Doorway Effect: ଲୋକମାନେ ରାଗିଗଲେ କାହିଁକି ବନ୍ଦ କରିଦିଅନ୍ତି କବାଟ? ଆଜି ହିଁ ଜାଣନ୍ତୁ ଏହାର ସଠିକ୍ ଉତ୍ତର
Anger Affects: ବୈଜ୍ଞାନିକମାନେ ଏହାର କାରଣକୁ ଡୋରୱେ ଇଫେକ୍ଟ ଭାବରେ ନାମିତ କରିଛନ୍ତି । ବିଜ୍ଞାନ ଅନୁଯାୟୀ, ଏହା ଏକ ପ୍ରକାର ଭେଣ୍ଟିଂ ପ୍ରଭାବ ଓ ଏହା କ୍ରୋଧକୁ ହ୍ରାସ କରିଥାଏ । ଆସନ୍ତୁ ଜାଣିବା ବିସ୍ତୃତ ଭାବରେ...
Doorway Effect: ଦୁନିଆର ଯଦି କାହାକୁ ସବୁଠାରୁ କ୍ରୋଧର ଶିକାର ହେବାକୁ ପଡିଛି, ତେବେ ତାହା ହେଉଛି ଘରର କବାଟ । ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ, ଅନେକ ସମୟରେ ଯେତେବେଳେ ସେମାନେ ରାଗିଯାଆନ୍ତି ସେତବେଳେ କବାଟକୁ ଜୋରରେ ବନ୍ଦ କରି ସେମାନଙ୍କ କ୍ରୋଧକୁ ପ୍ରକାଶ କରନ୍ତି । କୌତୁହଳର ବିଷୟ ହେଉଛି ଏହା କରିବାର କିଛି ସମୟ ପରେ କ୍ରୋଧ କମିବାକୁ ଲାଗିଥାଏ । କିନ୍ତୁ, ଏହା ପଛର କାରଣ କ’ଣ? କହିରଖୁଛୁ ଯେ ସମଗ୍ର ମନୋବିଜ୍ଞାନ ଏହା ପଛରେ କାମ କରିଥାଏ । ଆସନ୍ତୁ ବୁଝିବା କିପରି...
ବୌଜ୍ଞାନିକମାନେ ଏହାର କାରଣକୁ ଡୋରୱେ ଇଫେକ୍ଟ ବୋଲି ନାମିତ କରିଛନ୍ତି । ବିଜ୍ଞାନ ଅନୁଯାୟୀ, ଏହା ଏକ ପ୍ରକାର ଭେଣ୍ଟିଂ ପ୍ରଭାବ ଓ ଏହା କ୍ରୋଧକୁ ହ୍ରାସ କରିଥାଏ । କିନ୍ତୁ କ୍ରୋଧକୁ ହ୍ରାସ କରିବାର ଆଉ ଏକ କାରଣ ମଧ୍ୟ ବିଶ୍ୱାସ କରାଯାଏ ଯେ ଯେତେବେଳେ ଆମେ ଗୋଟିଏ ଦ୍ୱାରରୁ ଅନ୍ୟ ଦ୍ୱାରରେ ପହଞ୍ଚିଥାଉ, ପୁରୁଣା ସ୍ମୃତି ଦୁର୍ବଳ ହେବାକୁ ଲାଗେ ଓ ଏହା କ୍ରୋଧ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅର୍ଥାତ ଯେତେବେଳେ, ଆମେ ଗୋଟିଏ କୋଠରୀ ଦେଇ କବାଟ ପାଖରେ ପହଞ୍ଚିବା ମାତ୍ରେ ଆମେ ପୁରୁଣା ଜିନିଷ ଭୁଲିଯାଉ । ଯଦିଓ, ଏହା ବହୁତ କମ୍ ସମୟ ପାଇଁ (କିଛି ସେକେଣ୍ଡ୍) ଘଟେ । କିନ୍ତୁ, କ୍ରୋଧ କମିବା ପାଇଁ ଏହି ଅଧିକ ସମୟ ଯଥେଷ୍ଟ । ମନସ୍ତତ୍ତ୍ୱବିତ୍ମାନେ ଏହାକୁ କବାଟ ପ୍ରଭାବ ବା କବାଟ ଥ୍ରେସହୋଲ୍ଡ ସିଦ୍ଧାନ୍ତ ବୋଲି କହନ୍ତି ।
