ ୨୯ ମେ' ରେ, ୨୦୨୧ରେ ୩ ଜୁନ ଓ ୨୦୨୦ରେ ୧ ଜୁନରେ ପହଞ୍ଚିଥିଲା ।


ଭାରତ ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ କେରଳ ଉପରେ ମୌସୁମୀ (Monsoon 2023) ଆରମ୍ଭ ଦ୍ୱାରା ଚିହ୍ନିତ ହୋଇଥାଏ ଓ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଅଟେ, ଯାହା ଗରମ ଓ ଶୁଷ୍କ ମୌସୁମୀରୁ ବର୍ଷା ଋତୁକୁ ପରିବର୍ତ୍ତନକୁ ସୂଚିତ କରେ । ମୌସୁମୀ ଉତ୍ତର ଦିଗକୁ ଗଲାବେଳେ ଏହି ଅଞ୍ଚଳ ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ପାଇଥାଏ । ଆଇଏମଡି଼ ପକ୍ଷରୁ କୁହାଯାଇଛି ଯେ, ଏଲ ନିନୋ ଅବସ୍ଥା ସତ୍ତ୍ୱେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଭାରତରେ ସାଧାରଣ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ଦ୍ୱାରା କୃଷି ଭାରତର କୃଷି କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଯେଉଁଥିରେ ୫୨ ପ୍ରତିଶତ ନିଟ୍ ଚାଷ ​​କ୍ଷେତ୍ର ଏହି ପଦ୍ଧତି ଉପରେ ନିର୍ଭରଶୀଳ । ଏହା ଦେଶର ମୋଟ ଖାଦ୍ୟ ଉତ୍ପାଦନର ପ୍ରାୟ ୪୦ ପ୍ରତିଶତ ଅଟେ, ଯାହାକି ଭାରତର ଖାଦ୍ୟ ନିରାପତ୍ତା ଓ ଅର୍ଥନୌତିକ ସ୍ଥିରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।


ଚଳିତ ବର୍ଷ ଭାରତରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରାଯାଇଛି । ଏଲ୍-ନିନୋ ସତ୍ତ୍ୱେ ଚଳିତ ବର୍ଷ ଭାରତରେ ସାଧାରଣ ବର୍ଷା ରେକର୍ଡ଼ ହେବ । ଗତ ମାସରେ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ମୌସୁମୀ ସମୟରେ ହାରାହାରି ୯୬% ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତଥାପି, ୫% ଅଧିକ କିମ୍ବା ତା’ଠାରୁ କମ୍ ପାର୍ଥକ୍ୟ ଥାଇପାରେ । ଏହି ସମୟରେ ସାଧାରଣ ବର୍ଷା ଦେଖିବାକୁ ମିଳେ, ଯେତେବେଳେ ଅଗଷ୍ଟ-ସେପ୍ଟେମ୍ବରରେ ମୌସୁମୀର ଦ୍ୱିତୀୟ ଭାଗରେ ଏଲ୍-ନିନୋର ପ୍ରଭାବ ଦେଖିବାକୁ ମିଳେ । ଏହି ସମୟ ମଧ୍ୟରେ ବର୍ଷା ସ୍ୱାଭାବିକଠାରୁ କମ୍ ହେବ ବୋଲି ଆଶା କରାଯାଉଛି ।


ଏହା ବି ପଢନ୍ତୁ-Weird Marriage: ଅଦ୍ଭୁତ ବିବାହ: ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ କଲେ ଯୁବକ, କାରଣ ଜାଣିଲେ ଆପଣ ବି....