ପ୍ରାରମ୍ଭରେ, ୨୦୦୬ ମସିହାରେ, ଗାବ୍ରିଏଲ୍ ଏ ରାଡଭେନସ୍କି ଡୋରୱେ ଇଫେକ୍ଟ ଗବେଷଣା କରିଥିଲେ । ଯେଉଁଥିରେ ପ୍ରଥମ ପରୀକ୍ଷଣ ପ୍ରାୟ ୩୦୦ ଲୋକଙ୍କ ଉପରେ କରାଯାଇଥିଲା । ଗବେଷଣାରେ ଏହା ଜଣାପଡିଛି ଯେ ଯେତେବେଳେ ଲୋକମାନେ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ଆସିବା ପାଇଁ ଦ୍ୱାର ପାର ହୁଅନ୍ତି, ପୂର୍ବ କୋଠରୀର ସ୍ମୃତି କିଛି ସମୟ ପାଇଁ ଅସ୍ପଷ୍ଟ ହୋଇଯାଏ । ଅଷ୍ଟ୍ରେଲିଆର ବଣ୍ଡ ୟୁନିଭରସିଟି ମଧ୍ୟ ୨୦୨୧ ମସିହାରେ ଡୋରୱେ ଇଫେକ୍ଟ ଉପରେ ଗବେଷଣା କରିଥିଲା । ଏହି ଗବେଷଣାରେ ପ୍ରକୃତ କୋଠରୀ ବ୍ୟତୀତ ସାଇକୋଲୋଜିଷ୍ଟ ଅଲିଭର ବୋମନ୍ ଭର୍ଚୁଆଲ୍ ରୁମ୍ ଯୋଡିଥିଲେ । ଯାହାର ଫଳାଫଳ ମଧ୍ୟ ସମାନ ଥିଲା । ଏହି ସ୍ଥାନଟି ବଦଳାଇବାରେ ଏକ ଶକ୍ତିଶାଳୀ ଭାବନା ହାଲୁକା ହେବାର କାରଣ । ଏହି କାରଣରୁ ଚାପ କିମ୍ବା ଉଦାସୀନତା ରୋଗୀଙ୍କୁ ପ୍ରୟାତଃ ପାଣି ଓ ପବନ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ ।
କବାଟ ବନ୍ଦ କରିବା ଉପରେ କ୍ରୋଧ କମିବାର ଆଉ ଏକ କାରଣ ଅଛି । ବାସ୍ତବରେ, କବାଟରୁ ଆସୁଥିବା ଶବ୍ଦ ମନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଏଥିରୁ ନିଜକୁ ଦୋଷୀ ଭାବ ଉତ୍ପନ୍ନ ହୁଏ, ଯାହା ଆମକୁ ମନେ ପକାଇଥାଏ ଯେ ବୋଧହୁଏ ଟିକିଏ ଭୁଲ୍ ମଧ୍ୟ ଆମ ଦ୍ୱାରା ହୋଇଥାଇପାରେ । ସାଧାରଣତଃ ଯୁବବର୍ଗଙ୍କ ପାଖରେ କବାଟ ଧକ୍କା ଦେବା ଅଧିକ ଦେଖାଯାଏ ।
ଏହା ବି ପଢ଼ନ୍ତୁ: Expensive School: ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବିଦ୍ୟାଳୟ, ଯାହାର ବାର୍ଷିକ ଶୁଳ୍କ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ଏହା ବି ପଢ଼ନ୍ତୁ: Alcohol Consumption: ଭାରତର ଲୋକମାନେ ସର୍ବାଧିକ ପିଅନ୍ତି ଏହି ମଦ, ପ୍ରତିବର୍ଷ ଖାଲି କରି ଦିଅନ୍ତି କୋଟି କୋଟି ବୋତଲ